ଗୁରୁବାର ସନ୍ଧ୍ୟାରୁ ସୋମବାର ସକାଳ ଯାଏ ଲାଗୁ ହେବ ଲକଡାଉନ

ପାଣାଜୀ: ମହାମାରୀ କରୋନା ଦିନକୁ ଦିନ ବେକାବୁ ହେଉଛି। କରୋନା ସଂକ୍ରମଣର ଚେନ୍‌ ଭାଙ୍ଗିବା ପାଇଁ ଶେଷରେ ଅନ୍ୟ ରାଜ୍ୟଗୁଡ଼ିକ ଭଳି ଗୋଆ ସରକାର ମଧ୍ୟ ଲକଡାଉନର ପନ୍ଥା ଆପଣାଇଛନ୍ତି। ଆସନ୍ତାକାଲି ସନ୍ଧ୍ୟା ୭ଟାରୁ ପୂରା ରାଜ୍ୟରେ ଲକଡାଉନ ଲାଗୁ ହେବ। ଏହା ମେ’ ୩ ତାରିଖ ସକାଳ ୭ଟା ଯାଏ ବଳବତ୍ତର ରହିବ। ଲକଡାଉନ ବେଳେ କେବଳ ଜରୁରୀ ସେବାକୁ ଛାଡ଼ି ଆଉ ସବୁ କିଛି ବନ୍ଦ ରହିବ। ବିଶେଷ କରି ଗହଳୀ ହେଉଥିବା ମାର୍କେଟ […]

Lockdown1

Hemant Lenka
  • Published: Wednesday, 28 April 2021
  • , Updated: 28 April 2021, 02:07 PM IST

ପାଣାଜୀ: ମହାମାରୀ କରୋନା ଦିନକୁ ଦିନ ବେକାବୁ ହେଉଛି। କରୋନା ସଂକ୍ରମଣର ଚେନ୍‌ ଭାଙ୍ଗିବା ପାଇଁ ଶେଷରେ ଅନ୍ୟ ରାଜ୍ୟଗୁଡ଼ିକ ଭଳି ଗୋଆ ସରକାର ମଧ୍ୟ ଲକଡାଉନର ପନ୍ଥା ଆପଣାଇଛନ୍ତି। ଆସନ୍ତାକାଲି ସନ୍ଧ୍ୟା ୭ଟାରୁ ପୂରା ରାଜ୍ୟରେ ଲକଡାଉନ ଲାଗୁ ହେବ। ଏହା ମେ’ ୩ ତାରିଖ ସକାଳ ୭ଟା ଯାଏ ବଳବତ୍ତର ରହିବ।

ଲକଡାଉନ ବେଳେ କେବଳ ଜରୁରୀ ସେବାକୁ ଛାଡ଼ି ଆଉ ସବୁ କିଛି ବନ୍ଦ ରହିବ। ବିଶେଷ କରି ଗହଳୀ ହେଉଥିବା ମାର୍କେଟ ଓ ସାଧାରଣ ପରିବହନ ବ୍ୟବସ୍ଥା ଉପରେ ସଂପୂର୍ଣ୍ଣ ରୋକ ଲାଗିବ ବୋଲି ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ ଘୋଷଣା କରିଛନ୍ତି।

ତାଙ୍କ ଘୋଷଣା ଅନୁଯାୟୀ, ରାଜ୍ୟରେ ଗୁରୁବାର ସନ୍ଧ୍ୟା ୭ଟା ପରେ ସବୁ କିଛି ବନ୍ଦ ରହିବ। କ୍ୟାସିନୋ, ହୋଟେଲ, ପବ୍‌ ଠାରୁ ଆରମ୍ଭ କରି ମାର୍କେଟ ଯାଏ ସବୁ ପ୍ରତିଷ୍ଠାନରେ ତାଲା ପଡ଼ିବ। ଜରୁରୀ ସେବାରେ ନିୟୋଜିତ ଥିବା କର୍ମଚାରୀ ସେମାନଙ୍କ ପରିଚୟପତ୍ର ଦେଖାଇ ଯିବା ଆସିବା କରିପାରିବେ। ଶିଳ୍ପାଞ୍ଚଳରେ ଲୋକମାନେ କାର୍ଯ୍ୟ କରିପାରିବେ। ଲକଡାଉନ ବେଳେ ଜରୁରୀ ସାମଗ୍ରୀର ପରିବହନ ପାଇଁ ରାଜ୍ୟର ସୀମା ଖୋଲା ରହିବ।

ଗୋଆରେ ବାହାଘର କାର୍ଯ୍ୟକ୍ରମ ସର୍ବାଧିକ ୫୦ ଜଣ ଲୋକଙ୍କ ଉପସ୍ଥିତିରେ ହୋଇପାରିବ ବୋଲି ଅନୁମତି ମିଳିଛି। ଏହାବାଦ ଯଦି ଅଧିକ ଲୋକ ଭିଡ଼ ହୁଅନ୍ତି, ତା’ହେଲେ ପୁଲିସ୍‌ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ କେବେ ବି ପଛାଇବ ନାହିଁ।


ସଂକ୍ରମଣକୁ ରୋକିବାକୁ ହେଲେ ଆମ ସମସ୍ତଙ୍କୁ ନିୟମ ପାଳନ କରିବାକୁ ପଡ଼ିବ ବୋଲି ସେ କହିଛନ୍ତି। କରୋନା କଟକଣାକୁ କଡ଼ାକଡ଼ି ଭାବେ ଲାଗୁ କରିବାକୁ ମୁଖ୍ୟମନ୍ତ୍ରୀ ପୁଲିସ୍‌ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଦେଶର ଅନ୍ୟ ରାଜ୍ୟ ଭଳି ଗୋଆରେ ମଧ୍ୟ ସଂକ୍ରମଣ ସାଙ୍ଗକୁ ମୃତ୍ୟୁସଂଖ୍ୟା ବଢ଼ିବାରେ ଲାଗିଛି। ଏହି କାରଣ ପାଇଁ ଗୋଆ ସରକାର ଲକଡାଉନ କରିଥିବା କହିଛନ୍ତି।

ସୋମବାର ଗୋଆର ସ୍ୱାସ୍ଥ୍ୟମନ୍ତ୍ରୀ ବିଶ୍ୱଜିତ ରାଣେ ଆକଳନ କରିଥିଲେ ଯେ ରାଜ୍ୟରେ ଦୈନିକ ମୃତ୍ୟୁସଂଖ୍ୟା ୨୦୦ରୁ ୩୦୦ ଛୁଇଁବାର ଆଶଙ୍କା ରହିଛି। ଏହାକୁ ରୋକିବାକୁ ହେଲେ ଲକଡାଉନ ଲାଗୁ କରିବାକୁ ପଡ଼ିବ।

Related story