ଗୁଳିକାଣ୍ଡ: ଆର୍ଥିକ ସହାୟତା ନେବାକୁ ମନା କଲେ, ସେନା ଯବାନଙ୍କୁ ଦଣ୍ଡ ଦେବାକୁ କହିଲେ

ଗୌହାଟୀ: ଆତଙ୍କବାଦୀ ଭାବି ସାଧାରଣ ଲୋକଙ୍କୁ ଗୁଳି ମାରିଥିବା ସେନା ଯବାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହୋଇଛି। ନାଗାଲାଣ୍ଡର ମୋନ ଜିଲ୍ଲାରେ ଘଟିଥିବା ଏହି ଗୁଳିମାଡ଼ ଘଟଣାରେ ୧୪ ଜଣ ସାଧାରଣ ନାଗରିକ ପ୍ରାଣ ହରାଇଥିଲେ। ସେନା ଓ ସରକାର ନିଜର ଭୁଲ ସ୍ୱୀକାର କରିବା ସହ ପ୍ରାଣ ହରାଇଥିବା ଲୋକଙ୍କୁ ଆର୍ଥିକ ସହାୟତା ଦେବାକୁ ଘୋଷଣା କରିଥିଲେ। ହେଲେ ମୃତକଙ୍କ ପରିବାର ଓ ଗାଁ ଲୋକ କୌଣସି ପ୍ରକାରର ଆର୍ଥିକ ସହାୟତା […]

Nagaland

Hemant Lenka
  • Published: Monday, 13 December 2021
  • , Updated: 13 December 2021, 10:39 AM IST

ଗୌହାଟୀ: ଆତଙ୍କବାଦୀ ଭାବି ସାଧାରଣ ଲୋକଙ୍କୁ ଗୁଳି ମାରିଥିବା ସେନା ଯବାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହୋଇଛି। ନାଗାଲାଣ୍ଡର ମୋନ ଜିଲ୍ଲାରେ ଘଟିଥିବା ଏହି ଗୁଳିମାଡ଼ ଘଟଣାରେ ୧୪ ଜଣ ସାଧାରଣ ନାଗରିକ ପ୍ରାଣ ହରାଇଥିଲେ।

ସେନା ଓ ସରକାର ନିଜର ଭୁଲ ସ୍ୱୀକାର କରିବା ସହ ପ୍ରାଣ ହରାଇଥିବା ଲୋକଙ୍କୁ ଆର୍ଥିକ ସହାୟତା ଦେବାକୁ ଘୋଷଣା କରିଥିଲେ। ହେଲେ ମୃତକଙ୍କ ପରିବାର ଓ ଗାଁ ଲୋକ କୌଣସି ପ୍ରକାରର ଆର୍ଥିକ ସହାୟତା ଗ୍ରହଣ କରିବେ ନାହିଁ ବୋଲି କହିଛନ୍ତି। ଗୁଳିକାଣ୍ଡରେ ସାମିଲ ଥିବା ସେନା ଯବାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଓ ବିବାଦୀୟ ଆଫ୍ସା ଆଇନକୁ ପ୍ରତ୍ୟାହାର କରିବାକୁ ସେମାନେ ଦାବି କରିଛନ୍ତି।

ରବିବାର ମୋନ ଜିଲ୍ଲାର ଓଟିଙ୍ଗରେ ମୃତଙ୍କ ପରିବାର ବର୍ଗଙ୍କ ସହ ଗାଁର ଲୋକମାନେ ଆଲୋଚନା କରିଥିଲେ। ଏହାପରେ ସର୍ବସମ୍ମତିକ୍ରମେ ନ୍ୟାୟ ନ ମିଳିବା ଯାଏ କେହି ବି ଆର୍ଥିକ ସହାୟତା ଗ୍ରହଣ କରିବେ ନାହିଁ ବୋଲି ନିଷ୍ପତ୍ତି ନିଆଯାଇଛି। ଗୁଳିକାଣ୍ଡରେ ପ୍ରାଣ ହରାଇଥିବା ୧୪ ଜଣଙ୍କ ମଧ୍ୟରୁ ଓଟିଙ୍ଗରେ ୧୨ ଜଣ ରହୁଥିଲେ।

ବୈଠକ ପରେ ଗାଁ ପରିଷଦ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି ଯେ ଜଣେ ମନ୍ତ୍ରୀ ଓ ଜିଲ୍ଲାର ଡେପୁଟି କମିଶନରଙ୍କ ପକ୍ଷରୁ ଗୋଟିଏ ଲଫାପା ଆମ ପାଖକୁ ଆସିଥିଲା। ଏଥିରେ ୧୮ ଲକ୍ଷ ୩୦ ହଜାର ଟଙ୍କା ରହିଥିଲା। ଏହାକୁ ଗାଁର ଲୋକମାନେ ମନ୍ତ୍ରୀଙ୍କ ତରଫରୁ ମିଳିଥିବା ଉପହାର ଭାବିଥିଲେ। କିନ୍ତୁ ସରକାର ଘୋଷଣା କରିଥିବା ଆର୍ଥିକ ସହାୟତା ମଧ୍ୟରୁ ପ୍ରଥମ ଦଫାରେ ଏହି ୧୮,୩୦,୦୦୦ ହଜାର ଟଙ୍କା ଦିଆଯାଇଥିବା ଲଫାପା ମଧ୍ୟରେ ଥିବା ଚିଠିରୁ ଜଣାପଡ଼ିଥିଲା। ଏହାକୁ ସରକାରଙ୍କ ପାଖକୁ ଫେରାଇ ଦିଆଯିବ।

ଯେଉଁ ପର୍ଯ୍ୟନ୍ତ ଗୁଳିକାଣ୍ଡରେ ସାମିଲ ଥିବା ୨୧ ପାରା ମିଲିଟାରୀ ‍ଫୋର୍ସର ଦୋଷୀ ଯବାନମାନେ ଦଣ୍ଡ ପାଇନାହାନ୍ତି ଓ ଆଫ୍ସା ଆଇନ ପ୍ରତ୍ୟାହାର ହୋଇନି, ସେ ପର୍ଯ୍ୟନ୍ତ କୌଣସି ଆର୍ଥିକ ସହାୟତା ଗ୍ରହଣ କରାଯିବ ନାହିଁ ବୋଲି ଉକ୍ତ ବିବୃତିରେ ଗାଁ ପକ୍ଷରୁ କୁହାଯାଇଛି।

ସୂଚନାଯୋଗ୍ୟ, ନାଗାଲାଣ୍ଡ ଗୁଳିକାଣ୍ଡରେ ପ୍ରାଣ ହରାଇଥିବା ଲୋକଙ୍କ ପରିବାର ବର୍ଗଙ୍କୁ ସରକାର ୫ ଲକ୍ଷ ଟଙ୍କା ଲେଖାଏ ଦେବାକୁ ଘୋଷଣା କରିଥିଲେ। ସେହିପରି ଆହତଙ୍କ ପାଇଁ ୫୦ ହଜାର ଟଙ୍କାର ସହାୟତା ଘୋଷଣା ହୋଇଛି।

Related story