ଚାଷୀଙ୍କ ଆୟ: ଓଡ଼ିଶା ତଳ ଆଡ଼ୁ ଦ୍ୱିତୀୟ, ୧ନଂରେ କେଉଁ ରାଜ୍ୟ

ନୂଆଦିଲ୍ଲୀ: ଚାଷୀଙ୍କ ଆୟ ବୃଦ୍ଧି କରିବାକୁ କେନ୍ଦ୍ର ଠାରୁ ଆରମ୍ଭ କରି ରାଜ୍ୟ ସରକାରମାନେ ଅନେକ ଯୋଜନା କରୁଛନ୍ତି। ହେଲେ ଚାଷୀଙ୍କ ଆୟରେ ସେତେଟା ଆଖି ଦୃଶିଆ ଉନ୍ନତି ଦେଖିବାକୁ ମିଳୁନି। ଏସବୁ ଭିତରେ କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର ଦେଶର ବିଭିନ୍ନ ରାଜ୍ୟର ଚାଷୀଙ୍କ ମାସିକ ହାରାହାରି ଆୟର ତଥ୍ୟ ଲୋକସଭାରେ ଉପସ୍ଥାପନ କରିଛନ୍ତି। ତାଙ୍କ ତଥ୍ୟ ଅନୁଯାୟୀ, ଓଡ଼ିଶାରେ ରହୁଥିବା ଚାଷୀଙ୍କ ମାସିକ ଆୟ ଦେଶରେ ତଳ ଆଡ଼ୁ ଦ୍ୱିତୀୟ। ଓଡ଼ିଶା […]

Farmer

Farmer

Hemant Lenka
  • Published: Tuesday, 30 November 2021
  • Updated: 30 November 2021, 06:27 PM IST

Sports

Latest News

ନୂଆଦିଲ୍ଲୀ: ଚାଷୀଙ୍କ ଆୟ ବୃଦ୍ଧି କରିବାକୁ କେନ୍ଦ୍ର ଠାରୁ ଆରମ୍ଭ କରି ରାଜ୍ୟ ସରକାରମାନେ ଅନେକ ଯୋଜନା କରୁଛନ୍ତି। ହେଲେ ଚାଷୀଙ୍କ ଆୟରେ ସେତେଟା ଆଖି ଦୃଶିଆ ଉନ୍ନତି ଦେଖିବାକୁ ମିଳୁନି। ଏସବୁ ଭିତରେ କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର ଦେଶର ବିଭିନ୍ନ ରାଜ୍ୟର ଚାଷୀଙ୍କ ମାସିକ ହାରାହାରି ଆୟର ତଥ୍ୟ ଲୋକସଭାରେ ଉପସ୍ଥାପନ କରିଛନ୍ତି।

ତାଙ୍କ ତଥ୍ୟ ଅନୁଯାୟୀ, ଓଡ଼ିଶାରେ ରହୁଥିବା ଚାଷୀଙ୍କ ମାସିକ ଆୟ ଦେଶରେ ତଳ ଆଡ଼ୁ ଦ୍ୱିତୀୟ। ଓଡ଼ିଶା ତଳେ କେବଳ ଝାରଖଣ୍ଡ ରହିଛି। କୋରାପୁଟ ସାଂସଦ ସପ୍ତଗିରି ଉଲାକାଙ୍କ ଏକ ପ୍ରଶ୍ନର ଉତ୍ତରରେ କେନ୍ଦ୍ର କୃଷିମନ୍ତ୍ରୀ ଏପରି ସୂଚନା ଦେଇଛନ୍ତି।

