ଗ୍ୟାଙ୍ଗୱାର: ରାଜୁ ଥେଟ୍‌କୁ ସର୍ବସମ୍ମୁଖରେ ଗୁଳି କରି ହତ୍ୟା

ଜୟପୁର: କୁଖ୍ୟାତ ଗ୍ୟାଙ୍ଗଷ୍ଟର ରାଜୁ ଥେଟ୍‌ ଗୁଳିମାଡ଼ରେ ପ୍ରାଣ ହରାଇଛି। ଶନିବାର ରାଜସ୍ଥାନର ସିକାର ଅନ୍ତର୍ଗତ ଉଦୟ ନଗର ଅଞ୍ଚଳରେ ରାଜୁକୁ ୪ ଜଣ ଦୁର୍ବୃତ୍ତ ସର୍ବସମ୍ମୁଖରେ ଗୁଳି କରି ହତ୍ୟାର କରିଛନ୍ତି। ରାଜୁ ଏଠାରେ ଥିବା ତା’ ଘର ନିକଟରେ ଛିଡ଼ା ହୋଇଥିବା ବେଳେ ସକାଳୁ ସକାଳୁ ଏପରି ଘଟଣା ଘଟିଛି। ୪ ଦୁର୍ବୃତ୍ତ ଗୁଳିମାଡ଼ କରିବା ପରେ ଡନ୍‌ ଷ୍ଟାଇଲରେ ରାସ୍ତାରେ ଚାଲି ଚାଲି ଯାଇଥିଲେ। ଏଥିସହ ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି କରିବା […]

Raju

Raju

Hemant Lenka
  • Published: Saturday, 03 December 2022
  • Updated: 03 December 2022, 01:16 PM IST

ଜୟପୁର: କୁଖ୍ୟାତ ଗ୍ୟାଙ୍ଗଷ୍ଟର ରାଜୁ ଥେଟ୍‌ ଗୁଳିମାଡ଼ରେ ପ୍ରାଣ ହରାଇଛି। ଶନିବାର ରାଜସ୍ଥାନର ସିକାର ଅନ୍ତର୍ଗତ ଉଦୟ ନଗର ଅଞ୍ଚଳରେ ରାଜୁକୁ ୪ ଜଣ ଦୁର୍ବୃତ୍ତ ସର୍ବସମ୍ମୁଖରେ ଗୁଳି କରି ହତ୍ୟାର କରିଛନ୍ତି। ରାଜୁ ଏଠାରେ ଥିବା ତା’ ଘର ନିକଟରେ ଛିଡ଼ା ହୋଇଥିବା ବେଳେ ସକାଳୁ ସକାଳୁ ଏପରି ଘଟଣା ଘଟିଛି।

୪ ଦୁର୍ବୃତ୍ତ ଗୁଳିମାଡ଼ କରିବା ପରେ ଡନ୍‌ ଷ୍ଟାଇଲରେ ରାସ୍ତାରେ ଚାଲି ଚାଲି ଯାଇଥିଲେ। ଏଥିସହ ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି କରିବା ପାଇଁ ଫାଙ୍କା ଗୁଳି ଚାଳନା ମଧ୍ୟ କରିଥିଲେ। ସ୍ଥାନୀୟ ଅଞ୍ଚଳରେ ଲାଗିଥିବା ସିସିଟିଭିରେ ପୂରା ଦୃଶ୍ୟ କଏଦ ହୋଇଛି।

ଦୀର୍ଘଦିନ ହେଲା ରାଜୁ ଓ ଆନନ୍ଦପଲ ଗ୍ୟାଙ୍ଗ ମଧ୍ୟରେ ବିବାଦ ଜାରି ରହିଥିଲା। ତେଣୁ ରାଜୁକୁ ସବୁଦିନ ପାଇଁ ରାସ୍ତାରୁ ହଟାଇ ଦେବା ପାଇଁ ଆନନ୍ଦପଲ ଗ୍ୟାଙ୍ଗ ଓ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ହାତ ମିଳାଇଥିଲା। ତେଣୁ ସେମାନେ ଲୋକ ପଠାଇ ରାଜୁକୁ ହତ୍ୟା କରିଥିବା କୁହାଯାଉଛି। ଗୁଳିମାଡ଼ରେ ରାଜୁର ମୃତ୍ୟୁ ପରେ ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଛାନିଭିନ କରିଛି।

