କେନ୍ଦ୍ରର ନୂଆ ଗାଇଡଲାଇନ, ଲକ୍ଷଣହୀନ କଣ୍ଟାକ୍ଟମାନଙ୍କ ଟେଷ୍ଟ ଜରୁରୀ ନୁହେଁ

ନୂଆଦିଲ୍ଲୀ: ମହାମାରୀ କରୋନାର ସଂକ୍ରମଣ ବଢ଼ୁଥିବା ବେଳେ ଆଜି କେନ୍ଦ୍ର ସରକାର ହୋମ ଆଇସୋଲେସନ ପାଇଁ ପୁଣି ଗାଇଡଲାଇନ ଜାରି କରିଛନ୍ତି। ଏହି ଗାଇଡଲାଇନରେ ସାମାନ୍ୟ ସଂଶୋଧନ କରାଯାଇଛି। ପୂର୍ବରୁ କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସୁଥିବା ସମସ୍ତଙ୍କର ଟେଷ୍ଟିଂ ବାଧ୍ୟତାମୂଳକ ଥିଲା। ହେଲେ ଏବେ ଲକ୍ଷଣହୀନ କଣ୍ଟାକ୍ଟମାନଙ୍କର ଟେଷ୍ଟିଂ ଜରୁରୀ ନୁହେଁ। ଲକ୍ଷଣ ନଥିଲେ ଟେଷ୍ଟ ଆଦୌ କରନ୍ତୁ ନାହିଁ ବୋଲି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ସେହିପରି କେଉଁମାନେ ହୋମ ଆଇସୋଲେସନରେ ରହିପାରିବେ, ସେକଥା ମଧ୍ୟ […]

test

Hemant Lenka
  • Published: Friday, 14 January 2022
  • , Updated: 14 January 2022, 06:19 PM IST

ନୂଆଦିଲ୍ଲୀ: ମହାମାରୀ କରୋନାର ସଂକ୍ରମଣ ବଢ଼ୁଥିବା ବେଳେ ଆଜି କେନ୍ଦ୍ର ସରକାର ହୋମ ଆଇସୋଲେସନ ପାଇଁ ପୁଣି ଗାଇଡଲାଇନ ଜାରି କରିଛନ୍ତି। ଏହି ଗାଇଡଲାଇନରେ ସାମାନ୍ୟ ସଂଶୋଧନ କରାଯାଇଛି। ପୂର୍ବରୁ କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସୁଥିବା ସମସ୍ତଙ୍କର ଟେଷ୍ଟିଂ ବାଧ୍ୟତାମୂଳକ ଥିଲା। ହେଲେ ଏବେ ଲକ୍ଷଣହୀନ କଣ୍ଟାକ୍ଟମାନଙ୍କର ଟେଷ୍ଟିଂ ଜରୁରୀ ନୁହେଁ। ଲକ୍ଷଣ ନଥିଲେ ଟେଷ୍ଟ ଆଦୌ କରନ୍ତୁ ନାହିଁ ବୋଲି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।

ସେହିପରି କେଉଁମାନେ ହୋମ ଆଇସୋଲେସନରେ ରହିପାରିବେ, ସେକଥା ମଧ୍ୟ ମଧ୍ୟ ମନ୍ତ୍ରଣାଳୟ ଗାଇଡଲାଇନରେ ଉଲ୍ଲେଖ କରିଛି। ଗାଇଡଲାଇନ କେବଳ ଲକ୍ଷଣହୀନ ଓ ସାମାନ୍ୟ ଲକ୍ଷଣ ଥିବା କରୋନା ଆକ୍ରାନ୍ତଙ୍କ କ୍ଷେତ୍ରରେ ଲାଗୁ ହେବ। ପୂର୍ବରୁ କରୋନା ଆକ୍ରାନ୍ତଙ୍କୁ ୧୦ରୁ ୧୫ ଦିନ ହୋମ ଆଇସୋଲେସନର ରହିବାର ନିୟମ ଥିଲା। କିନ୍ତୁ ଏବେ ଏହାକୁ ୭ ଦିନକୁ ହ୍ରାସ କରି ଦିଆଯାଇଛି। ୭ ଦିନ ପରେ ବିନା ଟେଷ୍ଟରେ ଜଣଙ୍କୁ କରୋନା ମୁକ୍ତ ବୋଲି କୁହାଯିବ।

