ଫାର୍ମା କମ୍ପାନୀରେ ଭୟଙ୍କର ଅଗ୍ନିକାଣ୍ଡ, ୫ ଜୀବନ୍ତ ଦଗ୍ଧ

ବିଶାଖାପଟନମ୍‌: ଫାର୍ମା କମ୍ପାନୀରେ ଭୟଙ୍କର ଅଗ୍ନିକାଣ୍ଡ। ଦେଖୁ ଦେଖୁ ଜୀବନ୍ତ ଜଳି ଗଲେ ୫ ଜଣ। ଆନ୍ଧ୍ରପ୍ରଦେଶର ଅନକାପଲ୍ଲି ଜିଲ୍ଲାରେ ଏଭଳି କିଛି ଦୁର୍ଘଟଣା। ଅନକାପଲ୍ଲି ଜିଲ୍ଲାର ପାରୱାଡାରେ ଥିବା ଏକ ଫାର୍ମା କମ୍ପାନୀରେ ଭୟଙ୍କୀ ଅଗ୍ନିକାଣ୍ଡ ଘଟିଛି। ନିଆଁ ଲାଗି ଏଥିରେ ୫ ଜଣ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି। ମୃତକଙ୍କ ମଧ୍ୟରେ କମ୍ପାନୀର ୩ ଜଣ ସ୍ଥାୟୀ କର୍ମଚାରୀ ଥିବାବେଳେ ୨ ଜଣ ଠିକା କର୍ମଚାରୀ ଥିବା ଜଣାପଡିଛି। ଏଥିସହ ଜଣେ ଗୁରୁତର ହୋଇଛନ୍ତି। ତାଙ୍କୁ […]

fire break out

Madhupriya Mistry
  • Published: Tuesday, 27 December 2022
  • , Updated: 27 December 2022, 08:40 AM IST

ବିଶାଖାପଟନମ୍‌: ଫାର୍ମା କମ୍ପାନୀରେ ଭୟଙ୍କର ଅଗ୍ନିକାଣ୍ଡ। ଦେଖୁ ଦେଖୁ ଜୀବନ୍ତ ଜଳି ଗଲେ ୫ ଜଣ। ଆନ୍ଧ୍ରପ୍ରଦେଶର ଅନକାପଲ୍ଲି ଜିଲ୍ଲାରେ ଏଭଳି କିଛି ଦୁର୍ଘଟଣା।

ଅନକାପଲ୍ଲି ଜିଲ୍ଲାର ପାରୱାଡାରେ ଥିବା ଏକ ଫାର୍ମା କମ୍ପାନୀରେ ଭୟଙ୍କୀ ଅଗ୍ନିକାଣ୍ଡ ଘଟିଛି। ନିଆଁ ଲାଗି ଏଥିରେ ୫ ଜଣ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି। ମୃତକଙ୍କ ମଧ୍ୟରେ କମ୍ପାନୀର ୩ ଜଣ ସ୍ଥାୟୀ କର୍ମଚାରୀ ଥିବାବେଳେ ୨ ଜଣ ଠିକା କର୍ମଚାରୀ ଥିବା ଜଣାପଡିଛି। ଏଥିସହ ଜଣେ ଗୁରୁତର ହୋଇଛନ୍ତି। ତାଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି।

ପୁଲିସ ସୂଚନା ମୁତାବକ, ପାରୱାଡା ଫାର୍ମାସିଟିରେ ଥିବା ଲାରୁସ୍ କମ୍ପାନୀର ଲ୍ୟାବ୍‌ରେ ଗତ ରାତିରେ ନିଆଁ ଲାଗିଥିଲା। ୨ ନମ୍ବର ୟୁନିଟରେ ମେସିନ ପାଇପ୍ ସଫା କରାଯାଉଥିବା ବେଳେ ସର୍ଟସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ଘଟିଥିଲା। ଏହା ଏତେ ଭୟଙ୍କର ଥିଲା ଯେ, କର୍ମଚାରୀମାନେ ବାହାରକୁ ଆସିବାର ସୁଯୋଗ ପାଇନଥିଲେ। ସେଠାରେ କାମ କରୁଥିବା ୬ କର୍ମଚାରୀ ପୋଡ଼ିଯାଇଥିଲେ।

ସେପଟେ ଏହି ଘଟଣାକୁ ନେଇ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ୍ନମୋହନ ରେଡ୍ଡୀ ଦୁଃଖ ପ୍ରକାଶ କରିଛନ୍ତି। ମୃତକଙ୍କ ପରିବାରକୁ ୨୫ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ରାଶି ଘୋଷଣା କରିଛନ୍ତି। ଏଥିସହ ଗୁରୁତର ହୋଇଥିବା ବ୍ୟକ୍ତିଙ୍କୁ ଉନ୍ନତ ଚିକିତ୍ସା ଯୋଗାଇବାକୁ ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

Related story