କ୍ରାଶ ସମ୍ପର୍କରେ କାଲି ସଂସଦରେ ତଥ୍ୟ ରଖିବେ ସରକାର

ନୂଆଦିଲ୍ଲୀ: ସିଡିଏସ୍‌ ଜେନେରାଲ ବିପନ ରାୱତଙ୍କୁ ନେଇ ଯାଉଥିବା ହେଲିକପ୍ଟର କ୍ରାଶ ହେବା ଘଟଣାରେ ସଂସଦକୁ ଅବଗତ କରାଇବେ କେନ୍ଦ୍ର ସରକାର। ଆସନ୍ତାକାଲି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ପୂରା ଘଟଣା ସମ୍ପର୍କରେ ବିସ୍ତୃତ ତଥ୍ୟ ରଖିବେ। ପ୍ରଥମେ ସେ ଆଜି ଗୃହରେ ବିବୃତି ରଖିବାର ଥିଲା। ହେଲେ କୌଣସି କାରଣ ପାଇଁ ଏହାକୁ ଆସନ୍ତାକାଲି ଯାଏ ସ୍ଥଗିତ ରଖାଯାଇଛି। ଆଜି ମଧ୍ୟାହ୍ନରେ ଜେନେରାଲ ରାୱତ, ତାଙ୍କ ପତ୍ନୀ ମଧୁଲିକାଙ୍କ ସମେତ ୧୪ ଜଣଙ୍କୁ ନେଇ ୱେଲିଂଟନ […]

CDS

Hemant Lenka
  • Published: Wednesday, 08 December 2021
  • , Updated: 08 December 2021, 04:56 PM IST

ନୂଆଦିଲ୍ଲୀ: ସିଡିଏସ୍‌ ଜେନେରାଲ ବିପନ ରାୱତଙ୍କୁ ନେଇ ଯାଉଥିବା ହେଲିକପ୍ଟର କ୍ରାଶ ହେବା ଘଟଣାରେ ସଂସଦକୁ ଅବଗତ କରାଇବେ କେନ୍ଦ୍ର ସରକାର। ଆସନ୍ତାକାଲି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ପୂରା ଘଟଣା ସମ୍ପର୍କରେ ବିସ୍ତୃତ ତଥ୍ୟ ରଖିବେ। ପ୍ରଥମେ ସେ ଆଜି ଗୃହରେ ବିବୃତି ରଖିବାର ଥିଲା। ହେଲେ କୌଣସି କାରଣ ପାଇଁ ଏହାକୁ ଆସନ୍ତାକାଲି ଯାଏ ସ୍ଥଗିତ ରଖାଯାଇଛି।

ଆଜି ମଧ୍ୟାହ୍ନରେ ଜେନେରାଲ ରାୱତ, ତାଙ୍କ ପତ୍ନୀ ମଧୁଲିକାଙ୍କ ସମେତ ୧୪ ଜଣଙ୍କୁ ନେଇ ୱେଲିଂଟନ ଯାଉଥିବା ବାୟୁସେନାର ଏମଆଇ ସିରିଜ ହେଲିକପ୍ଟର କନ୍ନୁରରେ କ୍ରାଶ ହୋଇଛି। ଏଥିରେ ୧୧ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ସିଡିଏସ୍‌ଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ କୌଣସି ସୂଚନା ମିଳିନି।

ଘଟଣା ପରେ ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀ ସିଂହ ବରିଷ୍ଠ ଅଧିକାରୀଙ୍କ ସହ ଜରୁରୀ ବୈଠକ କରିଥିଲେ। ଏହାପୂର୍ବରୁ ପୂରା ଘଟଣା ସମ୍ପର୍କରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମଧ୍ୟ ଅବଗତ କରାଇଥିଲେ। ବରିଷ୍ଠ ଅଧିକାରୀଙ୍କ ସହ ବୈଠକ କରିବା ପରେ ଶ୍ରୀ ସିଂହ ଦିଲ୍ଲୀରେ ଥିବା ସିଡିଏସ୍‌ ରାୱତଙ୍କ ସରକାରୀ ବାସଭବନକୁ ଯାଇଥିଲେ।

ସେଠାରେ ତାଙ୍କ ପରିବାରବର୍ଗଙ୍କ ସହ କଥା ହୋଇଛନ୍ତି। ସେହିପରି ସେ କନ୍ନୁର ଗସ୍ତ କରି ସ୍ଥିତିର ସମୀକ୍ଷା କରିବେ ବୋଲି ଜଣାପଡ଼ିଛି। ବାୟୁସେନା ମୁଖ୍ୟ ମଧ୍ୟ ଦୁର୍ଘଟଣାସ୍ଥଳକୁ ଯାଇଛନ୍ତି। ରାଜନାଥଙ୍କ ପରେ ସ୍ଥଳସେନା ମୁଖ୍ୟ ଜେନେଲା ଏମଏମ ନରଭାଣେ ମଧ୍ୟ ସିଡିଏସଙ୍କ ବାସଭବନକୁ ଯାଇ ପରିବାର ଲୋକଙ୍କୁ ଭେଟିଛନ୍ତି।

ଅନ୍ୟପକ୍ଷରେ ଜେନେରାଲ ରାୱତ ପତ୍ନୀଙ୍କ ସହ ୱେଲିଂଟନକୁ ଯାଉଥିଲେ। ସେଠାରେ ସେ ଗୋଟିଏ କାର୍ଯ୍ୟକ୍ରମକୁ ସମ୍ବୋଧନ କରିବାର ଥିଲା। ଘଟଣା ପରେ ଏହି କାର୍ଯ୍ୟକ୍ରମକୁ ମଧ୍ୟ ବାତିଲ କରାଯାଇଛି।

Related story