ଗାଡ଼ିକୁ ପିଟିଲା ଗାଡ଼ି, ୫ମୃତ, ୫ ଆହତ

ମୁମ୍ବାଇ: ଗାଡିକୁ ପିଟିଲା ଗାଡି। ସିରିଜ ଦୁର୍ଘଟଣାରେ ଚାଲିଗଲା ୫ ଜୀବନ। ମହାରାଷ୍ଟ୍ର ଖୋପଲି ନିକଟସ୍ଥ ମୁମ୍ବାଇ-ପୁଣେ ଏକ୍ସପ୍ରେସ ହାଇୱେ ନିକଟରେ ଏହି ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଅଟୋ, କାର୍ ଓ ଏକ ଟ୍ରଲର ମଧ୍ୟରେ ପରସ୍ପର ଧକ୍କା ହେବା ଫଳରେ ଘଟଣାସ୍ଥଳରେ ୫ଜଣଙ୍କ ମୃତ୍ୟୁ ହୋଇଛି। ଅନ୍ୟ ୫ ଜଣ ଆହତ ହୋଇଛନ୍ତି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତେଦହଗୁଡିକୁ ଉଦ୍ଧାର କରିବା ସହ ଆହତଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରିଛି। ସୋମବାର ବିଳମ୍ବିତ […]

Accident

Madhupriya Mistry
  • Published: Tuesday, 16 February 2021
  • , Updated: 16 February 2021, 08:46 AM IST

ମୁମ୍ବାଇ: ଗାଡିକୁ ପିଟିଲା ଗାଡି। ସିରିଜ ଦୁର୍ଘଟଣାରେ ଚାଲିଗଲା ୫ ଜୀବନ। ମହାରାଷ୍ଟ୍ର ଖୋପଲି ନିକଟସ୍ଥ ମୁମ୍ବାଇ-ପୁଣେ ଏକ୍ସପ୍ରେସ ହାଇୱେ ନିକଟରେ ଏହି ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଅଟୋ, କାର୍ ଓ ଏକ ଟ୍ରଲର ମଧ୍ୟରେ ପରସ୍ପର ଧକ୍କା ହେବା ଫଳରେ ଘଟଣାସ୍ଥଳରେ ୫ଜଣଙ୍କ ମୃତ୍ୟୁ ହୋଇଛି। ଅନ୍ୟ ୫ ଜଣ ଆହତ ହୋଇଛନ୍ତି।

ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତେଦହଗୁଡିକୁ ଉଦ୍ଧାର କରିବା ସହ ଆହତଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରିଛି। ସୋମବାର ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଛି। ପୋଲିସର କହିବାନୁସାରେ, ଆହତଙ୍କ ମଧ୍ୟରୁ ୨ ଜଣଙ୍କୁ ଅଷ୍ଟବିନାୟକ ଓ ଅନ୍ୟ ୨ ଜଣଙ୍କୁ ବାସୀର ମନପା ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଅନ୍ୟଜଣେ ଆହତଙ୍କୁ ଏକ ଘରୋଇ ମେଡିକାଲରେ ଭର୍ତ୍ତି କରାଯାଇଛି । ଏହା ସହ ସମସ୍ତ ମୃତଦେହକୁ ଖାପୋଲୀ ହସ୍ପିଟାଲରେ ରଖାଯାଇଛି ।

ତେବେ କିପରି ଏତେ ବଡ ସିରିଜ୍ ଦୁର୍ଘଟଣା ହେଲା ତାହାର କାରଣ ସ୍ପଷ୍ଟ ହୋଇପାରି ନାହିଁ । ଭାରସାମ୍ୟ ହରାଇ ପରସ୍ପର ସହ ଗାଡି ଗୁଡିକ ଧକ୍କା ହୋଇଥିବା ସନ୍ଦେହ କରାଯାଉଛି । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ଅଧିକ ଖବର ପାଇଁ ଅପେକ୍ଷା କରାଯାଇଛି।

Related story