ଜଳବିଦ୍ୟୁତ୍ ପ୍ରକଳ୍ପରେ ଅଗ୍ନିକାଣ୍ଡ; ୫ ଇଞ୍ଜିନିୟରଙ୍କ ସମେତ ୯ ଜଣ ଫସି ରହିଛନ୍ତି

ହାଇଦ୍ରାବାଦ: ତେଲେଙ୍ଗାନାର ଏକ ଜଳବିଦ୍ୟୁତ୍ ପ୍ରକଳ୍ପରେ ଅଗ୍ନିକାଣ୍ଡ ଘଟିଥିବା ବେଳେ ତା’ଭିତରେ ୯ ଜଣ ଫସି  ରହିଛନ୍ତି। ସେମାନଙ୍କୁ ଉଦ୍ଧାର କରିବାକୁ ପ୍ରୟାସ ଚାଲିଛି। ଗତକାଲି ରାତିରେ ଶ୍ରୀସୈଲମ ଜଳବିଦ୍ୟୁତ୍ ପ୍ରକଳ୍ପର ପାୱାର ହାଉସ୍‌ର ଏକ ୟୁନିଟ୍‌ରେ ନିଆଁ ଲାଗିଯାଇଥିଲା। ସେତେବେଳେ ସେଠାରେ ୧୯ ଜଣ କର୍ମଚାରୀ ଥିଲେ। ସେମାନଙ୍କ ମଧ୍ୟରୁ ୧୦ ଜଣ ସୁରକ୍ଷିତ ବାହାରି ଆସିଥିବା ବେଳେ ଆଉ ୯ ଜଣ ଫସି ରହିଛନ୍ତି। ସେମାନଙ୍କ ମଧ୍ୟରେ ଜଣେ ଡିଭିଜନ ଇଞ୍ଜିନିୟର, ଚାରି ଜଣ […]

firemishap

firemishap

Jitendra Garnayak
  • Published: Friday, 21 August 2020
  • Updated: 21 August 2020, 10:52 AM IST

ହାଇଦ୍ରାବାଦ: ତେଲେଙ୍ଗାନାର ଏକ ଜଳବିଦ୍ୟୁତ୍ ପ୍ରକଳ୍ପରେ ଅଗ୍ନିକାଣ୍ଡ ଘଟିଥିବା ବେଳେ ତା’ଭିତରେ ୯ ଜଣ ଫସି  ରହିଛନ୍ତି। ସେମାନଙ୍କୁ ଉଦ୍ଧାର କରିବାକୁ ପ୍ରୟାସ ଚାଲିଛି।

ଗତକାଲି ରାତିରେ ଶ୍ରୀସୈଲମ ଜଳବିଦ୍ୟୁତ୍ ପ୍ରକଳ୍ପର ପାୱାର ହାଉସ୍‌ର ଏକ ୟୁନିଟ୍‌ରେ ନିଆଁ ଲାଗିଯାଇଥିଲା। ସେତେବେଳେ ସେଠାରେ ୧୯ ଜଣ କର୍ମଚାରୀ ଥିଲେ। ସେମାନଙ୍କ ମଧ୍ୟରୁ ୧୦ ଜଣ ସୁରକ୍ଷିତ ବାହାରି ଆସିଥିବା ବେଳେ ଆଉ ୯ ଜଣ ଫସି ରହିଛନ୍ତି। ସେମାନଙ୍କ ମଧ୍ୟରେ ଜଣେ ଡିଭିଜନ ଇଞ୍ଜିନିୟର, ଚାରି ଜଣ ଆସିଷ୍ଟାଣ୍ଟ ଇଞ୍ଜିନିୟର, ଦୁଇ ଜଣ ଜୁନିୟର ପ୍ଲାଣ୍ଟ ଆଟେଣ୍ଡାଣ୍ଟ ଓ ଅନ୍ୟ ଦୁଇ ଜଣ କର୍ମଚାରୀ ଅଛନ୍ତି।

ଏହି ୟୁନିଟ୍‌ର ବିଭିନ୍ନ ସ୍ତରରେ କାମ ହୁଏ। ଯେଉଁମାନେ କଣ୍ଟ୍ରୋଲ ରୁମ୍‌ରେ ଥିଲେ, ସେମାନେ ଖସି ଆସିଥିଲେ। କିନ୍ତୁ ଯେଉଁମାନେ ତା’ତଳେ ଥିଲେ ସେମାନେ ମାତ୍ରାଧିକ ଧୂଆଁ ଯୋଗୁ ବାହାରି ପାରି ନଥିଲେ।

ଅଗ୍ନିକାଣ୍ଡର କାରଣ ଜଣାପଡ଼ିନାହିଁ। କିନ୍ତୁ ସର୍ଟ ସର୍କିଟ୍ ଯୋଗୁ ଏହା ହୋଇଛି ବୋଲି କୁହାଯାଉଛି।

ଫସି ରହିଥିବା କର୍ମଚାରୀଙ୍କୁ ବାହାର କରିବାକୁ ଏନ୍‌ଡିଆର୍‌ଏଫ୍‌ର ଏକ ଟିମ୍ ମଧ୍ୟ ପହଞ୍ଚିଛି। ସେମାନଙ୍କୁ ଅଗ୍ନିଶମ ବାହିନୀର କର୍ମଚାରୀମାନେ ସହଯୋଗ କରୁଛନ୍ତି। ତେବେ ଅଗ୍ନିକାଣ୍ଡ ଯୋଗୁ ବିଦ୍ୟୁତ୍ ସଂଯୋଗ ବିଚ୍ଛିନ୍ନ କରି ଦିଆଯାଇଛି। ତେଣୁ ଉଦ୍ଧାର କାର୍ଯ୍ୟରେ ବିଳମ୍ବ ହେଉଥିବା ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story