କୃଷି ବର୍ଷ ୨୦୧୮ ଜୁଲାଇରୁ ୨୦୧୯ ଜୁନ୍‌ ମଧ୍ୟରେ ଓଡ଼ିଶାରେ ଚାଷୀଙ୍କ ମାସିକ ଆୟ ହାରାହାରି ୫,୧୧୨ ଟଙ୍କା ରହିଛି। ଓଡ଼ିଶା ତଳେ କେବଳ ଝାରଖଣ୍ଡର ଚାଷୀ ରହିଛନ୍ତି। ସେଠାରେ ଚାଷୀଙ୍କ ମାସିକ ଆୟ ୪,୮୯୫ ଟଙ୍କା ରହିଛି। କେନ୍ଦ୍ର ସରକାର ଦେଶର ଚାଷୀଙ୍କ ଖର୍ଚ୍ଚ ଓ ଚାଷୀଙ୍କ ଆୟ ଜାଣିବା ପାଇଁ କୌଣସି ବାର୍ଷିକ ସର୍ଭେ କରିଛନ୍ତି କି? ଯଦି ଏମିତି କିଛି ବ୍ୟବସ୍ଥା ହୋଇଛି, ତା’ହେଲେ ଏହାର ବିସ୍ତୃତ ତଥ୍ୟ ଦିଅନ୍ତୁ ବୋଲି ସାଂସଦ ସପ୍ତଗିରି ଉଲାକା ପ୍ରଶ୍ନ କରିଥିଲେ।

ଏହାର ଉତ୍ତର କୃଷିମନ୍ତ୍ରୀ ଶ୍ରୀ ତୋମାର ଦେଇଛନ୍ତି। ସେ ଦେଇଥିବା ଉତ୍ତରରେ ଚାଷୀଙ୍କ ମାସିକ ଆୟ ସହ ଖର୍ଚ୍ଚ ମଧ୍ୟ ରହିଛି। ତାଙ୍କ ତଥ୍ୟ ଅନୁଯାୟୀ, ମେଘାଳୟର ଚାଷୀଙ୍କ ଆୟ ସାରା ଦେଶରେ ସବୁଠାରୁ ଅଧିକ। ଏଠାକାର ଚାଷୀଙ୍କ ମାସିକ ଆୟ ୨୯,୩୪୮ ଟଙ୍କା ରହିଛି। ସେହିପରି ପଞ୍ଜାବରେ ଚାଷୀଙ୍କ ମାସିକ ଆୟ ୨୬,୭୦୧ ଟଙ୍କା ଓ ହରିଆଣାରେ ଚାଷୀଙ୍କ ଆୟ ୨୨,୮୪୧ ଟଙ୍କା ରହିଛି।
ଅନ୍ୟ ରାଜ୍ୟଗୁଡ଼ିକର କଥା ବିଚାରକୁ ନେଲେ ଆନ୍ଧ୍ରରେ ଚାଷୀଙ୍କ ଆୟ ୧୦,୪୮୦ ଟଙ୍କା, ଅରୁଣାଚଳ ପ୍ରଦେଶରେ ୧୯,୨୨୫ ଟଙ୍କା, ଆସାମରେ ୧୦,୬୭୫ ଟଙ୍କା, ବିହାରରେ ୭,୫୪୨ ଟଙ୍କା, ଛତିଶଗଡ଼ରେ ୯,୬୭୭, ଗୁଜରାଟରେ ୧୨,୬୩୧, ହିମାଚଳରେ ୧୨,୧୫୩, ଜମ୍ମୁ-କଶ୍ମୀରରେ ୧୮,୯୧୮, କର୍ଣ୍ଣାଟକାରେ ୧୩,୪୪୧, କେରଳରେ ୧୭,୯୧୫, ମଧ୍ୟପ୍ରଦେଶରେ ୮,୩୩୯, ମହାରାଷ୍ଟ୍ରରେ ୧୧,୪୯୨, ମଣିପୁରରେ ୧୧,୨୨୭, ମିଜୋରାମରେ ୧୭,୯୬୪, ନାଗାଲାଣ୍ଡରେ ୯,୮୭୭, ରାଜସ୍ଥାନରେ ୧୨, ୫୨୦, ସିକ୍କିମରେ ୧୨,୪୪୭, ତାମିଲନାଡୁରେ ୧୧,୯୨୪, ତେଲେଙ୍ଗାନାରେ ୯,୪୦୩, ତ୍ରିପୁରାରେ ୯,୯୧୮, ଉତ୍ତରାଖଣ୍ଡରେ ୧୩,୫୫୨, ଉତ୍ତର ପ୍ରଦେଶରେ ୮,୦୬୧, ପଶ୍ଚିମବଙ୍ଗରେ ୬,୭୬୨ ଟଙ୍କା ରହିଛି।

