ଜଙ୍ଗଲରେ ଠାବ ହେଲା ସୁନାର ବାଘ

ଗୌହାଟି: ସୁନାର ହରିଣୀ କଥା ଶୁଣିଥିବେ। ଅବଶ୍ୟ ଏହା ରାମାୟଣ କଥା ବସ୍ତୁର ମରିଚର ମାୟା ରୂପ । କିନ୍ତୁ କେବେ ସୁନାର ବାଘ କଥା ଶୁଣିଛନ୍ତି କି ? ବୋଧ ହୁଏ ନୁହେଁ।  କିନ୍ତୁ ସୁନାର ବାଘ ଅଛନ୍ତି। ସୁନା ତିଆରି କିମ୍ବା କୌଣସି ମାୟା ନୁହଁ ବରଂ ସେହି ରଙ୍ଗର ଝଟକୁଥିବା ବାଘ ଠାବ ହୋଇଛି। ଆସାମ ଜାତୀୟ ପାର୍କରେ ଏହି ବିରଳ ବାଘ ଠାବ ହୋଇଛି। ଏଥିସହ ସିଙ୍ଗ ଥିବା ଗଣ୍ଡାମାନଙ୍କର ମଧ୍ୟ […]

tiger

Tapas Behera
  • Published: Thursday, 12 May 2022
  • , Updated: 12 May 2022, 09:36 PM IST

ଗୌହାଟି: ସୁନାର ହରିଣୀ କଥା ଶୁଣିଥିବେ। ଅବଶ୍ୟ ଏହା ରାମାୟଣ କଥା ବସ୍ତୁର ମରିଚର ମାୟା ରୂପ । କିନ୍ତୁ କେବେ ସୁନାର ବାଘ କଥା ଶୁଣିଛନ୍ତି କି ? ବୋଧ ହୁଏ ନୁହେଁ।  କିନ୍ତୁ ସୁନାର ବାଘ ଅଛନ୍ତି। ସୁନା ତିଆରି କିମ୍ବା କୌଣସି ମାୟା ନୁହଁ ବରଂ ସେହି ରଙ୍ଗର ଝଟକୁଥିବା ବାଘ ଠାବ ହୋଇଛି। ଆସାମ ଜାତୀୟ ପାର୍କରେ ଏହି ବିରଳ ବାଘ ଠାବ ହୋଇଛି। ଏଥିସହ ସିଙ୍ଗ ଥିବା ଗଣ୍ଡାମାନଙ୍କର ମଧ୍ୟ ସନ୍ଧାନ ମିଳିଛି।  ଆସାମ ଜାତୀୟ ପାର୍କ କାଜି ରଙ୍ଗାରେ ସୁନାର ରଙ୍ଗର ଏକ ବିରଳ ବାଘ ଠାବ କରାଯାଇଛି।

ସେହିପରି ସିଙ୍ଗ ଥିବା ଏକାଧିକ ଗଣ୍ଡାମାନ ମଧ୍ୟ ନଜରକୁ ଆସିଛନ୍ତି। ଏହି ବିରଳ ଦୃଶ୍ୟ କ୍ୟାମେରାରେ କଏଦ ହୋଇଛି। ବେଙ୍ଗାଲୁରୁର ଜଣେ ପର୍ଯ୍ୟଟକଙ୍କ କ୍ୟାମେରାରେ ଏହି ବଣ୍ୟଯନ୍ତୁ କଏଦ ହୋଇଛନ୍ତି । ସେହିପରି ସେ ଉତ୍ତୋଳନ କରିଥିବା ଭିଡିଓରେ କିଛି ମଇଁସି ଏବଂ ହରିଣଙ୍କୁ ମଧ୍ୟ ଦେଖିବାକୁ ମିଳିଛି।

ବିଶ୍ୱଜିତ ଚେତ୍ରି ନାମକ ଜଣେ ପର୍ଯ୍ୟଟକ ଏହି ଫଟୋ ଏବଂ ଭିଡିଓ ସୁଟ୍‌ କରିଛନ୍ତି। ସେ କହିଛନ୍ତି ଯେ, ସାଧାରଣତଃ ଗଣ୍ଡା ଏବଂ ବାଘ ଏକାଠି ଦେଖାଯାଆନ୍ତି ନାହିଁ। କିନ୍ତୁ ସୌଭାଗ୍ୟବସତଃ ତାଙ୍କ କାମେରାରେ ଏସବୁ ପ୍ରାଣୀଙ୍କର ଛବି ବନ୍ଦୀ ହୋଇଛନ୍ତି। ଆସାମରେ ୨୦୧୮ରୁ ୨୦୨୧ ମଧ୍ୟରେ ୧୫୯ଟି ବାଘ ସଂଖ୍ୟା ବୃଦ୍ଧି ପାଇଛି। ଏବେ କାଜିରଙ୍ଗାରେ ୧୨୧ଟି ବଡ଼ ବଡ଼ ବାଘ ଅଛନ୍ତି।

Related story