ଅନ୍ୟ ଦେଶକୁ ଗୁପ୍ତ ତଥ୍ୟ ଦେଉଥିଲେ ଅର୍ଥ ମନ୍ତ୍ରଣାଳୟର କର୍ମଚାରୀ, ଧରିଲା ପୁଲିସ୍‌

ନୂଆଦିଲ୍ଲୀ: ଶତ୍ରୁ ଦେଶ ହାତରେ ଭାରତୀୟ ଅର୍ଥନୀତି ସହ ଜଡ଼ିତ ଗୁପ୍ତ ତଥ୍ୟ। ଅର୍ଥ ମନ୍ତ୍ରଣାଳୟରେ ଡାଟା ଏଣ୍ଟ୍ରୀ ଅପରେଟର ଭାବେ କାମ କରୁଥିବା ଜଣେ ବ୍ୟକ୍ତି ଅନ୍ୟ ଦେଶଗୁଡ଼ିକ ଗୁପ୍ତ ତଥ୍ୟ ଦେଉଥିଲେ। ଏହା ବଦଳରେ ପାଉଥିଲେ ମୋଟ ଅଙ୍କର ଅର୍ଥ। ତେବେ ଏହି ଗୁପ୍ତଚର କାର୍ଯ୍ୟ ସମ୍ପର୍କରେ ଜଣାପଡ଼ିବା ପରେ ପୁଲିସ୍ ଅର୍ଥ ମନ୍ତ୍ରଣାଳୟରେ କାମ କରୁଥିବା ଅଭଯୁକ୍ତକୁ ଗିରଫ କରିଛି। ଦେଶକୁ ଧୋକା ଦେବା ଅଭିଯୋଗରେ ଗିରଫ ହୋଇଥିବା ବ୍ୟକ୍ତି ଜଣଙ୍କ ହେଲେ […]

FM

  • Published: Wednesday, 18 January 2023
  • , Updated: 18 January 2023, 08:34 PM IST

ନୂଆଦିଲ୍ଲୀ: ଶତ୍ରୁ ଦେଶ ହାତରେ ଭାରତୀୟ ଅର୍ଥନୀତି ସହ ଜଡ଼ିତ ଗୁପ୍ତ ତଥ୍ୟ। ଅର୍ଥ ମନ୍ତ୍ରଣାଳୟରେ ଡାଟା ଏଣ୍ଟ୍ରୀ ଅପରେଟର ଭାବେ କାମ କରୁଥିବା ଜଣେ ବ୍ୟକ୍ତି ଅନ୍ୟ ଦେଶଗୁଡ଼ିକ ଗୁପ୍ତ ତଥ୍ୟ ଦେଉଥିଲେ। ଏହା ବଦଳରେ ପାଉଥିଲେ ମୋଟ ଅଙ୍କର ଅର୍ଥ। ତେବେ ଏହି ଗୁପ୍ତଚର କାର୍ଯ୍ୟ ସମ୍ପର୍କରେ ଜଣାପଡ଼ିବା ପରେ ପୁଲିସ୍ ଅର୍ଥ ମନ୍ତ୍ରଣାଳୟରେ କାମ କରୁଥିବା ଅଭଯୁକ୍ତକୁ ଗିରଫ କରିଛି।

ଦେଶକୁ ଧୋକା ଦେବା ଅଭିଯୋଗରେ ଗିରଫ ହୋଇଥିବା ବ୍ୟକ୍ତି ଜଣଙ୍କ ହେଲେ ସୁମିତ। ସେ ଗୋଟିଏ ଫୋନ ଦ୍ୱାରା ଅର୍ଥ ମନ୍ତ୍ରଣାଳୟ ସହ ଜଡ଼ିତ ସମ୍ବେଦନଶୀଳ ତଥ୍ୟକୁ ବିଭିନ୍ନ ରାଷ୍ଟ୍ରକୁ ପଠାଉଥିଲେ। ପୁଲିସ୍ ଉକ୍ତ ମୋବାଇଲକୁ ମଧ୍ୟ ଜବତ କରିଛି।

ପୁଲିସ୍‌ କହିଛି ଯେ ସୁମତି ଅର୍ଥ ମନ୍ତ୍ରଣାଳୟରେ ଠିକା କର୍ମଚାରୀ ଭାବେ କାମ କରୁଥିଲେ। ଡାଟା ଏଣ୍ଟ୍ରୀ ନାଁରେ ସେ ଗୁପ୍ତ ତଥ୍ୟ ଚୋରି କରୁଥିଲେ ଓ ଏହାକୁ ଟଙ୍କା ପାଇଁ ବିଭିନ୍ନ ରାଷ୍ଟ୍ରକୁ ପଠାଉଥିଲେ। ମଙ୍ଗଳବାର ତାଙ୍କ ନାଁରେ ଏଫଆଇଆର ରୁଜୁ ହୋଇଥିଲା। ଏହାପରେ କ୍ରାଇମବ୍ରାଞ୍ଚ ଅଫିସିଆଲ ସିକ୍ରେଟ ଆକ୍ଟ ଅନୁସାରେ ମାମଲା କରି ସୁମିତଙ୍କୁ ଗିରଫ କରିଛି।

ଏବେ ତାଙ୍କୁ ବିଭିନ୍ନ ପ୍ରସଙ୍ଗରେ ଜେରା କରାଯାଉଛି। ସେ କେଉଁ ସବୁ ଦେଶକୁ ଓ କେବେ ଠାରୁ ଗୁପ୍ତ ତଥ୍ୟ ଲିକ୍‌ କରୁଥିଲେ, ସେକଥା ଜାଣିବା ପାଇଁ ପୁଲିସ୍‌ ଉଦ୍ୟମ ଜାରି ରଖିଛି।

Related story