ଉତ୍ତର ପୂର୍ବ ରାଜ୍ୟରେ ଚାଷୀଙ୍କ ମାସିକ ଆୟ ହାରାହାରି ୧୬,୮୬୩ ଟଙ୍କା ଥିବା ବେଳେ କେନ୍ଦ୍ର ଶାସିତ ଅଞ୍ଚଳରେ ଚାଷୀଙ୍କ ମାସିକ ଆୟ ୧୮,୫୧୧ ରହିଛି। ସେହିପରି ପୂରା ଭାରତରେ ଚାଷୀଙ୍କ ମାସିକ ଆୟକୁ ବିଚାରକୁ ନେଲେ ଏହା ହାରାହାରି ୧୦,୨୧୮ ଟଙ୍କା ରହିଛି।

ଅନ୍ୟପକ୍ଷରେ ଚାଷୀଙ୍କ ମାସିକ ଉତ୍ପାଦନ ଖର୍ଚ୍ଚର ତଥ୍ୟ ମଧ୍ୟ କେନ୍ଦ୍ର ସରକାର ଦେଇଛନ୍ତି। ଖର୍ଚ୍ଚ ତାଲିକାର ୧ନଂରେ ପଞ୍ଜାବ ରହିଛି। ପଞ୍ଜାବର ଚାଷୀମାନେ ଫସଲ ଉତ୍ପାଦନ ପାଇଁ ମାସିକ ପ୍ରାୟ ୧୧,୨୭୭ ଟଙ୍କା ଖର୍ଚ୍ଚ କରୁଛନ୍ତି। ପଞ୍ଜାବ ତଳକୁ ହରିଆଣାରେ ଚାଷୀଙ୍କ ମାସିକ ଖର୍ଚ୍ଚ ୧୧,୧୯୦ ଟଙ୍କା ରହିଛି। ସେହିପରି ଓଡ଼ିଶାରେ ଫସଲ ଉତ୍ପାଦନ ପାଇଁ ଚାଷୀମାନେ ୧,୫୮୭ ଟଙ୍କା ଓ ପଶୁ ଚାଷ ପାଇଁ ୩୯୨ ଟଙ୍କା ଖର୍ଚ୍ଚ କରୁଛନ୍ତି।

ତୋମାର ଏହି ତଥ୍ୟ ଦେଇ କହିଛନ୍ତି, ୨୦୧୬ ଏପ୍ରିଲ ମାସରୁ କେନ୍ଦ୍ର ସରକାର ଆଭ୍ୟନ୍ତରୀଣ ମନ୍ତ୍ରୀସ୍ତରୀୟ କମିଟି ଗଠନ କରିଛନ୍ତି। ଏହି କମିଟି ଚାଷୀଙ୍କ ଆୟ କେମିତି ଦୁଇ ଗୁଣ ହେବ ଓ ବିଭିନ୍ନ ରଣନୀତିକୁ କେମିତି ଲାଗୁ କରାଯିବ, ତା’ଉପରେ କାମ କରୁଛି।

୨୦୧୮ରେ ଏହି କମିଟି ଚାଷୀଙ୍କ ଆୟ ୨୦୨୨ ସୁଦ୍ଧା କେମିତି ଦୁଇ ଗୁଣ ହେବ, ତା’ର ବିସ୍ତୃତ ପ୍ରସ୍ତାବ ସରକାରଙ୍କୁ ଦେଇଛି। କମିଟିର ରିପୋର୍ଟକୁ ଗ୍ରହଣ କରି ସରକାର ସଶକ୍ତୀକରଣ ବଡି ଗଠନ କରିଛନ୍ତି। ଚାଷୀଙ୍କ ଆୟ ଦୁଇ ଗୁଣ କରିବା ପାଇଁ ଚାଲିଥିବା କାମ ଗୁଡ଼ିକ ଉପରେ ଏହି ସଶକ୍ତୀକରଣ ବଡି ନଜର ରଖିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story