ରାସ୍ତାରେ ଦୁର୍ଘଟଣାର ଶିକାର ବ୍ୟକ୍ତିଙ୍କ ଚିକିତ୍ସା ପାଇଁ ଫଣ୍ଡ ଯୋଗାଇବେ ସରକାର!

ନୂଆଦିଲ୍ଲୀ: ଦୁର୍ଘଟଣାର ଶିକାର ହେଉଥିବା ବ୍ୟକ୍ତି ଅଧିକାଂଶ ସମୟ ହସ୍ପିଟାଲରେ ବିଳମ୍ୱରେ ପହଞ୍ଚନ୍ତି। କାରଣ ଦୁର୍ଘଟଣା ସ୍ଥଳରୁ ଜଣେ କେହି ସହଯୋଗ କଲେ ଆହତ ବ୍ୟକ୍ତି ହସ୍ପିଟାଲରେ ପହଞ୍ଚିବେ। ଏଭଳି ବିଳମ୍ୱ ହେବାର ମୁଖ୍ୟ କାରଣ ହେଉଛି ଦୁର୍ଘଟଣା ସ୍ଥଳରୁ ହସ୍ପିଟାଲ ଆଣିବାରେ ଆବଶ୍ୟକ ହେଉଥିବା ଅର୍ଥ। ଯେପର୍ଯ୍ୟନ୍ତ ଦୁର୍ଘଟଣାର ଶିକାର ବ୍ୟକ୍ତିଙ୍କ ପରିବାର ଲୋକେ ପହଞ୍ଚିନଥିବେ ସେଯାଏ ପ୍ରାୟତଃ ହସ୍ପିଟାଲରେ ପହଞ୍ଚିବା ବିଳମ୍ୱ ହୁଏ। ଚିକିତ୍ସା ଠିକ୍ ଭାବରେ ହୋଇପାରେ ନାହିଁ। ଏବେ ଏହି ସବୁ […]

road-accidento

road-accidento

Subhransu Sekhar
  • Published: Friday, 06 August 2021
  • Updated: 06 August 2021, 08:55 AM IST

Sports

Latest News

ନୂଆଦିଲ୍ଲୀ: ଦୁର୍ଘଟଣାର ଶିକାର ହେଉଥିବା ବ୍ୟକ୍ତି ଅଧିକାଂଶ ସମୟ ହସ୍ପିଟାଲରେ ବିଳମ୍ୱରେ ପହଞ୍ଚନ୍ତି। କାରଣ ଦୁର୍ଘଟଣା ସ୍ଥଳରୁ ଜଣେ କେହି ସହଯୋଗ କଲେ ଆହତ ବ୍ୟକ୍ତି ହସ୍ପିଟାଲରେ ପହଞ୍ଚିବେ। ଏଭଳି ବିଳମ୍ୱ ହେବାର ମୁଖ୍ୟ କାରଣ ହେଉଛି ଦୁର୍ଘଟଣା ସ୍ଥଳରୁ ହସ୍ପିଟାଲ ଆଣିବାରେ ଆବଶ୍ୟକ ହେଉଥିବା ଅର୍ଥ। ଯେପର୍ଯ୍ୟନ୍ତ ଦୁର୍ଘଟଣାର ଶିକାର ବ୍ୟକ୍ତିଙ୍କ ପରିବାର ଲୋକେ ପହଞ୍ଚିନଥିବେ ସେଯାଏ ପ୍ରାୟତଃ ହସ୍ପିଟାଲରେ ପହଞ୍ଚିବା ବିଳମ୍ୱ ହୁଏ। ଚିକିତ୍ସା ଠିକ୍ ଭାବରେ ହୋଇପାରେ ନାହିଁ। ଏବେ ଏହି ସବୁ ସମସ୍ୟାର ସମାଧାନ କରିବାକୁ ନିଷ୍ପତ୍ତି ନେଇଛି ଜାତୀୟ ରାଜପଥ ଓ ସଡ଼କ ପରିବହନ ମନ୍ତ୍ରାଳୟ।

ତେଣୁ ସଡକ ଦୁର୍ଘଟଣାର ଶିକାର ହୋଇଥିବା ବ୍ୟକ୍ତିଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରିବା ପାଇଁ ଏକ ପାଣ୍ଠି ତିଆରି କରିବ ସଡ଼କ ପରିବହନ ମନ୍ତ୍ରାଳୟ। ଯାହା ଫଳରେ ଅର୍ଥ ଅଭାବରୁ କେହି ଚିକିତ୍ସା ସେବାରୁ ବଞ୍ଚିତ ହେବେ ନାହିଁ। ମନ୍ତ୍ରାଳୟ ଚଳିତ ସପ୍ତାହରେ ମୋଟର ଭେଇକିଲ ଆକ୍ସିଡେଣ୍ଟ ଫଣ୍ଡ ତିଆରି କରିବା ନେଇ ଏକ ଡ୍ରାଫ୍ଟ ପ୍ରସ୍ତୁତ କରିଛି। ଏ ନେଇ ବିଜ୍ଞପ୍ତି ଜାରି କରିଛି କେନ୍ଦ୍ର ମନ୍ତ୍ରୀ ନୀତିନ ଗଡ଼କରୀଙ୍କ ନେତୃତ୍ୱାଧୀନ ସଡ଼କ ପରିବହନ ମନ୍ତ୍ରାଳୟ।

ଏହି ପାଣ୍ଠିରେ ସେହି ମାନଙ୍କ ପଇସା ସଂଗ୍ରହ ହୋଇ ରହିବ ଯେଉଁ କଣ୍ଟ୍ରାକ୍ଟର ଓ ସରକାରୀ ଅଧିକାରୀ ଖରାପ ରାସ୍ତା ତିଆରି କରିବା ପାଇଁ ଦୋଷୀ ସାବ୍ୟସ୍ତ ହୋଇଥିବେ ପରେ ଜୋରିମାନା ଦେଇଥିବେ। ସେହିପରି ଟୋଲ୍ ଫିର କିଛି ଅଂଶ ଏହି ମୋଟର ଭେଇକିଲ ଆକ୍ସିଡେଣ୍ଟ ଫଣ୍ଡରେ ବ୍ୟବହୃତ ହେବ ବୋଲି ପ୍ରସ୍ତାବ ଦେଇଛି ସଂପୃକ୍ତ ମନ୍ତ୍ରାଳୟ।

ଯଦି ଗୋଟିଏ ଗାଡ଼ିର ବୀମା ରହିଛି ଆଉ ସେହି ଗାଡିର ଚାଳକ ସଡ଼କ ଦୁର୍ଘଟଣାର ଶିକାର ହୋଇ ହସ୍ପିଟାଲରେ ଭର୍ତ୍ତି ହେଲେ ଯେଉଁ ଖର୍ଚ୍ଚ ହେବ ସେହି ଟଙ୍କା ସଂପୃକ୍ତ ବୀମା କମ୍ପାନୀ ଦେବ। ବୀମା ହୋଇନଥିବା ଯାନ ଯଦି ଦୁର୍ଘଟଣାରେ ଶିକାର ହେବ ତାହେଲେ ଏହି ମୋଟର ଭେଇକିଲ ଆକ୍ସିଡେଣ୍ଟ ଫଣ୍ଡରୁ ଖର୍ଚ୍ଚ ବହନ କରାଯିବ।

ମନ୍ତ୍ରାଳୟ ପ୍ରସ୍ତାବିତ ଫଣ୍ଡକୁ ନେଇ କହିଛି ଦୁର୍ଘଟଣାର ଶିକାର ବ୍ୟକ୍ତିଙ୍କ ଗାଡ଼ିର ଯଦି ବୀମା ହୋଇନଥିବ ତେବେ ସେହି ଲୋକଙ୍କୁ ସାହାଯ୍ୟ କରିବା ପାଇଁ ଏକ ସମାଧାନ ସୂତ୍ର ବାହାର କରିବାକୁ ହେବ। ଏହି କ୍ଷେତ୍ରରେ ସରକାର ପ୍ରଥମେ ଖର୍ଚ୍ଚ ବହନ କରିବେ। ଯଦି ଦୁର୍ଘଟଣାର କାରଣ  ଅସୁରକ୍ଷିତ ଗାଡି ଚଳାଇବା କିମ୍ୱା ଗାଡିର ଚାଳକ ପ୍ରାପ୍ତ ବୟସ୍କରୁ କମ୍ ବୟସ୍କ ହୋଇଥିବେ ତାହେଲେ ଗାଡି ମାଲିକ ସରକାର ଯେଉଁ ଖର୍ଚ୍ଚ କରିଥିବେ ସେହି ଖର୍ଚ୍ଚ ପୈଠ କରିବେ ବୋଲି ପ୍ରସ୍ତାବିତ ନିୟମରେ ରହିଥିବା ସୂଚନା ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos