ବିଶ୍ୱ ଧନୀ ତାଲିକାରେ ବିଲ ଗେଟ୍ସଙ୍କୁ ଅତିକ୍ରମ କଲେ ଆଦାନି

ନୂଆଦିଲ୍ଲୀ: ଧନି ତାଲିକାରେ ବିଶ୍ୱର ପ୍ରତିଷ୍ଟିତ ଧନୀ ବ୍ୟକ୍ତି ବିଲ ଗେଟ୍ସଙ୍କୁ ଅତିକ୍ରମ କଲେ ଗୌତମ ଆଦାନି। ଆଦାନି ଗ୍ରୁପର ଅଧ୍ୟକ୍ଷ ଗୌତମ ଆଦାନି ବିଶ୍ୱର ଚତୁର୍ଥ ଧନୀ ବ୍ୟକ୍ତି ହୋଇପାରିଛନ୍ତି। ମାଇକ୍ରୋସଫ୍ଟର କୋ ଫାଉଣ୍ଡର ବିଲ ଗେଟ୍ସଙ୍କୁ ପଛରେ ପକାଇ ଆଦାନି ଧନର କୁବେର ହୋଇ ପାରିଛନ୍ତି। ବିଲ ଗେଟସ୍‌ଙ୍କ ସମ୍ପତ୍ତି ପରିମାଣ ୧୧୫.୫ ବିଲିଅନ୍‌ ଡଲାର ହୋଇଥିବା ଗୁରୁବାର ସୁଦ୍ଧା ଜଣାପଡ଼ିଛି । କିନ୍ତୁ ଭାରତୀୟ ବ୍ୟବସାୟୀ ଆଦାନିଙ୍କଙ୍କ ନେଟ୍‌ ସମ୍ପତ୍ତି ହେଉଛି  ୧୦୪.୬ […]

gautamadani

gautamadani

Tapas Behera
  • Published: Thursday, 21 July 2022
  • Updated: 21 July 2022, 01:28 PM IST

Sports

Latest News

ନୂଆଦିଲ୍ଲୀ: ଧନି ତାଲିକାରେ ବିଶ୍ୱର ପ୍ରତିଷ୍ଟିତ ଧନୀ ବ୍ୟକ୍ତି ବିଲ ଗେଟ୍ସଙ୍କୁ ଅତିକ୍ରମ କଲେ ଗୌତମ ଆଦାନି। ଆଦାନି ଗ୍ରୁପର ଅଧ୍ୟକ୍ଷ ଗୌତମ ଆଦାନି ବିଶ୍ୱର ଚତୁର୍ଥ ଧନୀ ବ୍ୟକ୍ତି ହୋଇପାରିଛନ୍ତି। ମାଇକ୍ରୋସଫ୍ଟର କୋ ଫାଉଣ୍ଡର ବିଲ ଗେଟ୍ସଙ୍କୁ ପଛରେ ପକାଇ ଆଦାନି ଧନର କୁବେର ହୋଇ ପାରିଛନ୍ତି। ବିଲ ଗେଟସ୍‌ଙ୍କ ସମ୍ପତ୍ତି ପରିମାଣ ୧୧୫.୫ ବିଲିଅନ୍‌ ଡଲାର ହୋଇଥିବା ଗୁରୁବାର ସୁଦ୍ଧା ଜଣାପଡ଼ିଛି । କିନ୍ତୁ ଭାରତୀୟ ବ୍ୟବସାୟୀ ଆଦାନିଙ୍କଙ୍କ ନେଟ୍‌ ସମ୍ପତ୍ତି ହେଉଛି  ୧୦୪.୬ ବିଲିଅନ୍‌ ଡଲାର।

ଫୋବସ୍‌ ରିଏଲ ଟାଇମ ପକ୍ଷରୁ ବିଲିଅନଧାରି ବିତ୍ତଶାଳୀଙ୍କ ବ୍ୟକ୍ତିଙ୍କ ପ୍ରକାଶ ପାଇଥିବା ତାଲିକାରେ ଏହି ତଥ୍ୟ ପ୍ରକାଶ ପାଇଛି।  ବିଲ ଗେଟସ୍‌ ତାଙ୍କ ସମ୍ପତ୍ତିର ୨୦ ବିଲିଅନ୍‌ ଡଲାର ଦାନ କରିବେ ବୋଲି ଘୋଷଣା କରିବା ପରେ ସେ ଧନୀ ତାଲିକାରେ ତଳକକୁ ଖସିଛନ୍ତି। ବିଲ୍ ଗେଟ୍‌ସ ତାଲିକାର ପଞ୍ଚମ ସ୍ଥାନକୁ ଖସିଆସିଛନ୍ତି। ଆଦାନି ଓ ତାଙ୍କ ପରିବାରର ସମ୍ପତ୍ତି ୧୧,୪୦୦ କୋଟି ଡଲାରରୁ ଅଧିକ ଥିବା ବେଳେ ବିଲ୍‌ ଗେଟ୍‌ସଙ୍କ ସମ୍ପତ୍ତି ପରିମାଣ ୧୦,୨୦୦ କୋଟି ଡଲାରକୁ ଖସିଆସିଛି।

ଫୋବସ ଧନୀ ତାଲିକାରେ ୨୩,୦୦୦ କୋଟି ଡଲାର ସମ୍ପତ୍ତି ସହ ଟେସ୍‌ଲାର ମୁଖ୍ୟ ଏଲନ୍ ମସ୍କ ପ୍ରଥମ ସ୍ଥାନରେ ଥିବା ବେଳେ ଲୁଇ ଭୁଟନ୍‌ର ବର୍ନାର୍ଡ ଆର୍ନଲ୍ଟ ଦ୍ୱିତୀୟ, ଆମାଜନ୍‌ର ଜେଫ୍‌ ବେଜୋସ୍‌ ତୃତୀୟ, ଆଦାନି ଚତୁର୍ଥ ଓ ବିଲ୍ ଗେଟ୍‌ସ ପଞ୍ଚମ ସ୍ଥାନରେ ରହିଛନ୍ତି।  ୮,୮୦୦ କୋଟିରୁ ଅଧିକ ଡଲାରର ସମ୍ପତ୍ତି ସହ ଏହି ତାଲିକାର ଦଶମ ସ୍ଥାନରେ ରହିଛନ୍ତି ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ମୁଖ୍ୟ ମୁକେଶ ଅମ୍ବାନି। ଆଦାନି  ଇସ୍ରାଏଲର ଏକ  ବନ୍ଦରକୁ ଘରୋଇକରଣ  ଟେଣ୍ଡର ପାଇବା ପର ଉପରୋକ୍ତ ତଥ୍ୟ ଆସିଛି। ଇସ୍ରାଏଲର ପୋର୍ଟ ହାପିଜା ହେଉଛି ଦେଶର ସବୁଠୁ ବଡ଼ ଅନ୍ତର୍ଜାତୀୟ ସାମୁଦ୍ରିକ ବନ୍ଦର।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos