ନୂଆଦିଲ୍ଲୀ: ସମ୍ପ୍ରତି ୫ ରାଜ୍ୟରେ ବିଧାନସଭା ନିର୍ବାଚନରେ କଂଗ୍ରେସର ଶୋଚନୀୟ ପରାଜୟକୁ ନେଇ ଦଳ ଭିତରେ ଭୃକୁଞ୍ଚନ ସୃଷ୍ଟି ହୋଇଛି। ଦଳର ନୈରାଶ୍ୟଜନକ ପ୍ରଦର୍ଶନ ପରେ ନେତୃତ୍ୱ ପରିବର୍ତ୍ତନକୁ ନେଇ ସ୍ୱର ଉଠିଛି। ସକ୍ରିୟ ହୋଇଛି ବିଦ୍ରୋହୀ ଗୋଷ୍ଠୀ। ସଦସ୍ୟ ଶେଷ ହୋଇଥିବା ବିଧାନସଭା ନିର୍ବାଚନରେ କଂଗ୍ରସ ଧରାଶାୟୀ ହେବା ପରେ ଦଳର ବିଦ୍ରୋହୀ ଗୋଷ୍ଟୀ ଜି-୨୩ ନେତାଙ୍କ ମଧ୍ୟରେ ଶୁକ୍ରବାର ଏକ ବୈଠକ ବସିଥିଲା। ଏହି ବୈଠକରେ ଏଆଇସିସିର ସଭାପତି ନିର୍ବାଚନରେ ବିଳମ୍ବ ହେବା ଉଚିତ ନୁହଁ ବୋଲି ଆଲୋଚନା ହୋଇଥିଲା। ସେହିପରି ନିର୍ବାଚନରେ ଫଳାଫଳକୁ ନେଇ ଏଆଇସିସି ପକ୍ଷରୁ ସମୀକ୍ଷା ପାଇଁ ବୈଠକ ଡକାଯିବା ଉଚିତ୍ ବୋଲି ଆଲୋଚନା ହୋଇଥିଲ।
ଏହି ବୈଠକରେ ବରିଷ୍ଠ କଂଗ୍ରେସ ନେତା ଗୁଲାମ ନବୀ ଆଜାଦଙ୍କ ବାଷଭବନରେ ହୋଇଥିଲା। ଏଥିରେ କପିଲ ଶିବଲ, ମନିଶ ତିୱାରୀ, ଆନନ୍ଦ ଶର୍ମା ଏବଂ ଅଖିଲେଶ ପ୍ରସାଦଙ୍କ ସହ ଅନ୍ୟ ନେତାମାନେ ଯୋଗ ଦେଇଥିଲେ। ବୈଠକରେ ଦଳର ପରାଜ ପାଇଁ ଯେଉଁ ନେତା ଦାୟୀ ସେମାନଙ୍କୁ ଦାୟିତ୍ୱ ନ୍ୟସ୍ତ କରାଯିବ ପାଇଁ ଦାବି ହୋଇଥିଲା ।
ସେହିପରି କଂଗ୍ରେସର କାର୍ଯ୍ୟକାରିଣୀ କମିଟିର ପୁନର୍ଗଠନ ହେଉ। ଏଆଇସିସିରେ ସାଙ୍ଗଠନିକ ନିର୍ବାଚନ ନେଇ ମଧ୍ୟ ଆଲୋଚନା ହୋଇଥିଲା। ସମ୍ପ୍ରତି ଉତ୍ତରପ୍ରଦେଶ ସମେତ ୫ ରାଜ୍ୟରେ ନିର୍ବାଚନ ଫଳାଫଳ ଆସିବାର ଗୋଟିଏ ଦିନ ପରେ ଜି-୨୩ ନେତାମାନଙ୍କର ବୈଠକ ବସିଥିଲା। ଜଣେ ବରିଷ୍ଠ କଂଗ୍ରେସ ନେତା କହିଛନ୍ତି ଯେ, ସମୟ ଆସିଛି କଂଗ୍ରେସ ଗାନ୍ଧି ପରିବାରରୁ ମୁକ୍ତ ହେବା ଉଚିତ। ଏବେ ନୂଆ ନୂଆ ଯୁବ ନେତାଙ୍କୁ ଦଳ ସୁଯୋଗ ଦେବା ଉଚିତ। ଯେଉଁମାନେ ଦଳ ପାଇଁ ନିଷ୍ଠାର ସହ କାମ କରିବେ। ନଚେତ କଂଗ୍ରେସ ପୁଣି ନିଜ ସ୍ଥିତିକୁ ଫେରିବା ଅସମ୍ଭବ ହୋଇ ପଡ଼ିବ ବୋଲି ସେ କହିଛନ୍ତି। ସେହିପରି ବର୍ତ୍ତମାନ ଦଳରେ ଥିବା ଯେଉଁ ନେତାମାନଙ୍କର ଦକ୍ଷତା ନାହିଁ ସେମାନଙ୍କୁ ପରିବର୍ତ୍ତନ ପାଇଁ ମତ ପ୍ରକାଶ ପାଇଥିଲା।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।