ଗ୍ୟାସ ଟ୍ୟାଙ୍କରରେ ଲାଗିଲା ନିଆଁ: ୩ ଜୀବନ୍ତ ଦଗ୍ଧ, ଅନେକ ଗାଡ଼ି ବି ପୋଡ଼ି ଗଲା

ହଜାରୀବାଗ: ଝାରଖଣ୍ଡରେ ବହୁତ ବଡ଼ ଦୁର୍ଘଟଣା ଘଟିଛି। ଦୁର୍ଘଟଣା ପରେ ଗୋଟିଏ ଗ୍ୟାସ ଟ୍ୟାଙ୍କରରେ ନିଆଁ ଲାଗି ଯିବାରୁ ୩ ଜଣ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି। ଗ୍ୟାସ ଟ୍ୟାଙ୍କରରେ ଲାଗିଥିବା ନିଆଁ ଏତେ ଭୟଙ୍କର ଥିଲା ଯେ ସେହି ସମୟରେ ରାସ୍ତାରେ ଯାଉଥିବା କିଛି ଗାଡ଼ିରେ ମଧ୍ୟ ନିଆଁ ଲାଗି ଯାଇଥିଲା। ଝାରଖଣ୍ଡର ହଜାରୀବାଗରେ ଏପରି ଘଟଣା ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ଗ୍ୟାସ ଟ୍ୟାଙ୍କରଟି ଶନିବାର ରାତିରେ ଚୌପାରନ ପଟୁ ଆଗକୁ ଯାଉଥିଲା। ତେବେ ଦନୁଆ […]

Tanker

Hemant Lenka
  • Published: Sunday, 26 December 2021
  • , Updated: 26 December 2021, 11:45 AM IST

ହଜାରୀବାଗ: ଝାରଖଣ୍ଡରେ ବହୁତ ବଡ଼ ଦୁର୍ଘଟଣା ଘଟିଛି। ଦୁର୍ଘଟଣା ପରେ ଗୋଟିଏ ଗ୍ୟାସ ଟ୍ୟାଙ୍କରରେ ନିଆଁ ଲାଗି ଯିବାରୁ ୩ ଜଣ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି। ଗ୍ୟାସ ଟ୍ୟାଙ୍କରରେ ଲାଗିଥିବା ନିଆଁ ଏତେ ଭୟଙ୍କର ଥିଲା ଯେ ସେହି ସମୟରେ ରାସ୍ତାରେ ଯାଉଥିବା କିଛି ଗାଡ଼ିରେ ମଧ୍ୟ ନିଆଁ ଲାଗି ଯାଇଥିଲା। ଝାରଖଣ୍ଡର ହଜାରୀବାଗରେ ଏପରି ଘଟଣା ଘଟିଛି।

ମିଳିଥିବା ସୂଚନା ଅନୁଯାୟୀ, ଗ୍ୟାସ ଟ୍ୟାଙ୍କରଟି ଶନିବାର ରାତିରେ ଚୌପାରନ ପଟୁ ଆଗକୁ ଯାଉଥିଲା। ତେବେ ଦନୁଆ ଘାଟି ଅତିକ୍ରମ କରିବା ବେଳେ ଘଟିଥିଲା ଅଘଟଣ। ଭାରସାମ୍ୟ ହରାଇ ଗାଡ଼ିଟି ରାସ୍ତାରେ ଓଲଟି ପଡ଼ିବାରୁ ଏଥିରେ ହଠାତ୍ ନିଆଁ ଲାଗି ଯାଇଥିଲା।

ନିଆଁ ଏତେ ଭୟଙ୍କର ଥିଲା ଯେ ରାସ୍ତାରେ ଯାଉଥିବା କିଛି ଗାଡ଼ି ମଧ୍ୟ ଏହାର ପଞ୍ଝାରେ ପଡ଼ିଥିଲେ। ଦୁର୍ଘଟଣା ପ୍ରବଣ ହାତିୟା ବାବା ଘାଟି ନିକଟରେ ହିଁ ଘଟଣା ଘଟିଛି। ଅଗ୍ନିଶମ ବାହିନୀ ନିଆଁକୁ ଆୟତ୍ତ କରିବା ପୂର୍ବରୁ ୩ ଜଣ ଜୀବନ୍ତ ଦଗ୍ଧ ହୋଇ ସାରିଥିଲେ। ଘଟଣାରେ ଗୁରୁତର ଭାବେ ପୋଡ଼ି ଯାଇଥିବା ଜଣେ ବ୍ୟକ୍ତିଙ୍କୁ ପଡ଼ୋଶୀ ବିହାରର ବାରାଚଟ୍ଟୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତାଙ୍କ ଶରୀର ଅଧିକାଂଶ ଅଂଶ ପୋଡ଼ି ଯାଇଛି।

ପୁଲିସ୍ ପ୍ରଶାସନ ଘଟଣା ସ୍ଥଳରେ ପହଞ୍ଚି ଏହାର ଯାଞ୍ଚ ଆରମ୍ଭ କରିଛି। ମୃତକଙ୍କ ସମ୍ପର୍କରେ ପ୍ରଶାସନ ପକ୍ଷରୁ କୌଣସି ସୂଚନା ଦିଆଯାଇନି। କିନ୍ତୁ ଟାଙ୍କର ଚାଳକ ଏଥିରେ ପ୍ରାଣ ହରାଇଥିବା କୁହାଯାଉଛି।

ଦୁର୍ଘଟଣା ପରେ ଜିଟି ରୋଡ୍‌ରେ ପ୍ରବଳ ଭିଡ଼ ଜମିଥିଲା। ଉକ୍ତ ରାସ୍ତାରେ ଯିବା ଆସିବା ପ୍ରଶାସନ ପକ୍ଷରୁ ବନ୍ଦ କରି ଦିଆଯିବାରୁ ଉଭୟ ପାର୍ଶ୍ୱରେ ଶହଶହ ଗାଡ଼ି ଅଟକି ରହିଥିଲା। ବିହାର-ଝାରଖଣ୍ଡ ସୀମାରେ ଥିବା ଚୋରଧା ଚେକପୋଷ୍ଟ ଦେଇ ରାଜ୍ୟକୁ ଆସୁଥିବା ଗାଡ଼ିକୁ ମଧ୍ୟ ଅଟକାଇ ଦିଆଯାଇଥିଲା। ଦୀର୍ଘ ସମୟ ପରେ ହିଁ ଏଠାରେ ଗାଡ଼ି ଚଳାଚଳ ସ୍ୱାଭାବିକ ହୋଇଥିଲା।

Related story