ଅଜଣା ଜ୍ୱର ଆତଙ୍କ, ୧୦ ଦିନରେ ଗଲାଣି ୮ ଶିଶୁଙ୍କ ଜୀବନ

ଚଣ୍ଡିଗଡ଼: ମହାମାରୀ କରୋନା ଭିତରେ ଅଜଣା ଜ୍ୱରର ଆତଙ୍କ। ବିଶେଷ କରି ଏହି ଅଜଣା ଜ୍ୱରରେ ଛୋଟ ପିଲାମାନେ ଆକ୍ରାନ୍ତ ହୋଇ ପ୍ରାଣ ହରାଉଛନ୍ତି। ହରିଆଣାର ପାଲୱାଲ ଜିଲ୍ଲା ଅନ୍ତର୍ଗତ ଛୋଟିଆ ଗାଁ ଚିଲ୍ଲିରେ ଏପରି ଆତଙ୍କ ଦେଖାଦେଇଛି। ଏଠାରେ ବିଗତ ୧୦ ଦିନ ମଧ୍ୟରେ ୮ ଜଣ ଶିଶୁ ଅଜଣା ଜ୍ୱରରେ ପ୍ରାଣ ହରାଇଛନ୍ତି। କେବଳ ସେତିକି ନୁହେଁ, ଅନ୍ୟ ୪୪ ଜଣଙ୍କ ଶରୀରରେ ଜ୍ୱର ଭଳି ଲକ୍ଷଣ ସବୁ ଚିହ୍ନଟ ହୋଇଛି। ଏମାନଙ୍କ ମଧ୍ୟରେ […]

Fever

Hemant Lenka
  • Published: Wednesday, 15 September 2021
  • , Updated: 15 September 2021, 05:59 PM IST

ଚଣ୍ଡିଗଡ଼: ମହାମାରୀ କରୋନା ଭିତରେ ଅଜଣା ଜ୍ୱରର ଆତଙ୍କ। ବିଶେଷ କରି ଏହି ଅଜଣା ଜ୍ୱରରେ ଛୋଟ ପିଲାମାନେ ଆକ୍ରାନ୍ତ ହୋଇ ପ୍ରାଣ ହରାଉଛନ୍ତି। ହରିଆଣାର ପାଲୱାଲ ଜିଲ୍ଲା ଅନ୍ତର୍ଗତ ଛୋଟିଆ ଗାଁ ଚିଲ୍ଲିରେ ଏପରି ଆତଙ୍କ ଦେଖାଦେଇଛି। ଏଠାରେ ବିଗତ ୧୦ ଦିନ ମଧ୍ୟରେ ୮ ଜଣ ଶିଶୁ ଅଜଣା ଜ୍ୱରରେ ପ୍ରାଣ ହରାଇଛନ୍ତି।

କେବଳ ସେତିକି ନୁହେଁ, ଅନ୍ୟ ୪୪ ଜଣଙ୍କ ଶରୀରରେ ଜ୍ୱର ଭଳି ଲକ୍ଷଣ ସବୁ ଚିହ୍ନଟ ହୋଇଛି। ଏମାନଙ୍କ ମଧ୍ୟରେ ୩୫ ଜଣଙ୍କ ବୟସ ୧୮ ବର୍ଷରୁ କମ୍‌। ଦିନକୁ ଦିନ ଗାଁରେ ଅଜଣା ଜ୍ୱର ବ୍ୟାପୁଥିବାରୁ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳି ଯାଇଛି।

ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ମୃତ୍ୟୁର ପ୍ରକୃତ କାରଣ ଏଯାଏ ଜାଣିପାରି ନାହିଁ। କିନ୍ତୁ ଡେଙ୍ଗୁ ଯୋଗୁ ଏତେ ସଂଖ୍ୟକ ପିଲାମାନଙ୍କ ମୃତ୍ୟୁ ଘଟିଥିବା କୁହାଯାଉଛି। ମୃତ୍ୟୁର ତଦନ୍ତ ଚାଲିଥିବା ବେଳେ ସ୍ୱାସ୍ଥ୍ୟ ବିଭାଗର ଅଧିକାରୀମାନେ ଗାଁ ଗାଁ ବୁଲି ଲୋକଙ୍କୁ ଡେଙ୍ଗୁ ବିରୋଧରେ ସଚେତନ କରିଛନ୍ତି।

ଏଥିସହ ଗାଁକୁ ସାନିଟାଇଜ ମଧ୍ୟ କରାଯାଇଛି। ଯେଉଁମାନଙ୍କ ଶରୀରରେ ଜ୍ୱର ରହିଛି, ସେମାନଙ୍କର ଡେଙ୍ଗୁ ଓ ମାଲାରିଆ ଟେଷ୍ଟ କରାଯାଉଛି। ଏଥିସହ ସେମାନଙ୍କୁ କୋଭିଡ ଟେଷ୍ଟର ମଧ୍ୟ ସମ୍ମୁଖୀନ ହେବାକୁ ପଡ଼ୁଛି।

ହାଥିନର ଏସ୍ଏମଓ ବିଜୟ କୁମାର କହିଛନ୍ତି, “ପିଲାମାନେ ଜ୍ୱରରେ ପଡ଼ିବା ପରେ ପ୍ରାଣ ହରାଉଥିବା ଖବର ଆମ ପାଖରେ ପହଞ୍ଚିଛି। ଆମେ ପୀଡ଼ିତଙ୍କ ଘରକୁ ଯାଇ ଯାଞ୍ଚ କରିଛୁ। ସର୍ଭେ କରାଯାଉଛି ଓ ଆକ୍ରାନ୍ତଙ୍କୁ ମେଡିସନ ମଧ୍ୟ ଦିଆଯାଉଛି। ମେଡିକାଲ ଟିମ୍‌ ପୂରା ଜୋରସୋରରେ କାମ କରୁଛନ୍ତି। ଆମେ ଅତିରିକ୍ତ ଟେଷ୍ଟ କରି ଜ୍ୱର କାରଣ ଜାଣିବାକୁ ଚେଷ୍ଟା କରୁଛୁ।”

ଛୋଟ ପିଲାମାନଙ୍କ ବ୍ୟତୀତ ବୟସ୍କମାନଙ୍କ ଶରୀରରେ ମଧ୍ୟ ଜ୍ୱର ଦେଖିବାକୁ ମିଳୁଛି। ଏମାନଙ୍କ ସଂଖ୍ୟା କିଛି ଦିନ ମଧ୍ୟରେ ହୁହୁ ହୋଇ ବଢ଼ୁଥିବା ରିପୋର୍ଟ ମିଳିଛି। ଗାଁର ସରପଞ୍ଚ ନରେଶ କୁମାର କହିଛନ୍ତି, ଏଯାଏ ୭ରୁ ୮ ଜଣ ପିଲା ପ୍ରାଣ ହରାଇଲେଣି। ସେମାନଙ୍କର ଡେଙ୍ଗୁ ଟେଷ୍ଟ କରାଯାଇ ନଥିଲା। ଏବେ ସ୍ୱାସ୍ଥ୍ୟ କର୍ମୀ ଆସିଛନ୍ତି। ଆଶା କର୍ମୀମାନେ କେବଳ କେନ୍ଦ୍ରରେ ରହୁଛନ୍ତି। ସେମାନେ ଗାଁକୁ ଆସୁ ନାହାନ୍ତି। ଏଠାରେ କୌଣସି ପ୍ରକାରର ସ୍ୱାସ୍ଥ୍ୟସେବା ମିଳୁ ନଥିବା ସେ ଅଭିଯୋଗ କରିଛନ୍ତି।

Related story