୨୦ ୟୁଟ୍ୟୁବ ଚ୍ୟାନେଲ ଓ ୨ ୱେବସାଇଟକୁ ବନ୍ଦ କଲେ ଭାରତ ସରକାର

ନୂଆଦିଲ୍ଲୀ: ଭାରତ ବିରୋଧରେ ଅପପ୍ରଚାର କରି ଲୋକଙ୍କୁ ବିଭ୍ରାନ୍ତ କରୁଥିବା ୨୦ଟି ୟୁଟ୍ୟୁବ ଚ୍ୟାନେଲ ଓ ୨ଟି ୱେବସାଇଟ୍‌କୁ ବନ୍ଦ କରିଛନ୍ତି କେନ୍ଦ୍ର ସରକାର। ନୂଆ ଆଇଟି ଆଇନରେ ଥିବା ସ୍ୱତନ୍ତ୍ର ଅଧିକାର ବଳରେ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଏପରି ପଦକ୍ଷେପ ନେଇଛି। ବ୍ୟାନ ହୋଇଥିବା ଚ୍ୟାନେଲ ଓ ୱେବସାଇଟ୍‌ଗୁଡ଼ିକ ଆଉ ଭାରତରେ କାର୍ଯ୍ୟକ୍ଷମ ହେବନି। ଏଗୁଡ଼ିକ ପାକିସ୍ତାନରୁ ପରିଚାଳିତ ହେଉଥିଲା। ଏଥିରେ ଭାରତ ବିରୋଧୀ କଣ୍ଟେଣ୍ଟ ନିୟମିତ ପୋଷ୍ଟ କରାଯାଉଥିଲା। ତେଣୁ ସରକାର […]

youtube

Hemant Lenka
  • Published: Tuesday, 21 December 2021
  • , Updated: 21 December 2021, 04:37 PM IST

ନୂଆଦିଲ୍ଲୀ: ଭାରତ ବିରୋଧରେ ଅପପ୍ରଚାର କରି ଲୋକଙ୍କୁ ବିଭ୍ରାନ୍ତ କରୁଥିବା ୨୦ଟି ୟୁଟ୍ୟୁବ ଚ୍ୟାନେଲ ଓ ୨ଟି ୱେବସାଇଟ୍‌କୁ ବନ୍ଦ କରିଛନ୍ତି କେନ୍ଦ୍ର ସରକାର। ନୂଆ ଆଇଟି ଆଇନରେ ଥିବା ସ୍ୱତନ୍ତ୍ର ଅଧିକାର ବଳରେ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଏପରି ପଦକ୍ଷେପ ନେଇଛି।

ବ୍ୟାନ ହୋଇଥିବା ଚ୍ୟାନେଲ ଓ ୱେବସାଇଟ୍‌ଗୁଡ଼ିକ ଆଉ ଭାରତରେ କାର୍ଯ୍ୟକ୍ଷମ ହେବନି। ଏଗୁଡ଼ିକ ପାକିସ୍ତାନରୁ ପରିଚାଳିତ ହେଉଥିଲା। ଏଥିରେ ଭାରତ ବିରୋଧୀ କଣ୍ଟେଣ୍ଟ ନିୟମିତ ପୋଷ୍ଟ କରାଯାଉଥିଲା। ତେଣୁ ସରକାର ଏପରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ, ଏହି ଚ୍ୟାନେଲ ଓ ୱେବସାଇଟ୍‌ ଗୁଡ଼ିକ ଭାରତର ଛବି ଖରାପ କରିବାକୁ ଚେଷ୍ଟ କରୁଥିଲେ। ବିଶେଷ କରି ଚାଷୀ ଆନ୍ଦୋଳନ, ସିଡିଏସ୍‌ଙ୍କ ହେଲିକପ୍ଟର କ୍ରାଶ ଓ ଭାରତ ସରକାର ପ୍ରଣୟନ କରୁଥିବା ବିଭନ୍ନ ନୀତି ସମ୍ପର୍କରେ ୨ ୱେବସାଇଟ ଓ ୨୦ଟି ୟୁଟ୍ୟୁବ ଚ୍ୟାନେଲରେ ଘୃଣା ସୃଷ୍ଟି କରିବା ଭଳି ଖବର ପ୍ରସାରଣ କରାଯାଉଥିଲା।

ଏଥିପାଇଁ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ସଚିବ ଅପୂର୍ବ ଚନ୍ଦ୍ର ୟୁଟ୍ୟୁବ ଓ ଟେଲିକମ ବିଭାଗକୁ ଏଗୁଡ଼ିକ ଉପରେ ରୋକ ଲଗାଇବାକୁ ନିର୍ଦ୍ଦେଶ ଦେଇଥିଲେ। ଚ୍ୟାନେଲଗୁଡ଼ିକ ଭାରତର ସାର୍ବଭୌମତ୍ୱ ଓ ଅଖଣ୍ଡତାକୁ କ୍ଷତି ପହଞ୍ଚାଉଥିବା ସେ କହିଥିଲେ।

ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ କହିଛି ଯେ ଏହି ଚ୍ୟାନେଲ ଓ ୱେବସାଇଟ ଗୁଡ଼ିକ ପାକିସ୍ତାନ ଗୁଇନ୍ଦା ସଂସ୍ଥା ଆଇଏସ୍‌ଆଇ ସହାୟତାରେ ଭାରତ ବିରୋଧୀ କଣ୍ଟେଣ୍ଟ ପବ୍ଲିଶ କରୁଥିଲେ। ୟଟ୍ୟୁବରେ ଥିବା ଗୋଟିଏ ଗ୍ରୁପ୍‌ ହେଲା ‘ନୂଆ ପାକିସ୍ତାନ’। ଏହାକୁ ୨ ମିଲିୟନ ଲୋକ ସବସ୍କ୍ରାଇବ କରିଛନ୍ତି। ଏହି ଚ୍ୟାନେଲରେ କଶ୍ମୀର, ଚାଷୀ ଆନ୍ଦୋଳନ, ଧାରା ୩୭୦ ଓ ଅଯୋଧ୍ୟା ଭଳି ପ୍ରସଙ୍ଗରେ ମିଥ୍ୟା ଖବର ନିୟମିତ ପ୍ରଚାର କରାଯାଉଥିଲା। ଏହି ଚ୍ୟାନେଲକୁ ପ୍ରାୟ ୫୦୦ ମିଲିୟନ ଲୋକ ଦେଖୁଥିବା ମନ୍ତ୍ରଣାଳୟ କହିଛି।

Related story