ଦୁର୍ଗା ପୂଜା ପେଣ୍ଡାଲରେ ଅଗ୍ନିକାଣ୍ଡ: ୫ ମୃତ, ୬୪ ଆହତ

ଲକ୍ଷ୍ନୌ: ଉତ୍ତର ପ୍ରଦେଶର ଭଦୋହୀରେ ଏକ ଦୁର୍ଗା ପୂଜା ପେଣ୍ଡାଲରେ ଅଗ୍ନିକାଣ୍ଡ ଘଟି ୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୬୪ ଜଣ ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ତିନି ଜଣ ବାଳକ ଅଛନ୍ତି ଓ ୨ ଜଣ ମହିଳା ଅଛନ୍ତି। ରବିବାର ରାତି ପ୍ରାୟ ସାଢ଼େ ୯ଟା ବେଳେ ଏହି ଘଟଣା ଘଟିଥିଲା। ସେତେବେଳେ ମା’ଙ୍କ ଆରତି ଚାଲିଥିଲା। ଆଉ ପେଣ୍ଡାଲରେ ୩୦୦ରୁ ଅଧିକ ଲୋକଙ୍କ ଭିଡ଼ ଜମିଥିଲା। ବିଦ୍ୟୁତ୍‌ ସର୍ଟ ସର୍କିଟ୍‌ରୁ ଏହି ଅଗ୍ନିକାଣ୍ଡ […]

Durga Puja

  • Published: Monday, 03 October 2022
  • , Updated: 03 October 2022, 01:07 PM IST

ଲକ୍ଷ୍ନୌ: ଉତ୍ତର ପ୍ରଦେଶର ଭଦୋହୀରେ ଏକ ଦୁର୍ଗା ପୂଜା ପେଣ୍ଡାଲରେ ଅଗ୍ନିକାଣ୍ଡ ଘଟି ୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୬୪ ଜଣ ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ତିନି ଜଣ ବାଳକ ଅଛନ୍ତି ଓ ୨ ଜଣ ମହିଳା ଅଛନ୍ତି।

ରବିବାର ରାତି ପ୍ରାୟ ସାଢ଼େ ୯ଟା ବେଳେ ଏହି ଘଟଣା ଘଟିଥିଲା। ସେତେବେଳେ ମା’ଙ୍କ ଆରତି ଚାଲିଥିଲା। ଆଉ ପେଣ୍ଡାଲରେ ୩୦୦ରୁ ଅଧିକ ଲୋକଙ୍କ ଭିଡ଼ ଜମିଥିଲା।

ବିଦ୍ୟୁତ୍‌ ସର୍ଟ ସର୍କିଟ୍‌ରୁ ଏହି ଅଗ୍ନିକାଣ୍ଡ ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ଏହି ଘଟଣା ପରେ ଭଦୋହୀ ଜିଲ୍ଲାପାଳଙ୍କ ସମେତ ଜିଲ୍ଲା ପ୍ରଶାସନର ସମସ୍ତ ବରିଷ୍ଠ ଅଧିକାରୀ ସେଠାରେ ପହଞ୍ଚିଥିଲେ। ପୁଲିସ୍ ଓ ଅଗ୍ନିଶମ ବାହିନୀ କର୍ମଚାରୀ ନିଆଁ ଲିଭା ଓ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଥିଲେ।

ଭଦୋହୀ ଜିଲ୍ଲାପାଳ ଗୌରାଙ୍ଗ ରଥି ନ୍ୟୁଜ୍ ଏଜେନ୍ସୀ ପିଟିଆଇକୁ ଦେଇଥିବା ପ୍ରତିକ୍ରିୟାରେ କହିଛନ୍ତି ଯେ ପେଣ୍ଡାଲ ଛାତରେ ଲାଗିଥିବା ଏକ ହାଲୋଜେନ୍ ଲାଇଟ୍ ଅଧିକ ଗରମ ହୋଇଯିବାରୁ ଏକ ବିଦ୍ୟୁତ୍ ତାରରେ ନିଆଁ ଲାଗିଯାଇଥିଲା। ଏହା ତୁରନ୍ତ ପୂରା ପେଣ୍ଡାଲକୁ ନିକ କବଳକୁ ନେଇ ଯାଇଥିଲା। ପେଣ୍ଡାଲରେ କାଠ ଓ କପଡ଼ା ବ୍ୟବହାର କରାଯାଇଥିବାରୁ ନିଆଁ ସଙ୍ଗେ ସଙ୍ଗେ ବ୍ୟାପୀ ଯାଇଥିଲା।

ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏହି ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ସେ ମୃତକଙ୍କ ପରିବାର ଲୋକଙ୍କୁ ସମବେଦନା ଜଣାଇଛନ୍ତି। ଏହା ସହିତ ଆହତମାନେ ଯେପରି ସୁବିଧାରେ ଉନ୍ନତମାନର ଚିକିତ୍ସା ପାଇପାରିବେ, ତାହା ନିଶ୍ଚିତ କରିବାକୁ ସେ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି।

 

Related story