ଜୁବୈରଙ୍କୁ ପୁଣି ସୁପ୍ରିମକୋର୍ଟରୁ ମିଳିଲା ଜାମିନ, କିନ୍ତୁ..

ନୂଆଦିଲ୍ଲୀ: ଅଲ୍ଟ ନ୍ୟୁଜର ସହ ପ୍ରତିଷ୍ଠାତା ମହମ୍ମଦ ଜୁବୈରଙ୍କ ସୁପ୍ରିମକୋର୍ଟ ପୁଣି ଗୋଟିଏ ମାମଲାରେ ଜାମିନ ଦେଇଛନ୍ତି। କିଛି ସପ୍ତାହ ମଧ୍ୟରେ ଜୁବୈରଙ୍କ ବିରୋଧରେ ଏକାଧିକ ମାମଲା ରୁଜୁ ହୋଇଥିବା ବେଳେ ସୁପ୍ରିମକୋର୍ଟ ତାଙ୍କୁ ଆଶ୍ୱସ୍ତି ଦେବା ଆରମ୍ଭ କରିଛନ୍ତି। ପୂର୍ବରୁ ସୀତାପୁର ମାମଲାରେ ଜୁବୈରଙ୍କୁ ଜାମିନ ମିଳିଥିଲା। ଆଜି ଦିଲ୍ଲୀ ପୁଲିସ୍‌ ରୁଜୁ କରିଥିବା ଆଉ ଗୋଟିଏ ମାମଲାରେ ତାଙ୍କୁ ଜାମିନ ଦେଇଛନ୍ତି ସୁପ୍ରିମକୋର୍ଟ। ତେବେ ତାଙ୍କ ନାଁରେ ଆହୁରି  ଅନେକ ମାମଲା ଥିବାରୁ ସେ […]

alt

Hemant Lenka
  • Published: Friday, 15 July 2022
  • , Updated: 15 July 2022, 06:22 PM IST

ନୂଆଦିଲ୍ଲୀ: ଅଲ୍ଟ ନ୍ୟୁଜର ସହ ପ୍ରତିଷ୍ଠାତା ମହମ୍ମଦ ଜୁବୈରଙ୍କ ସୁପ୍ରିମକୋର୍ଟ ପୁଣି ଗୋଟିଏ ମାମଲାରେ ଜାମିନ ଦେଇଛନ୍ତି। କିଛି ସପ୍ତାହ ମଧ୍ୟରେ ଜୁବୈରଙ୍କ ବିରୋଧରେ ଏକାଧିକ ମାମଲା ରୁଜୁ ହୋଇଥିବା ବେଳେ ସୁପ୍ରିମକୋର୍ଟ ତାଙ୍କୁ ଆଶ୍ୱସ୍ତି ଦେବା ଆରମ୍ଭ କରିଛନ୍ତି। ପୂର୍ବରୁ ସୀତାପୁର ମାମଲାରେ ଜୁବୈରଙ୍କୁ ଜାମିନ ମିଳିଥିଲା। ଆଜି ଦିଲ୍ଲୀ ପୁଲିସ୍‌ ରୁଜୁ କରିଥିବା ଆଉ ଗୋଟିଏ ମାମଲାରେ ତାଙ୍କୁ ଜାମିନ ଦେଇଛନ୍ତି ସୁପ୍ରିମକୋର୍ଟ। ତେବେ ତାଙ୍କ ନାଁରେ ଆହୁରି  ଅନେକ ମାମଲା ଥିବାରୁ ସେ ଜେଲରୁ ଖଲାସ ହୋଇପାରିବେ ନାହିଁ।

୨୦୧୮ ମସିହାରେ ଜୁବୈର କରିଥିବା ଗୋଟିଏ ଟ୍ୱିଟ ପାଇଁ ତାଙ୍କୁ ଦିଲ୍ଲୀ ପୁଲିସ୍‌ ଚଳିତ ବର୍ଷ ଜୁନ ମାସରେ ଗିରଫ କରିଥିଲା। ଏହି ମାମଲାରେ ହିଁ ଆଜି ତାଙ୍କୁ ଜାମିନ ମିଳିଛି। ସେ ଗିରଫ ହେବା ପରେ ତାଙ୍କ ନାଁରେ ଉତ୍ତର ପ୍ରଦେଶର ବିଭିନ୍ନ ଥାନାରେ ମାମଲା ହୋଇଥିଲା। ଉତ୍ତର ପ୍ରଦେଶରେ ରୁଜୁ ହୋଇଥିବା ୬ଟି ଯାକ ମାମଲାକୁ ରଦ୍ଦ କରିବା ପାଇଁ ଜୁବୈର ଗତକାଲି ସୁପ୍ରିମକୋର୍ଟରେ ଆବେଦନ କରିଥିଲେ। ସେହିପରି ତାଙ୍କ ବିରୋଧରେ ଚାଲିଥିବା ଏସଆଇଟି ତଦନ୍ତକୁ ମଧ୍ୟ ସେ ବାତିଲ କରିବାକୁ ନିବେଦନ କରିଛନ୍ତି। ସୁପ୍ରିମକୋର୍ଟ ୪ ସପ୍ତାହ ମଧ୍ୟରେ ଜୁବୈରଙ୍କ ଆବେଦନ ଉପରେ ଜବାବ ରଖିବାକୁ ଉତ୍ତର ପ୍ରଦେଶ ସରକାରଙ୍କୁ କହିଛନ୍ତି। ସରକାର ଜବାବ ରଖିବା ପରେ ଆବେଦନ ଶୁଣାଣି ହେବ।

୨୦୧୮ରେ ଜୁବୈର ଗୋଟିଏ ଲୋକପ୍ରିୟ ହିନ୍ଦୀ ଫିଲ୍ମର ପୋଷ୍ଟର ଶେୟାର କରିଥିଲେ। ଏଥିରେ କିଛି ବିବାଦୀୟ କଥା ମଧ୍ୟ ସେ ଲେଖିଥିଲେ। ଏହି ଟ୍ୱିଟର ୪ ବର୍ଷ ପରେ ତାଙ୍କୁ ଦିଲ୍ଲୀ ପୁଲିସ ଗତମାସ ୨୭ ତାରିଖରେ ଗିରଫ କରିଥିଲା। ଏହାର ୫ ଦିନ ପୂର୍ବରୁ ସେ ନିଲମ୍ବିତ ବିଜେପି ମୁଖପାତ୍ର ନୂପୁର ଶର୍ମା ପ୍ରଫେଟ ମହମ୍ମଦଙ୍କ ସମ୍ପର୍କରେ ଦେଇଥିବା ଅଭଦ୍ର ବୟାନ ସମ୍ପର୍କରେ ସମସ୍ତଙ୍କୁ ଅବଗତ କରାଇଥିଲେ। ଏହି ଘଟଣା ସାମ୍ନାକୁ ଆସିବା ପରେ ସାରା ବିଶ୍ୱରେ ନୂପୁର ଶର୍ମା ଓ ଭାରତକୁ ନିନ୍ଦା ସହିବାକୁ ପଡ଼ିଥିଲା।

Related story