ନୂଆବର୍ଷରେ ଦୋହଲିଲା ଦିଲ୍ଲୀ

ନୂଆଦିଲ୍ଲୀ: ବିଦାୟ ନେଇସାରିଛି ବର୍ଷ ୨୦୨୨। ଆସିଛି ନୂଆବର୍ଷ। ଡିସେମ୍ବର ୩୧ ତାରିଖ ରାତିରେ ଲୋକେ ଜିରୋ ନାଇଟ୍ ସେଲିବ୍ରେସନ୍‌ରେ ମସଗୁଲ ଥିଲେ। ସମସ୍ତେ ନୂଆବର୍ଷକୁ ସ୍ୱାଗତ କରିବାକୁ ଉତ୍ସବ ମନାଉଥିଲେ। ଠିକ୍ ଏତିକି ବେଳେ ଦୋହଲିଲା ଦେଶର ରାଜଧାନୀ ଦିଲ୍ଲୀ। ଦିଲ୍ଲୀ ଓ ଏହାର ଆଖପାଖ ଅଞ୍ଚଳରେ ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଥିଲା। ଫଳରେ ଲୋକେ ଭୟଭୀତ ହୋଇଯାଇଥିଲେ। ରିକ୍ଟର ସ୍କେଲରେ ଏହି ଭୂକମ୍ପର ତୀବ୍ରତା ୩.୮ ରେକର୍ଡ କରାଯାଇଛି। ଏହାର ଗଭୀରତା ୫ କିଲୋମିଟର […]

Earthquake

Madhupriya Mistry
  • Published: Sunday, 01 January 2023
  • , Updated: 01 January 2023, 08:19 AM IST

ନୂଆଦିଲ୍ଲୀ: ବିଦାୟ ନେଇସାରିଛି ବର୍ଷ ୨୦୨୨। ଆସିଛି ନୂଆବର୍ଷ। ଡିସେମ୍ବର ୩୧ ତାରିଖ ରାତିରେ ଲୋକେ ଜିରୋ ନାଇଟ୍ ସେଲିବ୍ରେସନ୍‌ରେ ମସଗୁଲ ଥିଲେ। ସମସ୍ତେ ନୂଆବର୍ଷକୁ ସ୍ୱାଗତ କରିବାକୁ ଉତ୍ସବ ମନାଉଥିଲେ। ଠିକ୍ ଏତିକି ବେଳେ ଦୋହଲିଲା ଦେଶର ରାଜଧାନୀ ଦିଲ୍ଲୀ। ଦିଲ୍ଲୀ ଓ ଏହାର ଆଖପାଖ ଅଞ୍ଚଳରେ ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଥିଲା। ଫଳରେ ଲୋକେ ଭୟଭୀତ ହୋଇଯାଇଥିଲେ।

ରିକ୍ଟର ସ୍କେଲରେ ଏହି ଭୂକମ୍ପର ତୀବ୍ରତା ୩.୮ ରେକର୍ଡ କରାଯାଇଛି। ଏହାର ଗଭୀରତା ୫ କିଲୋମିଟର ରହିଥିବାବେଳେ ଏହାର କେନ୍ଦ୍ରସ୍ଥଳ ହରିୟାଣାର ଝଜ୍ଜରରେ ଥିଲା। ତେବେ ଏହି ଭୂକମ୍ପ ଯୋଗୁଁ ବର୍ତ୍ତମାନ ସୁଦ୍ଧା କୌଣସି କ୍ଷୟକ୍ଷତି ହୋଇ ନାହିଁ।

ଏହାପୂର୍ବରୁ ୨୯ ନଭେମ୍ବରରେ ଦିଲ୍ଲୀ ଏନ୍‌ସିଆର୍‌ରେ ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଥିଲା। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୨.୫ ରେକର୍ଡ କରାଯାଇଥିଲା। ନୂଆଦିଲ୍ଳୀର ପଶ୍ଚିମ ଅଞ୍ଚଳରରେ ଏହାର କେନ୍ଦ୍ରସ୍ଥଳ ଥିଲା। ଏହାର ଗଭୀରତା ୫ କିଲୋମିଟର ରହିଥିଲା । ସେହିପରି ନଭେମ୍ବର ୧୨ରେ ମଧ୍ୟ ଦିଲ୍ଲୀ-ଏନ୍‌ସିଆର୍ ଓ ଉତ୍ତରାଖଣ୍ଡରେ ତୀବ୍ର ଭୂମତକମ୍ପ ଝଟ୍‌କା ଅନୁଭୂତ ହୋଇଥିଲା।

https://twitter.com/ANI/status/1609283471587049473?s=20&t=H4gaUYndLnzjmARUCZe4dg

Related story