Advertisment

ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ସିନ୍ଦେ, ମନା କରି ଉପ ମୁଖ୍ୟମନ୍ତ୍ରୀ ହେଲେ ଫଡନାଭିସ

ମୁମ୍ବାଇ: ଶିବସେନାର ବିଦ୍ରୋହୀ ବିଧାୟକ ଏକନାଥ ସିନ୍ଦେ ଆଜି ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ରାଜଭବନରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ରାଜ୍ୟପାଳ ଭଗତ ସିଂହ କୋଶୟାରୀ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ଶପଥ ପାଠ ପରେ ସିନ୍ଦେ ନିଜ ଟ୍ୱିଟର ପ୍ରୋଫାଇଲର ଫଟୋ ପରିବର୍ତ୍ତନ କରିଛନ୍ତି। ସେ ଶିବସେନା ପ୍ରତିଷ୍ଠାତା ବାଲାସାହେବ ଠାକରେଙ୍କ ଗୋଡ଼ ତଳେ ବସିଥିବା ବେଳର ଫଟୋକୁ ନିଜ ପ୍ରୋଫାଇଲ ଛବି ଭାବେ ବ୍ୟବହାର କରିବା ଆରମ୍ଭ କରିଛନ୍ତି। […]

ଅଦ୍ୟତନ ହୋଇଛି
ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ସିନ୍ଦେ, ମନା କରି ଉପ ମୁଖ୍ୟମନ୍ତ୍ରୀ ହେଲେ ଫଡନାଭିସ

maha

Advertisment

ମୁମ୍ବାଇ: ଶିବସେନାର ବିଦ୍ରୋହୀ ବିଧାୟକ ଏକନାଥ ସିନ୍ଦେ ଆଜି ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ରାଜଭବନରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ରାଜ୍ୟପାଳ ଭଗତ ସିଂହ କୋଶୟାରୀ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ଶପଥ ପାଠ ପରେ ସିନ୍ଦେ ନିଜ ଟ୍ୱିଟର ପ୍ରୋଫାଇଲର ଫଟୋ ପରିବର୍ତ୍ତନ କରିଛନ୍ତି। ସେ ଶିବସେନା ପ୍ରତିଷ୍ଠାତା ବାଲାସାହେବ ଠାକରେଙ୍କ ଗୋଡ଼ ତଳେ ବସିଥିବା ବେଳର ଫଟୋକୁ ନିଜ ପ୍ରୋଫାଇଲ ଛବି ଭାବେ ବ୍ୟବହାର କରିବା ଆରମ୍ଭ କରିଛନ୍ତି।

Advertisment

ସେହିପରି ଆରମ୍ଭରୁ ସିନ୍ଦେ ସରକାରର ଅଂଶବିଶେଷ ହେବେ ନାହିଁ ବୋଲି କହୁଥିବା ବିଜେପି ନେତା ଦେବେନ୍ଦ୍ର ଫଡନାଭିସ ଶେଷ ମୁହୂର୍ତ୍ତରେ ୟୁ-ଟର୍ଣ୍ଣ ନେଇଛନ୍ତି। ସେ ସିନ୍ଦେ ସରକାରରେ ଉପ ମୁଖ୍ୟମନ୍ତ୍ରୀ ଭାବେ କାମ କରିବେ। ଆଜି ତାଙ୍କୁ ବି ରାଜ୍ୟପାଳ କୋଶୟାରୀ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି।

ମହାରାଷ୍ଟ୍ରରେ ଆଜି ଠାରୁ ସିନ୍ଦେ ସରକାର ଆରମ୍ଭ ହୋଇଥିଲେ ହେଁ କୌଣସି ସଦସ୍ୟ ମନ୍ତ୍ରୀ ଭାବେ ଶପଥ ନେଇ ନାହାନ୍ତି। ପରବର୍ତ୍ତୀ ସମୟରେ ସିନ୍ଦେ ସରକାର ତାଙ୍କ ମନ୍ତ୍ରିମଣ୍ଡଳ ସଂପ୍ରସାରଣ କରିବେ। ଆଜି ଅପରାହ୍ନରେ ରାଜ୍ୟପାଳଙ୍କୁ ଭେଟିବା ପରେ ଫଡନାଭିସ କହିଥିଲେ ଯେ ସିନ୍ଦେ ବିଜେପି ସମର୍ଥନରେ ମହାରାଷ୍ଟ୍ରରେ ସରକାର ଗଠନ କରିବେ।

Advertisment

ସେ କୌଣସି ପ୍ରକାରରେ ବି ମହାରାଷ୍ଟ୍ର ସରକାରର ଅଂଶବିଶେଷ ହେବେ ନାହିଁ। ସେ କେବଳ ବାହାରେ ରହି ସରକାର କେମିତି ଠିକ୍‌ ଭାବେ ଚାଲିବ, ତା’ର ତଦାରଖ କରିବେ। ହେଲେ ଶପଥ ପାଠର କିଛି ମିନିଟ୍‌ ପୂର୍ବରୁ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଟ୍ୱିଟ କରି ଫଡନାଭିସ ଉପ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ସମ୍ପର୍କରେ ସୂଚନା ଦେଇଥିଲେ। ସତକୁ ସତ ଫଡନାଭିସ ମଧ୍ୟ ସିନ୍ଦେଙ୍କ ଡେପୁଟି ଭାବେ ଶପଥ ନେଇଛନ୍ତି।

ଶ୍ରୀ ନଡ୍ଡା ଟ୍ୱିଟ କରି କହିଥିଲେ ଯେ ବିଜେପି ମହାରାଷ୍ଟ୍ରର ଭଲ ପାଇଁ ବଡ଼ ହୃଦୟର ପରିଚୟ ଦେଇଛି। ଏଥିପାଇଁ ଏକନାଥ ସିନ୍ଦେଙ୍କୁ ଦଳ ସମର୍ଥନ କରିବାକୁ ନିଷ୍ପତ୍ତି ନେଇଛି। ଦେବେନ୍ଦ୍ର ଫଡନାଭିସ ମଧ୍ୟ ବଡ଼ ମନର ପ୍ରଦର୍ଶନ କରି ମନ୍ତ୍ରିମଣ୍ଡଳରେ ସାମିଲ ହେବାକୁ ନିର୍ଣ୍ଣୟ ନେଇଛନ୍ତି। ମହାରାଷ୍ଟ୍ରର ଲୋକଙ୍କ ପ୍ରତି ଥିବା ତାଙ୍କର ଭଲ ପାଇବା ଏହି ନିଷ୍ପତ୍ତିରୁ ସ୍ପଷ୍ଟ ହେଉଛି ବୋଲି ଶ୍ରୀ ନଡ୍ଡା କହିଥିଲେ। ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ମଧ୍ୟ ଟ୍ୱିଟ କରି ନଡ୍ଡାଙ୍କ କଥାରେ ଫଡନାଭିସ ମହାରାଷ୍ଟ୍ର ସରକାରରେ ସାମିଲ ହୋଇଥିବା କଥା କହିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe