ଏକଜିଟ୍‌ ପୋଲ: ତାମିଲନାଡୁରେ ଗାଦିଚ୍ୟୁତ ହେବ ଜୟଲଳିତାଙ୍କ ଏଆଇଏଡିଏମକେ

ଚେନ୍ନାଇ: ଜୟଲଳିତାଙ୍କ ମୃତ୍ୟୁ ପରେ ପ୍ରଥମଥର ବିଧାନସଭା ନିର୍ବାଚନ ଲଢ଼ୁଥିବା ଶାସକ ଏଆଇଏଡିଏମକେକୁ ତାମିଲନାଡୁରେ ଶକ୍ତ ଝଟକା ଲାଗିବ। ଏଆଇଏଡିଏମକେ ଓ ବିଜେପି ମେଣ୍ଟକୁ ହରାଇ ଏମକେ ଷ୍ଟାଲିନଙ୍କ ଡିଏମକେ କ୍ଷମତା ଦଖଲ କରିବ। କେବଳ କ୍ଷମତା ଦଖଲ କରିବ ନାହିଁ। ବରଂ ଶାସକ ଦଳଠାରୁ ବହୁ ଅଧିକ ଆସନରେ ବିଜୟୀ ହେବ। ବିଭିନ୍ନ ସଂସ୍ଥା ପକ୍ଷରୁ ହୋଇଥିବା ଏକଜିଟ ପୋଲରେ ଏପରି ଦାବି କରାଯାଇଛି। ତାମିଲନାଡୁର ୨୩୪ ବିଧାନସଭା ଆସନ ପାଇଁ ଏପ୍ରିଲ ୬ରେ ଭୋଟ […]

Tamilnadu

Hemant Lenka
  • Published: Thursday, 29 April 2021
  • , Updated: 29 April 2021, 08:51 PM IST

ଚେନ୍ନାଇ: ଜୟଲଳିତାଙ୍କ ମୃତ୍ୟୁ ପରେ ପ୍ରଥମଥର ବିଧାନସଭା ନିର୍ବାଚନ ଲଢ଼ୁଥିବା ଶାସକ ଏଆଇଏଡିଏମକେକୁ ତାମିଲନାଡୁରେ ଶକ୍ତ ଝଟକା ଲାଗିବ। ଏଆଇଏଡିଏମକେ ଓ ବିଜେପି ମେଣ୍ଟକୁ ହରାଇ ଏମକେ ଷ୍ଟାଲିନଙ୍କ ଡିଏମକେ କ୍ଷମତା ଦଖଲ କରିବ। କେବଳ କ୍ଷମତା ଦଖଲ କରିବ ନାହିଁ। ବରଂ ଶାସକ ଦଳଠାରୁ ବହୁ ଅଧିକ ଆସନରେ ବିଜୟୀ ହେବ।

ବିଭିନ୍ନ ସଂସ୍ଥା ପକ୍ଷରୁ ହୋଇଥିବା ଏକଜିଟ ପୋଲରେ ଏପରି ଦାବି କରାଯାଇଛି। ତାମିଲନାଡୁର ୨୩୪ ବିଧାନସଭା ଆସନ ପାଇଁ ଏପ୍ରିଲ ୬ରେ ଭୋଟ ଗଣତି ହୋଇଥିଲା। ଏଠାରେ ସରକାର ଗଠନ ପାଇଁ ମ୍ୟାଜିକ ନମ୍ବର ହେଉଛି ୧୧୮। ଭୋଟ ଗଣତି ସହ ଫଳାଫଳ ମେ’ ୨ରେ ପ୍ରକାଶ ପାଇବ। ଏହାପୂର୍ବରୁ ଏକଜିଟ ପୋଲ ଫଳାଫଳ ଶାସକ ଦଳକୁ ଝଟକା ଦେଇଛି।

