କେନ୍ଦ୍ରମନ୍ତ୍ରୀଙ୍କ ବଡ଼ ବୟାନ: ଗୋଟିଏ ମିନିଟ୍‌ରେ ଜନ୍ମ ହେଉଛନ୍ତି ୩୩ ଜଣ, ନିୟନ୍ତ୍ରଣ ଜରୁରୀ

ପାଟନା: ଜନସଂଖ୍ୟା ନିୟନ୍ତ୍ରଣ ଆଇନ ଦେଶ ପାଇଁ ଜରୁରୀ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ତଥା ବିହାରର ବିଜେପି ନେତା ଗିରିରାଜ ସିଂହ। ସେ ଗୋଟିଏ କାର୍ଯ୍ୟକ୍ରମରେ ଯୋଗଦେଇ କହିଛନ୍ତି ଯେ ଜନସଂଖ୍ୟା ନିୟନ୍ତ୍ରଣ କୌଣସି ଧାର୍ମିକ କିମ୍ବା ରାଜନୀତିକ ପ୍ରସଙ୍ଗ ନୁହେଁ। ଏହା ବିକାଶ ସହ ଜଡ଼ିତ ଗୋଟିଏ ପ୍ରସଙ୍ଗ। ଦେଶରେ ଜନସଂଖ୍ୟା ନିୟନ୍ତ୍ରଣ ଆଇନ ଜରୁରୀ ବୋଲି ସେ କହିଛନ୍ତି। ନୂଆ ମନ୍ତ୍ରିମଣ୍ଡଳ ଗଠନ ପରେ ଗ୍ରାମୀଣ ବିକାଶ ମନ୍ତ୍ରୀ ହୋଇଥିବା ଗିରିରାଜ ସିଂହ କହିଛନ୍ତି, […]

Giriraj-Singh

Hemant Lenka
  • Published: Tuesday, 13 July 2021
  • , Updated: 13 July 2021, 08:33 PM IST

ପାଟନା: ଜନସଂଖ୍ୟା ନିୟନ୍ତ୍ରଣ ଆଇନ ଦେଶ ପାଇଁ ଜରୁରୀ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ତଥା ବିହାରର ବିଜେପି ନେତା ଗିରିରାଜ ସିଂହ। ସେ ଗୋଟିଏ କାର୍ଯ୍ୟକ୍ରମରେ ଯୋଗଦେଇ କହିଛନ୍ତି ଯେ ଜନସଂଖ୍ୟା ନିୟନ୍ତ୍ରଣ କୌଣସି ଧାର୍ମିକ କିମ୍ବା ରାଜନୀତିକ ପ୍ରସଙ୍ଗ ନୁହେଁ। ଏହା ବିକାଶ ସହ ଜଡ଼ିତ ଗୋଟିଏ ପ୍ରସଙ୍ଗ। ଦେଶରେ ଜନସଂଖ୍ୟା ନିୟନ୍ତ୍ରଣ ଆଇନ ଜରୁରୀ ବୋଲି ସେ କହିଛନ୍ତି।

ନୂଆ ମନ୍ତ୍ରିମଣ୍ଡଳ ଗଠନ ପରେ ଗ୍ରାମୀଣ ବିକାଶ ମନ୍ତ୍ରୀ ହୋଇଥିବା ଗିରିରାଜ ସିଂହ କହିଛନ୍ତି, ଆମ ଦେଶର ବିକାଶ ପାଇଁ ଜନସଂଖ୍ୟାରେ ସ୍ଥିରତା ଆବଶ୍ୟକ। ସମାଜ ଓ ବିକାଶ ପାଇଁ ଜନସଂଖ୍ୟା ନିୟନ୍ତ୍ରଣ ଆଇନ ଜୁରୀର। ଚାଇନାରେ ଗୋଟିଏ ମିନିଟ୍‌ରେ ହାରାହାରି ୧୦ ଛୁଆ ଜନ୍ମ ନେଉଛନ୍ତି।

ଏପରି ସ୍ଥିତିରେ ଆମ ଦେଶରେ ଗୋଟିଏ ମିନିଟ୍‌ରେ ପ୍ରାୟ ୩୧ରୁ ୩୩ ଛୁଆ ଜନ୍ମ ହେଉଛନ୍ତି। ଏହାକୁ ନିୟନ୍ତ୍ରଣ କରିବା ପାଇଁ ଆଇନ ଆସିବା ଦରକାର। ଜନସଂଖ୍ୟା ବୃଦ୍ଧିର ଚାପ କ୍ରମାଗତ ଭାବେ ବଢ଼ିବାରେ ଲାଗିଛି। ଯୋଗୀ ଆଦିତ୍ୟନାଥ ସରକାର ଜନସଂଖ୍ୟାକୁ ନିୟନ୍ତ୍ରଣ କରିବା ପାଇଁ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଉଠାଇ ଥିବାରୁ ମୁଁ ତାଙ୍କୁ ଧନ୍ୟବାଦ ଜଣାଉଛି। ଏହି ପ୍ରସଙ୍ଗକୁ ଜାତି, ଧର୍ମ ଓ ରାଜନୀତିରୁ ଅଲଗା ଭାବେ ଦେଖିବା ଦରକାର ବୋଲି ସେ କହିଛନ୍ତି।

ସୂଚନାଯୋଗ୍ୟ, ଉତ୍ତର ପ୍ରଦେଶ ସରକାର ଜନସଂଖ୍ୟା ନିୟନ୍ତ୍ରଣ କରିବାକୁ ନୂଆ ଆଇନ ଆଣିବାକୁ ଯୋଜନା କରିଛନ୍ତି। ପ୍ରସ୍ତାବିତ ନୂଆ ଆଇନରେ ଯେଉଁମାନଙ୍କର ୨ରୁ ଅଧିକ ସନ୍ତାନ ଥିବେ, ସେମାନଙ୍କୁ ସରକାରୀ ଚାକିରି ପାଇଁ ଆବେଦନ କରିବାକୁ ଅନୁମତି ମିଳିବ ନାହିଁ। ସେହିପରି ସରକାରୀ ରାସନ ଯୋଜନାକୁ ମଧ୍ୟ ୪ ଜଣରେ ସୀମିତ କରାଯିବ। ଏଥିସହ ଅନ୍ୟାନ୍ୟ କଟକଣା ମଧ୍ୟ ଲଗାଇବାକୁ ବ୍ୟବସ୍ଥା କରାଯାଇଛି।

Related story