ଗଣଦୁଷ୍କର୍ମ ଅଭିଯୋଗରେ ପୂର୍ବତନ ଆଣ୍ଡାମାନ ଏବଂ ନିକୋବର ମୁଖ୍ୟ ସଚିବ ଗିରଫ

ନୂଆଦିଲ୍ଲୀ: ଗଣଦୁଷ୍କର୍ମ ଅଭିଯୋଗରେ ପୂର୍ବତନ ଆଣ୍ଡାମାନ ଏବଂ ନିକୋବର ମୁଖ୍ୟ ସଚିବ ଜିତେନ୍ଦ୍ର ନାରାଇନ୍‌ଙ୍କୁ ଗିରଫ କରାଯାଇଛି। ପୋର୍ଟ ବ୍ଲେୟାରରେ ତାଙ୍କୁ ପଚରାଉଚରା ପାଇଁ ସମନ କରାଯାଥିଲା। ନୋଟିସ୍‌ ପାଇ ସେ ପୁଲିସରେ ହାଜର ହୋଇଥିଲେ। ଗୁରୁବାର ତାଙ୍କ ଜାମିନ ଆବେଦନକୁ ପ୍ରତ୍ୟାଖ୍ୟାନ କରାଯାଇଥିଲା। ଜଣେ ମହିଳାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗରେ ଜିତେନ୍ଦ୍ରଙ୍କୁ ଗତ ଅକ୍ଟୋବର ମାସରେ ଗୃହ ମନ୍ତ୍ରଣାଳୟ ଦ୍ୱାରା ନିଲମ୍ବିତ କରାଯାଇଥିଲା। ମନ୍ତ୍ରଣାଳୟ କହିଥିଲା ଯେ, ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜର ମୁଖ୍ୟ ସଚିବ […]

789

  • Published: Thursday, 10 November 2022
  • , Updated: 10 November 2022, 08:07 PM IST

ନୂଆଦିଲ୍ଲୀ: ଗଣଦୁଷ୍କର୍ମ ଅଭିଯୋଗରେ ପୂର୍ବତନ ଆଣ୍ଡାମାନ ଏବଂ ନିକୋବର ମୁଖ୍ୟ ସଚିବ ଜିତେନ୍ଦ୍ର ନାରାଇନ୍‌ଙ୍କୁ ଗିରଫ କରାଯାଇଛି। ପୋର୍ଟ ବ୍ଲେୟାରରେ ତାଙ୍କୁ ପଚରାଉଚରା ପାଇଁ ସମନ କରାଯାଥିଲା। ନୋଟିସ୍‌ ପାଇ ସେ ପୁଲିସରେ ହାଜର ହୋଇଥିଲେ। ଗୁରୁବାର ତାଙ୍କ ଜାମିନ ଆବେଦନକୁ ପ୍ରତ୍ୟାଖ୍ୟାନ କରାଯାଇଥିଲା।

ଜଣେ ମହିଳାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗରେ ଜିତେନ୍ଦ୍ରଙ୍କୁ ଗତ ଅକ୍ଟୋବର ମାସରେ ଗୃହ ମନ୍ତ୍ରଣାଳୟ ଦ୍ୱାରା ନିଲମ୍ବିତ କରାଯାଇଥିଲା। ମନ୍ତ୍ରଣାଳୟ କହିଥିଲା ଯେ, ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜର ମୁଖ୍ୟ ସଚିବ ଥିବାବେଳେ ନାରାୟଣ ଏବଂ ଅନ୍ୟମାନେ ମିଶି ଜଣେ ମହିଳାଙ୍କୁ ଗଣ ଦୁଷ୍କର୍ମ କରିଥିବା ପୁଲିସରେ ଅଭିଯୋଗ ହୋଇଥିଲା।

ଏହି ରିପୋର୍ଟ ଦର୍ଶାଉଛି ଯେ, ନାରାୟଣ ତାଙ୍କ ସରକାରୀ ପଦବୀର ଅପବ୍ୟବହାର କରିପାରନ୍ତି।  ଆଣ୍ଡାମାନ ଏବଂ ନିକୋବର ପୋଲିସର ଏକ ସ୍ୱତନ୍ତ୍ର ଅନୁସନ୍ଧାନକାରୀ ଦଳ ଏହି ମାମଲାର ପୃଥକ ଭାବେ ଅନୁସନ୍ଧାନ କରୁଛନ୍ତି। ଏହା ପରେ ନାରାୟଣଙ୍କୁ ନିଲମ୍ବନ କରାଯାଇଥିଲା।  ମହିଳା ବିରୋଧୀ ଅପରାଧ ପାଇଁ କେନ୍ଦ୍ର ସରକାର ଜିରୋ ଟଲେରେନ୍ସ ନୀତି ଆପଣାନ୍ତି ବୋଲି ଏକ ବିଜ୍ଞପ୍ତିରେ କୁହାଯାଇଥିଲା।

Related story