୩ ରାଜ୍ୟରେ ବାଜିବ ନିର୍ବାଚନୀ ବିଗୁଲ!

ନୂଆଦିଲ୍ଲୀ: ଆଜି ତିନି ରାଜ୍ୟରେ ବାଜିବ ନିର୍ବାଚନୀ ବିଗୁଲ। ତିନିଟି ରାଜ୍ୟର ବିଧାନସଭା ନିର୍ବାଚନ ପାଇଁ ଆଜି ତାରିଖ ଘୋଷଣା ହେବ। ଅପରାହ୍ନ ୨ଟା ୩୦ ନିର୍ବାଚନ କମିଶନଙ୍କ ପକ୍ଷରୁ ତିନିଟି ରାଜ୍ୟ ନାଗାଲାଣ୍ଡ, ମେଘାଳୟ, ତ୍ରିପୁରା ପାଇଁ ନିର୍ବାଚନ ତାରିଖ ଘୋଷଣା ହେବା ସମ୍ଭାବନା ରହିଛି। ଆସନ୍ତା ଫେବ୍ରୁଆରୀ ମାସରେ ଏହି ତିନୋଟି ରାଜ୍ୟରେ ନିର୍ବାଚନ ହେବ। ନିକଟରେ ନିର୍ବାଚନ ଆୟୋଗର ଏକ ଟିମ୍ ନାଗାଲାଣ୍ଡ, ମେଘାଳୟ ଏବଂ ତ୍ରିପୁରାର ଯାତ୍ରା କରିଥିଲେ। ଏହି ଯାତ୍ରା […]

assembly elections

Madhupriya Mistry
  • Published: Wednesday, 18 January 2023
  • , Updated: 18 January 2023, 10:25 AM IST

ନୂଆଦିଲ୍ଲୀ: ଆଜି ତିନି ରାଜ୍ୟରେ ବାଜିବ ନିର୍ବାଚନୀ ବିଗୁଲ। ତିନିଟି ରାଜ୍ୟର ବିଧାନସଭା ନିର୍ବାଚନ ପାଇଁ ଆଜି ତାରିଖ ଘୋଷଣା ହେବ। ଅପରାହ୍ନ ୨ଟା ୩୦ ନିର୍ବାଚନ କମିଶନଙ୍କ ପକ୍ଷରୁ ତିନିଟି ରାଜ୍ୟ ନାଗାଲାଣ୍ଡ, ମେଘାଳୟ, ତ୍ରିପୁରା ପାଇଁ ନିର୍ବାଚନ ତାରିଖ ଘୋଷଣା ହେବା ସମ୍ଭାବନା ରହିଛି।

ଆସନ୍ତା ଫେବ୍ରୁଆରୀ ମାସରେ ଏହି ତିନୋଟି ରାଜ୍ୟରେ ନିର୍ବାଚନ ହେବ। ନିକଟରେ ନିର୍ବାଚନ ଆୟୋଗର ଏକ ଟିମ୍ ନାଗାଲାଣ୍ଡ, ମେଘାଳୟ ଏବଂ ତ୍ରିପୁରାର ଯାତ୍ରା କରିଥିଲେ। ଏହି ଯାତ୍ରା ବେଳେ ନିର୍ବାଚନ ଆୟୋଗ ମଧ୍ୟ କେନ୍ଦ୍ରୀୟ ସୁରକ୍ଷା ବଳଙ୍କ ସହ ଯୋଗାଯୋଗ କରିଥିବା କୁହାଯାଉଛି। ଏହି ତିନୋଟି ରାଜ୍ୟର ସ୍ଥିତି ଅନୁଧ୍ୟାନ କରିବା ପରେ ଏବେ ନିର୍ବାଚନ ଆୟୋଗ ନିର୍ବାଚନ ତାରିଖ ଘୋଷଣା କରିବାକୁ ଯାଉଛନ୍ତି।

୬୦ ଆସନ ବିଶିଷ୍ଟ ତ୍ରିପୁରାରେ ବିଜେପି କ୍ଷମତାରେ ଥିବାବେଳେ ନାଗାଲାଣ୍ଡ ଓ ମେଘାଳୟରେ ବିଜେପି ମିଳିତ ଭାବେ କ୍ଷମତାରେ ରହିଛି। ନାଗାଲାଣ୍ଡ ଓ ମେଘାଳୟର ୬୦ଟି ଲେଖାଏଁ ଆସନ ପାଇଁ ମଧ୍ୟ ଆଜି ତାରିଖ ଘୋଷଣା ହେବ।

ନାଗାଲାଣ୍ଡ, ମେଘାଳୟ ଓ ତ୍ରୁପୁରା ବିଧାନସଭାର କାର୍ଯ୍ୟକାଳ ଯଥାକ୍ରମେ ମାର୍ଚ୍ଚ ୧୨, ମାର୍ଚ୍ଚ ୨୨ ଓ ୧୫ ମାର୍ଚ୍ଚରେ ଶେଷ ହେବ। କାର୍ଯ୍ୟକାଳ ଶେଷ ହେବା ପୂର୍ବରୁ ଏହି ତିନି ରାଜ୍ୟରେ ନୂଆ ସରକାର ଗଠନ କରିବାକୁ ପଡିବ। ତେଣୁ ସ୍ଥାନୀୟ ଦଳଠାରୁ ଆରମ୍ଭ କରି ଜାତୀୟ ଦଳ ଯାଏ ଏହି ତିନି ରାଜ୍ୟରେ ନିର୍ବାଚନ ଲଢ଼ିବା ପାଇଁ ଜୋରସୋର୍‌ରେ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି।

Related story