ପ୍ରଚାର ଉପରେ ଲାଗିଲା କଟକଣା: ରୋଡ୍‌ ଶୋ’ ଓ ବାଇକ ରାଲି ବ୍ୟାନ୍

କୋଲକାତା: କରୋନାର ଦ୍ରୁତ ସଂକ୍ରମଣକୁ ଦୃଷ୍ଟିରେ ରଖି ପ୍ରଚାର କଟକଣାକୁ ଆହୁରି କଡ଼ାକଡ଼ି କରିଛନ୍ତି ଭାରତୀୟ ନିର୍ବାଚନ କମିଶନ। କରୋନା ସଂକ୍ରମଣ ଭିତରେ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପାଇଁ ପ୍ରଚାର ଚାଲୁଛି। ଏହି ସମୟରେ କରୋନା କଟକଣାର ଧଜିଆ ଉଡ଼ୁଥିବାରୁ  ନିର୍ବାଚନ କମିଶନ ବିରକ୍ତି ପ୍ରକାଶ କରିଛନ୍ତି। ଏଥିସହ ଆଗାମୀ ଦିନରେ ବେଙ୍ଗଲ ପ୍ରଚାର ଉପରେ କଟକଣା ଲଗାଇଛନ୍ତି। କଟକଣା ଅନୁଯାୟୀ, ବେଙ୍ଗଲରେ ଏଣିକି କୌଣସି ରାଜନୀତିକ ଦଳ ରୋଡ ଶୋ’ କରିପାରିବେ ନାହିଁ। ସେହିପରି ବାଇକ/ସାଇକେଲ […]

EC

Hemant Lenka
  • Published: Thursday, 22 April 2021
  • , Updated: 22 April 2021, 08:56 PM IST

କୋଲକାତା: କରୋନାର ଦ୍ରୁତ ସଂକ୍ରମଣକୁ ଦୃଷ୍ଟିରେ ରଖି ପ୍ରଚାର କଟକଣାକୁ ଆହୁରି କଡ଼ାକଡ଼ି କରିଛନ୍ତି ଭାରତୀୟ ନିର୍ବାଚନ କମିଶନ। କରୋନା ସଂକ୍ରମଣ ଭିତରେ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପାଇଁ ପ୍ରଚାର ଚାଲୁଛି। ଏହି ସମୟରେ କରୋନା କଟକଣାର ଧଜିଆ ଉଡ଼ୁଥିବାରୁ  ନିର୍ବାଚନ କମିଶନ ବିରକ୍ତି ପ୍ରକାଶ କରିଛନ୍ତି। ଏଥିସହ ଆଗାମୀ ଦିନରେ ବେଙ୍ଗଲ ପ୍ରଚାର ଉପରେ କଟକଣା ଲଗାଇଛନ୍ତି।

କଟକଣା ଅନୁଯାୟୀ, ବେଙ୍ଗଲରେ ଏଣିକି କୌଣସି ରାଜନୀତିକ ଦଳ ରୋଡ ଶୋ’ କରିପାରିବେ ନାହିଁ। ସେହିପରି ବାଇକ/ସାଇକେଲ ରାଲି ଉପରେ ମଧ୍ୟ ସଂପୂର୍ଣ୍ଣ ବ୍ୟାନ୍‌ ଲଗାଯାଇଛି। ଏପ୍ରିଲ ୨୬ ଓ ଏପ୍ରିଲ ୨୯ରେ ବେଙ୍ଗଲରେ ଆଉ ଦୁଇଟି ପର୍ଯ୍ୟାୟରେ ନିର୍ବାଚନ ହେବ। ଆଜି ୬ଷ୍ଠ ପର୍ଯ୍ୟାୟ ଭୋଟିଂ ଶେଷ ହେବା ପରେ ନିର୍ବାଚନ କମିଶନ ନୂଆ କଟକଣା ଲାଗୁ କରିଛନ୍ତି। ଏହା ବାକି ଦୁଇ ପର୍ଯ୍ୟାୟ ନିର୍ବାଚନର ପ୍ରଚାର ପାଇଁ ଲାଗୁ ହେବ।

ଆଜି ନିର୍ବାଚନ କମିଶନ ଧାରା ୩୨୪ରେ ଥିବା ସ୍ୱତନ୍ତ୍ର କ୍ଷମତାର ବ୍ୟବହାର କରି ରୋଡ ଶୋ’, ପଦଯାତ୍ରା, ସାଇକେଲ, ବାଇକ ଓ ଗାଡ଼ି ଶୋଭାଯାତ୍ରାକୁ ସଂପୂର୍ଣ୍ଣ ଭାବେ ବାରଣ କରିଛନ୍ତି। ଏହାବାଦ୍‌ ଖୋଲା ସ୍ଥାନରେ ହେଉଥିବା ସାଧାରଣ ସଭାରେ ଏଣିକି ୫୦୦ରୁ ଅଧିକ ଲୋକ ଯୋଗ ଦେଇପାରିବେ ନାହିଁ।

ପଡ଼ିଆର ଆକାର ଅନୁଯାୟୀ ଜନସମାଗମକୁ ଅନୁମତି ମିଳିବ। ଯେଉଁ ସବୁ ସ୍ଥାନରେ ସାମାଜିକ ଦୂରତା ରକ୍ଷା କରିବାର ବ୍ୟବସ୍ଥା ଥିବ, ସେହିଠାରେ ହିଁ ସାଧାରଣ ସଭା କରିବାକୁ ରାଜନୀତିକ ଦଳଗୁଡ଼ିକୁ ଅନୁମତି ମିଳିବ ବୋଲି କମିଶନ କହିଛନ୍ତି।

ଆଜିର ବିଜ୍ଞପ୍ତି ପୂର୍ବରୁ କୌଣସି ରାଜନୀତିକ ଦଳକୁ ରୋଡ ଶୋ’ କିମ୍ବା ପଦଯାତ୍ରା କରିବାକୁ ଅନୁମତି ମିଳି ସାରିଛି, ତା’ହେଲେ ସେଗୁଡ଼ିକୁ ବାତିଲ କରାଯିବ। ସେହିପରି ସାଧାରଣ ସଭା ପାଇଁ ମିଳିଥିବା ଅନୁମତିକୁ ମଧ୍ୟ ନୂଆ ନିର୍ଦ୍ଦେଶନାମା ଅନୁସାରେ ପରିବର୍ତ୍ତନ କରାଯିବ ବୋଲି କମିଶନ କହିଛନ୍ତି।

ଇସି କହିଛନ୍ତି, ଅଧିକାଂଶ ରାଜନୀତିକ ଦଳ ଓ ପ୍ରାର୍ଥୀମାନେ କରୋନା ପାଇଁ ଜାରି କଟକଣାକୁ ମାନୁନାହାନ୍ତି। ସେମାନେ କଟକଣାକୁ ମାନି ପ୍ରଚାର କରନ୍ତୁ ବୋଲି ଇସି ପକ୍ଷରୁ କୁହାଯାଇଛି।

Related story