ଅସନା ବେଡ୍ରେ ଶୁଆଇଥିଲେ ସ୍ୱାସ୍ଥ୍ୟ ମନ୍ତ୍ରୀ, ଇସ୍ତଫା ଦେଲେ କୂଳପତି

ଚଣ୍ଡିଗଡ: ଅଚାନକ ହସ୍ପିଟାଲ ପରିଦର୍ଶନରେ ଆସି ପଞ୍ଜାବର ସ୍ୱାସ୍ଥ୍ୟ ମନ୍ତ୍ରୀ ଚେତନ ସିଂହ ଜୌରାମାଜରା ହସ୍ପିଟାଲର ରୋଗୀଙ୍କ ବେଡ୍ ଉପରେ କୂଳପତି ରାଜ ବାହାଦୂରଙ୍କୁ ବଳପୂର୍ବକ ଶୁଆଇ ଦେଇଥିଲେ। ସେହି ସମୟରେ ଯେଉଁ ଚିତ୍ର ସାମ୍ନାକୁ ଆସିଥିଲା ସେଥିରୁ ଅନୁମାନ କରିହେଉଥିଲା ଯେ,ବିଭିନ୍ନ ପଦାଧିକାରୀ ଓ ମନ୍ତ୍ରୀଙ୍କ ସାମ୍ନାରେ ଅପମାନିତ ଅନୁଭବ କରିଥିଲେ। ଏହି ଘଟଣାକୁ ୨୪ ଘଣ୍ଟା ନ ବିତୁଣୁ ସେ ଏବେ ନିଜ ପଦରୁ ଇସ୍ତଫା ଦେଇଛନ୍ତି। ତେବେ ଇସ୍ତଫାର କରାଣ କ’ଣ ଏଥିରୁ ସ୍ପଷ୍ଟ ବୁଝାପଡୁଛି।
ଶନିବାର ସକାଳେ ପଞ୍ଜାବ ସ୍ୱାସ୍ଥ୍ୟ ମନ୍ତ୍ରୀ ତଥା ଆମ୍ ଆଦ୍ମୀ ପାର୍ଟିର ନେତା ଚେତନ ସିଂହ ଫରିଦକୋଟରେ ଥିବା ଏକ ହସ୍ପିଟାଲକୁ ହଠାତ ପରିଦର୍ଶନରେ ଯାଇଥିଲେ। ଏହି ସମୟରେ ହସ୍ପିଟାଲ ପରିସରରେ ଅସ୍ୱାସ୍ଥ୍ୟକର ପରିବେଶକୁ ନେଇ ଅସନ୍ତୋଷ ପ୍ରକାଶ କରିଥିଲେ। ରୋଗୀଙ୍କ ପାଇଁ ହସ୍ପିଟାଲ ପରିସରର ସଫା ସୁତୁରା ରହିବା ଦରକାର ବୋଲି ସେ ବିଭିନ୍ନ ଅଧିକାରୀଙ୍କୁ ତାଗିଦ କରିଥିଲେ। ଅସ୍ୱାସ୍ଥ୍ୟକର ପରିବେଶରେ ଚିକିତ୍ସା ଅସମ୍ଭବ। ତେଣୁ ପ୍ରଥମତଃ ରୋଗୀଙ୍କ ପାଇଁ ହସ୍ପିଟାଲ ପରିସ୍କାର ପରିଚ୍ଛନ୍ନ ରହିବା ଦରକାର।
Cheap theatrics of Aam Aadmi Party never ceases. Today the Vice Chancellor of Baba Farid Medical University,Raj Bahadur Singh was publicly humiliated by the Health minister Chetan Singh Jouramajra (+2 Pass).This type of mob behaviour will only demoralise our medical staff. pic.twitter.com/ZGJCbEPjhm
— Pargat Singh (@PargatSOfficial) July 29, 2022
ଏହି ସମୟରେ ବାବା ଫରିଦକୋଟ ୟୁନିର୍ଭସିଟି ଅଫ୍ ହେଲ୍ଥ ସାଇନ୍ସର କୂଳପତି ଡକ୍ଟର ରାଜ ବାହାଦୂର ଓ ଅନ୍ୟ ଅଧିକାରୀମାନେ ମଧ୍ୟ ଉପସ୍ଥିତ ଥିଲେ। ବିଭିନ୍ନ ଅଧିକାରୀଙ୍କୁ ସ୍ୟଚ୍ଛତା ନେଇ ତାଗିଦ କରିବା ବେଳେ ହଠାତ୍ ସ୍ୱାସ୍ଥ୍ୟମନ୍ତ୍ରୀ କୂଳପତିଙ୍କୁ ହସ୍ପିଟାଲରେ ଅପରିସ୍କାର ଥିବା ରୋଗୀଙ୍କ ବେଡ୍ ଉପରେ ବଳ ପୂର୍ବକଭାବେ ଶୁଆଇ ଦେବାକୁ ପ୍ରୟାସ କରିଥିଲେ। ତା’ପରେ ସଙ୍ଗେ ସଙ୍ଗେ ବେଡ୍ରୁ ଉଠି ଆସିଥିଲେ କୂଳପତି। ସେତେବେଳେ ଯେଉଁ ପରିସ୍ଥିତି ଉପୁଜିଥିଲା, ସେଥିରୁ ବୁଝାପଡୁଥିଲା କେଉଁଠି ନା କେଉଁଠି ପଞ୍ଜାବ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଏଭଳି ବ୍ୟବହାରରେ ସେ ଅପମାନିତ ଅନୁଭବ କରିଛନ୍ତି। ୭୧ ବର୍ଷୀୟ ଡକ୍ଟର ରାଜ ବାହାଦୂର ଜଣେ ସ୍ପାଇନାଲ ସର୍ଜନ ଅଟନ୍ତି।
ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ଏଭଳି ବ୍ୟବହାରକୁ ନେଇ କଂଗ୍ରେସ କଡା ନିନ୍ଦା କରିଛି। ଆମ୍ ଆଦ୍ମୀ ପାର୍ଟିର ଏଭଳି ଶସ୍ତା ଲୋକପ୍ରିୟତା କେବେ ଶେଷ ହେବ ନାହିଁ ବୋଲି କଂଗ୍ରେସ କହିଛି। ଏଥିସହ ପଞ୍ଜାବ ମୁଖ୍ୟମନ୍ତ୍ରୀ ସ୍ୱାସ୍ଥ୍ୟ ମନ୍ତ୍ରୀ ଚେତନ ସିଂହଙ୍କୁ ନିଲମ୍ବିତ କରିଦେବା ଉଚିତ ବୋଲି କଂଗ୍ରେସ ଦାବି କରିଛି।
The theatrics of @AAPPunjab HM heavily costed Punjab. Principal Govt Medical College Amritsar Dr. Rajiv Devgan and now VC Baba Farid Univeristy Dr. Raj Bahadur has resigned.
These are the very people who saved Punjab during Covid, even when Delhi model had failed. Disheartening!— Amarinder Singh Raja Warring (@RajaBrar_INC) July 30, 2022
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।