ଏହି ହତ୍ୟା ପାଇଁ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗର ପେଶାଦାର ଅପରାଧୀ ରୋହିତ ଗୋଦରା ନିଜକୁ ଦାୟୀ କରି ଗୋଟିଏ ବିବୃତି ଜାରି କରିଛି। ଏଥିସହ ଆନନ୍ଦପଲ ଓ ବଲବୀରଙ୍କ ହତ୍ୟାକାଣ୍ଡର ପ୍ରତିଶୋଧ ରାଜୁ ମରିବା ପରେ ପୂରଣ ହୋଇଛି ବୋଲି ସେ କହିଛି।
ରାଜୁକୁ ଗୁଳିମାଡ଼ କରାଯିବା ବେଳର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି। ଏହି ଭିଡିଓରେ ୪ ଜଣ ଦୁର୍ବୃତ୍ତ ରାଜୁକୁ ଟାର୍ଗେଟ କରି ଗୁଳିମାଡ଼ କରୁଥିବାର ଦୃଶ୍ୟ ରହିଛି।

ଘଟଣା ପାଇଁ ନିଜକୁ ଦାୟୀ କରିଥିବା ରୋହିତ ଏବେ ଲରେନ୍ସ ଓ ଗୋଲ୍ଡୀ ବ୍ରାରର ଅପରାଧିକ ନେଟୱର୍କ ଆଜେରବୈଜାନରେ ରହି ଅପରେଟ କରୁଛି। ଭାରତରେ ତା’କୁ ମୋଷ୍ଟୱାଣ୍ଟେଡ ଘୋଷଣା କରାଯାଇଛି।


ଦିଲ୍ଲୀ ସ୍ପେଶାଲ ସେଲର ସୂତ୍ର ଅନୁସାରେ, ରାଜୁକୁ ହତ୍ୟା କରିବା ପାଇଁ ତା’ ପ୍ରତିପକ୍ଷ ଗ୍ୟାଙ୍ଗର ସଦସ୍ୟମାନେ ୧୦ ବର୍ଷ ତଳୁ ହିଁ ଯୋଜନା କରିଥିଲେ। ରାଜୁ ଏକଦା ଜେଲରେ ଥିବା ବେଳେ ସେଠାରେ ଆନନ୍ଦପଲକୁ ଆକ୍ରମଣ କରିଥିଲା। ଆକ୍ରମଣରେ ସେ ଅଳ୍ପକେ ବର୍ତ୍ତି ଯାଇଥିଲେ ମଧ୍ୟ ଆଉ ଜଣଙ୍କର ମୃତ୍ୟୁ ଘଟିଥିଲା। ପରବର୍ତ୍ତୀ ଅବସ୍ଥାରେ ଆନନ୍ଦପଲ ମଧ୍ୟ ରାଜୁର ଆକ୍ରମଣରେ ପ୍ରାଣ ହରାଇଥିଲା।

ଏହି ଘଟଣା ପରେ ଆନନ୍ଦପଲର ଗର୍ଲଫ୍ରେଣ୍ଡ ଅନୁରାଧା ପ୍ରତିଶୋଧ ନେବା ପାଇଁ ଲରେନ୍ସ ବିଷ୍ଣୋଇ ଓ କାଲା ଜାଥେଡି ଗ୍ୟାଙ୍ଗ ସହ ହାତ ମିଳାଇଥିଲା। ସେବେଠାରୁ ରାଜୁକୁ ମାରିବା ପାଇଁ ଯୋଜନା ଚାଲିଥିଲା। ଏବେ ଲରେନ୍ସ ଓ କାଲା ଜାଥେଡି ଗ୍ୟାଙ୍ଗ ମିଳିତ ଭାବେ ରାଜୁକୁ ମାରିଥିବା କୁହାଯାଉଛି।

ଏହି ଘଟଣା କିଛି ଦିନ ପୂର୍ବରୁ ଜାତୀୟ ତଦନ୍ତକାରୀ ସଂସ୍ଥା ଆତଙ୍କବାଦୀ ଓ ଗ୍ୟାଙ୍ଗଷ୍ଟରଙ୍କ ମଧ୍ୟରେ ଥିବା ଲିଙ୍କର ତଦନ୍ତ କରି ଅନୁରାଧାକୁ ଗିରଫ କରିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories