ପ୍ରିୟଙ୍କାଙ୍କ ଗୋଆ ଗସ୍ତ ପୂର୍ବରୁ କଂଗ୍ରେସରେ ଇସ୍ତଫା ପର୍ବ

ପାଣାଜୀ: ଆସନ୍ତାବର୍ଷ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ଅଣ୍ଟା ଭିଡ଼ୁଥିବା ବେଳେ ଦଳକୁ ଗୋଆରେ ଝଟକା ଲାଗିଛି। ଦଳର ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧି ଭଦ୍ରା ଗୋଆରେ ଦଳକୁ ସୁଦୃଢ଼ କରିବାକୁ ଯାଉଥିବା ବେଳେ ସେଠାରେ ଜଣଙ୍କ ପରେ ଜଣେ କଂଗ୍ରେସ ନେତା ଇସ୍ତଫା ଦେବାରେ ଲାଗିଛନ୍ତି। ଆସନ୍ତାବର୍ଷ ଗୋଆରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ଏହାପୂର୍ବରୁ ଦଳ ଭିତରେ ଅସନ୍ତୋଷ ତୀବ୍ର ହେବାରେ ଲାଗିଛି। ମିଳିଥିବା ସୂଚନା ଅନୁଯାୟୀ, ଗୋଆର ପୋରଭୋରିମ ନିର୍ବାଚନ ମଣ୍ଡଳୀର ଶତାଧିକ […]

Priyanka

Hemant Lenka
  • Published: Friday, 10 December 2021
  • , Updated: 10 December 2021, 02:23 PM IST

ପାଣାଜୀ: ଆସନ୍ତାବର୍ଷ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ଅଣ୍ଟା ଭିଡ଼ୁଥିବା ବେଳେ ଦଳକୁ ଗୋଆରେ ଝଟକା ଲାଗିଛି। ଦଳର ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧି ଭଦ୍ରା ଗୋଆରେ ଦଳକୁ ସୁଦୃଢ଼ କରିବାକୁ ଯାଉଥିବା ବେଳେ ସେଠାରେ ଜଣଙ୍କ ପରେ ଜଣେ କଂଗ୍ରେସ ନେତା ଇସ୍ତଫା ଦେବାରେ ଲାଗିଛନ୍ତି। ଆସନ୍ତାବର୍ଷ ଗୋଆରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ଏହାପୂର୍ବରୁ ଦଳ ଭିତରେ ଅସନ୍ତୋଷ ତୀବ୍ର ହେବାରେ ଲାଗିଛି।

ମିଳିଥିବା ସୂଚନା ଅନୁଯାୟୀ, ଗୋଆର ପୋରଭୋରିମ ନିର୍ବାଚନ ମଣ୍ଡଳୀର ଶତାଧିକ କଂଗ୍ରେସ ନେତା ଆଜି ଦଳ ଛାଡ଼ିଛନ୍ତି। ଏହି କଂଗ୍ରେସ ଗ୍ରୁପକୁ ସ୍ୱାଧୀନ ବିଧାୟକ ରୋହନ ଖାଉନ୍ତେ ସମର୍ଥନ କରିଛନ୍ତି। କଂଗ୍ରେସ ନିର୍ବାଚନକୁ ନେଇ ଆଦୌ ସିରିୟସ ନଥିବା ଦଳ ଛାଡ଼ିଥିବା ନେତାମାନେ କହିଛନ୍ତି।

ପୋରଭୋରିମରେ କଂଗ୍ରେସର ସଂଗଠନକୁ ସୁଦୃଢ଼ କରିଥିବା ପୂର୍ବତନ ଜିଲ୍ଲା ପଞ୍ଚାୟତ ସଦସ୍ୟ ଗୁପେଶ ନାଏକ କହିଛନ୍ତି, “ଆସନ୍ତାବର୍ଷ ଗୋଆରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ତେବେ କଂଗ୍ରେସ ନିର୍ବାଚନ ଲଢ଼ିବା ମୁଡରେ ଥିବା ଭଳି ଜଣାପଡ଼ୁନି। କିଛି ନେତାଙ୍କ ପାଇଁ କଂଗ୍ରେସ ଆଜି ଦୁର୍ବଳ ହେଉଛି।”

ଦକ୍ଷିଣ ଗୋଆର ବରିଷ୍ଠ କଂଗ୍ରେସ ନେତା ମୋରେନୋ ରେବେଲୋ ମଧ୍ୟ ଆଜି ଦଳରୁ ଇସ୍ତଫା ଦେଇଛନ୍ତି। ସେ ଦଳ ପାଇଁ ଦୀର୍ଘ ବର୍ଷ ହେଲା କାମ କରୁଥିଲେ ମଧ୍ୟ କଂଗ୍ରେସ ତାଙ୍କୁ ଗୁରୁତ୍ୱ ଦେଉନାହିଁ। ତାଙ୍କ ବଦଳରେ ଆଉ ଜଣେ ନେତାଙ୍କୁ ଦଳ ଟିକେଟ ଦେଉଥିବାରୁ ସେ କଂଗ୍ରେସ ଛାଡ଼ିଥିବା କହିଛନ୍ତି।

ଅନ୍ୟପକ୍ଷରେ ଆଜି ଗୋଆ ଗସ୍ତରେ ଯାଉଛନ୍ତି। ସେଠାରେ ସେ କର୍ମୀ ଓ ନେତାମାନଙ୍କ ସହ ଆଲୋଚନା କରିବାର ରହିଛି। ଏସବୁ ଭିତରେ ହିଁ ଇସ୍ତଫା ଘଟଣା ସାମ୍ନାକୁ ଆସିଛି।

Related story