ଭାରତ ଗସ୍ତରେ ଆସିବେ କି ଡୋନାଲ୍ଡ ଟ୍ରମ୍ପ?

ଶିମଲା: ହିମାଚଳ ପ୍ରଦେଶର ଶିମଲା ବୁଲିବାକୁ ଆସିବେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ବଲିଉଡ ମେଗାଷ୍ଟାର ଅମିତାଭ ବଚ୍ଚନ। ଉଭୟଙ୍କ ନାମରେ ଇ-ପାସ ଜାରି କରାଯାଇଥିବା ସୂଚନା ରହିଛି। ଜଣେ ବ୍ୟକ୍ତି ଏହି ଦୁଇ ଚର୍ଚ୍ଚିତ ବ୍ୟକ୍ତିଙ୍କ ନାମରେ ଇ-ପାସ ବାହାର କରିବା ଏହି ଦୁଇ ଚର୍ଚ୍ଚିତ ବ୍ୟକ୍ତି ଶିମଲା ଆସୁଛନ୍ତି ବୋଲି ଚର୍ଚ୍ଚା ହେଉଥିଲା। ଏହି ଖବରର କିନ୍ତୁ କୌଣସି ସତ୍ୟତା ନଥିବା ପୁଲିସ ତଦନ୍ତ କରି ଜାଣିବାକୁ ପାଇଛି। ହିମାଚଳ ପ୍ରଦେଶ […]

donald

donald

Subhransu Sekhar
  • Published: Saturday, 08 May 2021
  • Updated: 08 May 2021, 08:29 AM IST

Sports

Latest News

ଶିମଲା: ହିମାଚଳ ପ୍ରଦେଶର ଶିମଲା ବୁଲିବାକୁ ଆସିବେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ବଲିଉଡ ମେଗାଷ୍ଟାର ଅମିତାଭ ବଚ୍ଚନ। ଉଭୟଙ୍କ ନାମରେ ଇ-ପାସ ଜାରି କରାଯାଇଥିବା ସୂଚନା ରହିଛି। ଜଣେ ବ୍ୟକ୍ତି ଏହି ଦୁଇ ଚର୍ଚ୍ଚିତ ବ୍ୟକ୍ତିଙ୍କ ନାମରେ ଇ-ପାସ ବାହାର କରିବା ଏହି ଦୁଇ ଚର୍ଚ୍ଚିତ ବ୍ୟକ୍ତି ଶିମଲା ଆସୁଛନ୍ତି ବୋଲି ଚର୍ଚ୍ଚା ହେଉଥିଲା। ଏହି ଖବରର କିନ୍ତୁ କୌଣସି ସତ୍ୟତା ନଥିବା ପୁଲିସ ତଦନ୍ତ କରି ଜାଣିବାକୁ ପାଇଛି।

ହିମାଚଳ ପ୍ରଦେଶ ପୁଲିସ ଏବେ ଏହି ମାମଲାରେ ଏକ କେସ୍ ଦାୟର କରିଛି। ଦୁଇଟି ଯାକ ପାସ୍ ଗୋଟିଏ ମୋବାଇଲ ନମ୍ୱର ଏବଂ ଆଧାର ନମ୍ୱରରୁ ତିଆରି ହୋଇଥିବା ପୁଲିସ କହିଛି। ଶୁକ୍ରବାର ହିମାଚଳ ପ୍ରଦେଶ ପୁଲିସ ଏହି ରାକେଟକୁ ଧରିଛି। କୋଭିଡ୍ ମହାମାରୀ ପାଇଁ ହିମାଚଳ ପ୍ରଦେଶରେ ପ୍ରବେଶ କରିବାକୁ ହେଲେ ଏପ୍ରିଲ ୨୭ରେ ଇ-ପାସ ହେବା ଅନିର୍ବାର୍ଯ୍ୟ ଥିଲା।

ପୁଲିସ କହିଛି ଡୋନାଲ୍ଡ ଟ୍ରମ୍ପ ଏବଂ ଅମିତାଭ ବଚ୍ଚନଙ୍କ ନାମରେ ଦୁଇଟି ଇ-ପାସ ଜାରି ହୋଇଥିଲା। ଗୋଟିଏର ନମ୍ୱର ଏଚପି-୨୫୬୩୮୨୫ ଥିବା ବେଲେ ଆଉ ଗୋଟିଏ ଏଚପି-୨୫୬୩୨୮୭ ରହିଛି। ପୁଲିସ ଏବେ ଶିମଳା ଇଷ୍ଟ ଥାନାରେ କେସ୍ ରୁଜୁ କରି ତଦନ୍ତ ଜାରି ରଖିଛି। କାହିଁକି ଏହି ଇ-ପାସ ଦୁଇ ଚର୍ଚ୍ଚିତ ବ୍ୟକ୍ତିଙ୍କ ନାମରେ ତିଆରି ହୋଇଥିଲା। ଆଉ ଏହାର ଉଦ୍ଦେଶ୍ୟ ବାବଦରେ ଜାଣିବାକୁ ପୁଲିସ ତଦନ୍ତ ଜାରି ରଖିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos