ଗୁଜରାଟ ନିର୍ବାଚନ: ଆଜି ପ୍ରଥମ ପର୍ଯ୍ୟାୟ ପ୍ରଚାରର ଶେଷ ଦିନ

ଅହମ୍ମଦାବାଦ: ଆଉ ଦିନକ ପରେ ଗୁଜରାଟ ବିଧାନସଭା ନିର୍ବାଚନ। ଦୁଇଟି ପ୍ରର୍ଯ୍ୟାୟରେ ଏହି ନିର୍ବାଚନ ହେବ। ଏଥିପାଇଁ ଘନ ଘନ ପ୍ରଚାରରେ ଲାଗିପଡିଛନ୍ତି ବହୁ ହେଭିୱେଟ୍ ନେତା। ତେବେ ଆଜି ପ୍ରଥମ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ପାଇଁ ପ୍ରଚାରର ଶେଷ ଦିନ। ଏଥିପାଇଁ ବହୁ ପ୍ରମୁଖ ରାଜନେତାମାନେ ପ୍ରଚାର କାର୍ଯ୍ୟ ଜୋରଦାର କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ, କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ ପ୍ରମୁଖ ବରିଷ୍ଠ ନେତାମାନେ ମାରାଥନ ପ୍ରଚାର […]

gujarat-assembly-elections

Madhupriya Mistry
  • Published: Tuesday, 29 November 2022
  • , Updated: 29 November 2022, 08:48 AM IST

ଅହମ୍ମଦାବାଦ: ଆଉ ଦିନକ ପରେ ଗୁଜରାଟ ବିଧାନସଭା ନିର୍ବାଚନ। ଦୁଇଟି ପ୍ରର୍ଯ୍ୟାୟରେ ଏହି ନିର୍ବାଚନ ହେବ। ଏଥିପାଇଁ ଘନ ଘନ ପ୍ରଚାରରେ ଲାଗିପଡିଛନ୍ତି ବହୁ ହେଭିୱେଟ୍ ନେତା। ତେବେ ଆଜି ପ୍ରଥମ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ପାଇଁ ପ୍ରଚାରର ଶେଷ ଦିନ। ଏଥିପାଇଁ ବହୁ ପ୍ରମୁଖ ରାଜନେତାମାନେ ପ୍ରଚାର କାର୍ଯ୍ୟ ଜୋରଦାର କରିଛନ୍ତି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ, କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ ପ୍ରମୁଖ ବରିଷ୍ଠ ନେତାମାନେ ମାରାଥନ ପ୍ରଚାର କରୁଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ‌ସୋମବାର ଠାରୁ ଗୁଜରାଟରେ ପ୍ରଚାର ମଙ୍ଗ ଧରିଛନ୍ତି। ସେ ଗୁଜରାଟରେ ୪ଟି ସହରରେ ରାଲି କରିଥିଲେ। ଆଜି ମଧ୍ୟ ଗୁଜରାଟର ବିଭିନ୍ନ ସ୍ଥାନରେ ମୋଦି ପ୍ରଚାର କରିବେ।

ମୋଦି ସୋମବାରଦିନ ରାଜକୋଟରେ ଏକ ରାଲିରେ ଉଦ୍‌ବୋଧନ ଦେଇ କହିଥିଲେ, ଚଳିତ ନିର୍ବାଚନ ୫ ବର୍ଷ ପାଇଁ ନୁହେଁ ବରଂ ଆଗାମୀ ୨୫ ବର୍ଷ ପାଇଁ ହେଉଛି। ପୂର୍ବରୁ ଗୁଜରାଟ ସାଇକେଲ୍ ନିର୍ମାଣ କରୁଥିଲା କିନ୍ତୁ ଏବେ ଏହା‌ ବିମାନ ନିର୍ମାଣ କରୁଛି। କଚ୍ଛ କଂଗ୍ରେସ ପାଇଁ ଏକ ବୋଝ ହୋଇଯାଇଛି କିନ୍ତୁ ମୁଁ କଚ୍ଛରେ ଥିବା ଶକ୍ତି ଏବଂ କଚ୍ଛର ଲୋକଙ୍କ ପାଖରେ ଥିବା ସାମର୍ଥ୍ୟକୁ ଦେଖିଛି।

ସୋମାବର ଦିନ ମୋଦି ଜାମନଗର, କଚ୍ଛ, ଭାବନଗର ଏବଂ ରାଜକୋଟରେ ରାଲି କରିଥିଲେ।

Related story