ନୂଆଦିଲ୍ଲୀ: ହସ୍ପିଟାଲରେ ଭର୍ତ୍ତି ହେଲେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଦିଲ୍ଲୀ ସ୍ଥିତ ଏମ୍ସ ହସ୍ପିଟାଲର ପ୍ରାଇଭେଟ୍ ୱାର୍ଡରେ ୬୩ ବର୍ଷୀୟ ଅର୍ଥମନ୍ତ୍ରୀଙ୍କୁ ଆଡମିଟ୍ କରାଯାଇଛି । ଏମ୍ସ ହସ୍ପିଟାଲ ତରଫରୁ ଏନେଇ ସୂଚନା ମିଳିଛି । ତେବେ ହଠାତ୍ କାହିଁକି ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ସେ ନେଇ କିଛି ସୂଚନା ମିଳିନାହିଁ।
ହସ୍ପିଟାଲ ତରଫରୁ ମିଳିଥିବା ସୂଚନା ମୁତାବକ, ତାଙ୍କ ଅବସ୍ଥା ସ୍ଥିର ଅଛି । ତାଙ୍କୁ ଉନ୍ନତ ଚିକିତ୍ସା ସେବା ଯୋଗାଇ ଦିଆଯାଉଛି । ଖୁବଶୀଘ୍ର ଏମ୍ସ ଡାକ୍ତର ତାଙ୍କ ସ୍ୱାସ୍ଥ୍ୟକୁ ନେଇ ବୟାନ ଜାରି କରିବେ ।
ଗତକାଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ମିଶି ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଜନ୍ମବାର୍ଷୀକି ଅବସରରେ ସଦୈବ ଅଟଳ ସ୍ଥଳପରେ ପୁଷ୍ପାଞ୍ଜଳି ଅର୍ପଣ କରିଥିଲେ ।