ପୋଲ ଅଫ ଏକଜିଟ ପୋଲ୍ସର ଫଳାଫଳ ଅନୁଯାୟୀ, ଡିଏମକେ ମେଣ୍ଟ ୧୭୪ଟି, ବିଜେପି ଓ ଏଆଇଏଡିଏମକେ ୫୭ଟି, ଟିଟିଭି ଦିନାକରଣଙ୍କ ଏଏମଏମକେ ୧ଟି ଓ ଅନ୍ୟାନ୍ୟ ଦଳ ୨ଟି ଆସନରେ ଜିତିବେ।

ଇଣ୍ଡିଆ ଟୁଡେ-ମାଇଁ ଇଣ୍ଡିଆ ଆକ୍ସିସ ପକ୍ଷରୁ କରା ଯାଇଥିବା ଆକଳନ ଅନୁଯାୟୀ, ଡିଏମକେ ଓ କଂଗ୍ରେସ ମେଣ୍ଟ ୧୭୫ରୁ ୧୭୯ଟି ଆସନରେ ଜିତିବେ। ବିଜେପି ଓ ଏଆଇଏଡିଏମକେ ମାତ୍ର ୩୮ରୁ ୫୮ଟି ଆସନରେ ବାଜିମାତ କରିପାରିବେ। ଅନ୍ୟାନ୍ୟ ଦଳ ୦ରୁ ୭ଟି ଆସନ ଜିତିବାକୁ ସକ୍ଷମ ହେବେ।

ଏବିପି-ସି ଭୋଟର ଅନୁଯାୟୀ, ଏଆଇଏଡିଏମକେ ମେଣ୍ଟ ୫୮ରୁ ୭୧, ଡିଏମକେ ୧୬୦ରୁ ୧୭୨, ଏଏମଏମେକ ୦ ଓ ଅନ୍ୟାନ୍ୟ ଦଳ ୧ରୁ ୯ଟି ଆସନ ଜିତିବେ। ଟୁଡେସ ଚାଣକ୍ୟର ଏକଜିଟ ପୋଲ ଅନୁଯାୟୀ, ତାମିଲନାଡୁରେ ଶାସକ ଏଆଇଏଡିଏମକେ ୫୭, ଡିଏମକେ ମେଣ୍ଟ ୧୭୫ ଓ ଅନ୍ୟାନ୍ୟ ଦଳ ୨ଟି ଆସନରେ ଜିତିବେ।

ପି-ଏମଆରକ୍ୟୁର ଆକଳନ କହୁଛି, ଏଆଇଏଡିଏମକେ ୪୦ରୁ ୬୫, ଡିଏମକେ ମେଣ୍ଟ ୧୬୫ରୁ ୧୯୦, ଏଏମଏମକେ ୧ରୁ ୩ ଓ ଅନ୍ୟାନ୍ୟ ଦଳ ୧ରୁ ୬ଟି ଆସନ ଜିତିବେ। ରିପ୍ଲବିକ ଟିଭି-ସିଏନଏକ୍ସର ଏକଜିଟ ପୋଲ ଅନୁଯାୟୀ, ଏଆଇଏଡିଏମକେ ୫୮ରୁ ୬୮, ଡିଏମକେ ୧୬୦ରୁ ୧୭୦, ଏଏମଏମକେ ୪ରୁ ୬ ଓ ଅନ୍ୟାନ୍ୟ ଦଳ ୨ଟି ଆସନ ଜିତିପାରନ୍ତି।

ଟାଇମ୍ସ ନାଓର ଆକଳନ ଅନୁଯାୟୀ, ଏଆଇଏଡିଏମକେ ଓ ବିଜେପି ମେଣ୍ଟ ୬୪, ଡିଏମକେ ଓ କଂଗ୍ରେ ମେଣ୍ଟ ୧୬୬, ଏଏମଏମକେ ୧, ଏମଏନଏମ ୧ ଓ ଅନ୍ୟାନ୍ୟ ଦଳ ୨ଟି ଆସନ ଜିତି ପାରନ୍ତି।

Related story