ଯଦି ଲଗାତାର ୩ ଦିନ ଜ୍ୱର କିମ୍ବା ଅନ୍ୟ କରୋନା ଲକ୍ଷଣ ଦେଖାଯିବ ନାହିଁ, ତା’ହେଲେ ଜଣେ ଆକ୍ରାନ୍ତ ହୋମ ଆଇସୋଲେସନରୁ ମୁକୁଳି ପାରିବେ। ତାଙ୍କୁ ଦ୍ୱିତୀୟ ଥର ଟେଷ୍ଟ ମଧ୍ୟ କରିବାକୁ ପଡ଼ିବନି ବୋଲି ଗାଇଡଲାନରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ପୁଣିଥରେ କୁହାଯାଇଛି।

ସେହିପରି ୬୦ ବର୍ଷରୁ ଅଧିକ ବୟସ୍କ ଓ ବହୁବିଧ ରୋଗରେ ପୀଡ଼ିତ ଥିବା କରୋନା ଆକ୍ରାନ୍ତ ମଧ୍ୟ ଚାହିଁଲେ ହୋମ ଆଇସୋଲେସନରେ ରହିପାରିବେ। କିନ୍ତୁ ଏଥିପାଇଁ ସେମାନଙ୍କୁ ଡାକ୍ତରଙ୍କ ଅନୁମତି ମିଳିବା ଦରକାର। ଡାକ୍ତରଙ୍କ ପରାମର୍ଶକ୍ରମେ ସେମାନେ ହୋମ ଆଇସୋଲେସନରେ ରହିବେ।

ଏହାପୂର୍ବରୁ କେନ୍ଦ୍ର ସରକାର ଜାରି କରିଥିବା ଗାଇଡଲାଇନରେ କହିଥିଲେ ଯେ ଡାକ୍ତର ହିଁ ଜଣେ କରୋନା ଆକ୍ରାନ୍ତଙ୍କୁ ଲକ୍ଷଣହୀନ କିମ୍ବା ଲକ୍ଷଣଯୁକ୍ତର ପ୍ରମାଣପତ୍ର ଦେବେ। ଡାକ୍ତରଙ୍କ ପରାମର୍ଶକ୍ରମେ ଜଣେ ଆକ୍ରାନ୍ତ ହୋମ ଆଇସୋଲେସନରେ ରହିପାରିବେ। ସେହିପରି ଆକ୍ରାନ୍ତଙ୍କ ସମ୍ପର୍କରେ ପରାମର୍ଶ ନେବା ପାଇଁ ପରିବାର ଲୋକଙ୍କୁ ଗୋଟିଏ କଣ୍ଟ୍ରୋଲ ରୁମ ନମ୍ବର ଦିଆଯିବ।


ଟିକାର ଦୁଇଟି ଯାକ ଡୋଜ ନେଇ ସାରିଥିବା ଲୋକ ହିଁ ଆକ୍ରାନ୍ତ ଦାୟିତ୍ୱରେ ରହିବେ। ବହୁବିଧ ରୋଗ ଓ ବୟସ୍କମାନେ କେବଳ ଡାକ୍ତରଙ୍କ ପରାମର୍ଶକ୍ରମେ ହୋମ ଆଇସୋଲେସନରେ ରହିବାକୁ ସୁଯୋଗ ପାଇବେ। ଘରେ ଆଇସୋଲେସନରେ ରହିବାକୁ ସୁବିଧା ଥିବା ଜରୁରୀ।

ଆକ୍ରାନ୍ତ ଥିବା ରୁମକୁ ଯିବା ବେଳେ ଜଣେ ବ୍ୟକ୍ତିଙ୍କୁ ଟ୍ରିପଲ ଲେୟାର ମାସ୍କ କିମ୍ବା ଏନ୯୫ ମାସ୍କ ପିନ୍ଧିବାକୁ ପଡ଼ିବ। ବ୍ୟବହାର ବେଳେ ମାସ୍କର ସମ୍ମୁଖ ଭାଗକୁ ଛୁଇଁବେ ନାହିଁ। ଯଦି ମାସ୍କ ଓଦା ହୋଇ ଯାଇଛି, ତା’ହେଲେ ଏହାକୁ ତୁରନ୍ତ ବଦଳାଇବାକୁ ପଡ଼ିବ। ବ୍ୟବହାର ପରେ ଏହାକୁ ଖଣ୍ଡଖଣ୍ଡ କରି କାଟିବାକୁ ପଡ଼ିବ ଓ ବ୍ୟାଗ ମଧ୍ୟରେ ୭୨ ଘଣ୍ଟା ରଖିବା ପରେ ହିଁ ଡିସପୋଜ କରିବାକୁ ମନ୍ତ୍ରଣାଳୟ କହିଛି।

Related story