କାଲି ଖୋଲିବ ୫ ରାଜ୍ୟର ନେତାଙ୍କ ଭାଗ୍ୟ

ନୂଆଦିଲ୍ଲୀ: ଭୋଟ୍ ପରୀକ୍ଷା ସରିବା ପରେ ୫ ରାଜ୍ୟର ଫୈସଲାକୁ ଏବେ ସାରା ଦେଶର ଅପେକ୍ଷା । ଆସନ୍ତାକାଲି ସକାଳ ୮ଟାରୁ ଏସବୁ ରାଜ୍ୟରେ ହେବ ଭୋଟ୍ ଗଣତି।  ଏଥିପାଇଁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି।  ହେଲେ ଏକଜିଟ୍‌ ପୋଲ୍ ଆକଳନରୁ ଉତ୍ତରାଖଣ୍ଡ ଓ ଗୋଆରେ ଝୁଲା ବିଧାନସଭା ସଂକେତ ଆସିଥିବାରୁ ଭୋଟ୍ ଗଣତି ପୂର୍ବରୁ ଏ ଦୁଇ ରାଜ୍ୟରେ ରାଜନୈତିକ ଗତିବିଧି ଜୋର୍ ଧରିଛି। ୟୁପି ଓ ମଣିପୁରରେ ବିଜେପି ସପକ୍ଷରେ ମତ ଥିବେ ଅଧିକାଂଶ ଏକ୍ଜିଟ୍ […]

election1

election1

Tapas Behera
  • Published: Wednesday, 09 March 2022
  • Updated: 10 March 2022, 07:48 AM IST

Sports

Latest News

ନୂଆଦିଲ୍ଲୀ: ଭୋଟ୍ ପରୀକ୍ଷା ସରିବା ପରେ ୫ ରାଜ୍ୟର ଫୈସଲାକୁ ଏବେ ସାରା ଦେଶର ଅପେକ୍ଷା । ଆସନ୍ତାକାଲି ସକାଳ ୮ଟାରୁ ଏସବୁ ରାଜ୍ୟରେ ହେବ ଭୋଟ୍ ଗଣତି।  ଏଥିପାଇଁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି।  ହେଲେ ଏକଜିଟ୍‌ ପୋଲ୍ ଆକଳନରୁ ଉତ୍ତରାଖଣ୍ଡ ଓ ଗୋଆରେ ଝୁଲା ବିଧାନସଭା ସଂକେତ ଆସିଥିବାରୁ ଭୋଟ୍ ଗଣତି ପୂର୍ବରୁ ଏ ଦୁଇ ରାଜ୍ୟରେ ରାଜନୈତିକ ଗତିବିଧି ଜୋର୍ ଧରିଛି। ୟୁପି ଓ ମଣିପୁରରେ ବିଜେପି ସପକ୍ଷରେ ମତ ଥିବେ ଅଧିକାଂଶ ଏକ୍ଜିଟ୍ ପୋଲ୍ ସଂସ୍ଥାର ଅାକଳନ କରିଛନତି। ସେହିପରି ପଞ୍ଜାବରେ ଆମ୍ ଆଦମୀ ପାର୍ଟି ଐତିହାସିକ ବିଜୟ ହାସଲ କରୁଥିବା ନେଇ ସବୁ ଏକଜିଟ୍ ପୋଲର ଆକଳନ କରିଛନ୍ତି।

ତେବେ ଏକ୍‌ଜିଟ୍ ପୋଲ୍ ଫଳାଫଳରୁ୍ ଉତ୍ତରାଖଣ୍ଡ, ଗୋଆରେ ତ୍ରିଶଙ୍କୁ ସ୍ଥିତିର ଆଶଙ୍କା ଥିବାରୁ ସବୁ ଦଳର ଫୋକସ୍‌ରେ ଏହି ଦୁଇ ରାଜ୍ୟ ପରେ ଅଛି। ଯଦି ଗୋଆ କଥା ଦେଖିବା, ଗତ ୨୦୧୭ ନିର୍ବାଚନରେ କଂଗ୍ରେସ ଏଠି ୪୦ରୁ ୧୭ ଆସନ ଜିତି ଏକକ ସଂଖ୍ୟା ଗରିଷ୍ଠ ଦଳର ମାନ୍ୟତା ପାଇଥିଲେ ବି ଭୁଲ୍ ରଣନୀତି ପାଇଁ ସରକାର ଗଢ଼ିପାରି ନଥିଲା । ଆଉ ମାତ୍ର ୧୩ ଆସନ ଜିତି ବାଜି ମାରି ନେଇଥିଲା ବିଜେପି। ତେଣୁ ଏଥର ଯେଭଳି ସେ ଭୁଲ୍ ନ ହୁଏ ସେଥିପାଇଁ ଗଡ଼ ଜଗିଛି ଏଆଇସିସି ।

ରେଜଲ୍ଟକୁ ନେଇ ତତ୍କାଳ ନିଷ୍ପତ୍ତି ନେବାକୁ କ୍ରାଇସିସ୍ ମ୍ୟାନେଜମେଣ୍ଟରେ ମାହିର ଦଳର ବରିଷ୍ଠ ନେତା  ପି ଚିଦାମ୍ବରମ ଓ କନ୍ନାଟକ କ୍ରାଇସିସ୍ ମ୍ୟାନେଜର୍ ଡି.କେ. ଶିବକୁମାର ପାଣାଜିରେ ଡେରା ପକାଇଛନ୍ତି।  ସେହିପରି ଏକ୍‌ଜିଟ୍ ପୋଲ୍ ଆକଳନରୁ ୭୦ ଆସନ ବିଶିଷ୍ଟ ଉତ୍ତରାଖଣ୍ଡରେ ମଧ୍ୟ ଏଥର ଅନୁରୂପ ସ୍ଥିତି ଉପୁଜିବାର ଆଶଙ୍କା ଥିବାରୁ ବିଜେପି ପୂରା ସଜାଗ । ଗୋଠ ଜଗିବା ସହ ସମ୍ଭାବ୍ୟ ସ୍ଥିତି ପାଇଁ ଷ୍ଟ୍ରାଟେଜି ବନେଇବାକୁ ଡେରାଡୁନ୍‌ରେ ଡେରା ପକାଇଛନ୍ତି ବରିଷ୍ଠ ନେତା କୈଳାଶ ବିଜୟ ଭର୍ଗିୟ ।

କଂଗ୍ରେସ ମଧ୍ୟ ଏଠି ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲଙ୍କୁ ଗଡ଼ ଜଗେଇଛି । କେବଳ ସେତିକି ନୁହେଁ, ଘୋଡ଼ା ବେପାରର ଆଶଙ୍କାକୁ ଦେଖି ଉଭୟ ଗୋଆ ଏବଂ ଉତ୍ତରାଖଣ୍ଡରେ ଦୁଇ ଦଳ ପକ୍ଷରୁ ରିସୋର୍ଟ ପଲିଟିକ୍ସ ବି ଆରମ୍ଭ ହୋଇଯାଇଥିବା ସୂଚନା ମିଳିଛି । ଗୋଆରେ କଂଗ୍ରେସର ୩୭ ବିଧାୟକ ପ୍ରାର୍ଥୀଙ୍କୁ ନର୍ଥ ଗୋଆରେ ଏକ ତାରକା ରିସର୍ଟରେ ଏକାଠି ରଖାଯାଇଛି। ୟୁପି ସହ ସମସ୍ତ ୫ ରାଜ୍ୟରେ ଆସନ୍ତାକାଲି ସକାଳ ୮ଟାରୁ ଆରମ୍ଭ ହୋଇଯିବ ଭୋଟ୍ ଗଣତି।  ପ୍ରଥମେ ପୋଷ୍ଟାଲ୍ ବାଲାଟ୍ ଓ ତା ପରେ ସାଢ଼େ ୮ଟାରୁ ଆରମ୍ଭ ହେବ ଇଭିଏମ ଗଣତି  । ତେଣୁ କାହା କାହା ହାତରେ ରହୁଛି ଏ ସବୁ ୫ ରାଜ୍ୟର ଭାଗ୍ୟ ଡୋରି  ତାକୁ ହିଁ ସାରା ଦେଶର ଅପେକ୍ଷା ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story