ବିଧାନସଭାର କରିଡରକୁ କ୍ୟାମେରା ମନା

ବେଙ୍ଗାଲୁରୁ: ଏଣିକି କର୍ଣ୍ଣାଟକା ବିଧାନସଭାର କରିଡରରେ ସାମ୍ବାଦିକମାନେ ନେତା, ମନ୍ତ୍ରୀ କିମ୍ବା ଅଧିକାରୀମାନଙ୍କ ଭିଡିଓ ରେକର୍ଡିଂ କିମ୍ବା ଫଟୋ ଉଠାଇ ପାରିବେ ନାହିଁ। କରିଡର୍‌ରେ କୌଣସି ପ୍ରକାରର ସାକ୍ଷାତକାର ମଧ୍ୟ ହୋଇପାରିବ ନାହିଁ। କରିଡରକୁ କ୍ୟାମେରା ସଂପୂର୍ଣ୍ଣ ଭାବେ ବାରଣ ବୋଲି ଆଜି କର୍ଣ୍ଣାଟକା ସରକାରଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ମୁଖ୍ୟମନ୍ତ୍ରୀ ବିଏସ ୟେଦ୍ଦ୍ୟୁରପ୍ପାଙ୍କ ପକ୍ଷରୁ ଡିପିଆରଏ ଜାରି କରିଥିବା ସର୍କୁଲାରରେ କହିଛି ଯେ ସୁରକ୍ଷା ପ୍ରୋଟକଲକୁ ନଜରରେ ରଖି ମିଡିଆ ଉପରେ ଏପରି ପ୍ରତିବନ୍ଧକ […]

Karnataka

Hemant Lenka
  • Published: Saturday, 17 July 2021
  • , Updated: 17 July 2021, 08:59 PM IST

ବେଙ୍ଗାଲୁରୁ: ଏଣିକି କର୍ଣ୍ଣାଟକା ବିଧାନସଭାର କରିଡରରେ ସାମ୍ବାଦିକମାନେ ନେତା, ମନ୍ତ୍ରୀ କିମ୍ବା ଅଧିକାରୀମାନଙ୍କ ଭିଡିଓ ରେକର୍ଡିଂ କିମ୍ବା ଫଟୋ ଉଠାଇ ପାରିବେ ନାହିଁ। କରିଡର୍‌ରେ କୌଣସି ପ୍ରକାରର ସାକ୍ଷାତକାର ମଧ୍ୟ ହୋଇପାରିବ ନାହିଁ। କରିଡରକୁ କ୍ୟାମେରା ସଂପୂର୍ଣ୍ଣ ଭାବେ ବାରଣ ବୋଲି ଆଜି କର୍ଣ୍ଣାଟକା ସରକାରଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।

ମୁଖ୍ୟମନ୍ତ୍ରୀ ବିଏସ ୟେଦ୍ଦ୍ୟୁରପ୍ପାଙ୍କ ପକ୍ଷରୁ ଡିପିଆରଏ ଜାରି କରିଥିବା ସର୍କୁଲାରରେ କହିଛି ଯେ ସୁରକ୍ଷା ପ୍ରୋଟକଲକୁ ନଜରରେ ରଖି ମିଡିଆ ଉପରେ ଏପରି ପ୍ରତିବନ୍ଧକ ଲଗା ଯାଇଛି। ବିଧାନସଭା ଅଧିବେଶନ ସମୟରେ ବିଧାୟକ ଓ ମନ୍ତ୍ରୀମାନଙ୍କ ଯାତାୟାତରେ ଯେମିତି ବାଧା ନ ଉପୁଜିବ, ତା’କୁ ଧ୍ୟାନରେ ରଖି ଏପରି ପଦକ୍ଷେପ ନିଆଯାଇଛି।

ମିଡିଆ ବନ୍ଧୁମାନଙ୍କ ପାଇଁ ଏଣିକି ବିଧାନସଭାର ପଶ୍ଚିମ ଗେଟ୍‌ ପାଖରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବ। ସେହିପରି ମନ୍ତ୍ରୀ ଓ ବିଧାୟକମାନଙ୍କ ପିଏ ବାଇଟ, ଇଣ୍ଟରଭ୍ୟୁ କିମ୍ବା ମିଡିଆ ବ୍ୟକ୍ତିବିଶେଷଙ୍କ ସହ ବୈଠକ ପାଇଁ ଚ୍ୟାମ୍ବରରେ ବ୍ୟବସ୍ଥା କରିବେ।

ଯଦି କେହି ଗାଇଡଲାଇନ ଉଲ୍ଲଙ୍ଘନ କରିବେ, ତା’ହେଲେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏହି ବିଜ୍ଞପ୍ତିରେ କୁହାଯାଇଛି।

Related story