ଝୁଲା ପୋଲ ଟ୍ରାଜେଡି: ନଥିଲା ଫିଟ୍‌ନେସ୍ ସାର୍ଟିଫିକେଟ୍‌, କମ୍ପାନୀ ନାଁରେ FIR

ଅହମ୍ମଦାବାଦ: ଗୁଜରାଟ ଝୁଲା ପୋଲ ଟ୍ରାଜେଡିରେ ଏଯାଏଁ ୧୪୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହେଲାଣି। ଏବେବି ହସ୍ପିଟାଲରେ ଅନେକ ଗୁରୁତରଙ୍କ ଚିକିତ୍ସା ଚାଲିଛି। ମୃତ୍ୟୁ ସଂଖ୍ୟା ଆହୁରି ବଢ଼ିବା ଆଶଙ୍କା କରାଯାଉଛି। ଏହାରି ଭିତରେ ଖୋଲିବାରେ ଲାଗିଛି ଦୁର୍ଘଟଣା ପଛର ଗୋଟିଏ ପରେ ଗୋଟିଏ ରହସ୍ୟ। ଏହି ଝୁଲା ପୋଲର ନଥିଲା ଫିଟ୍‌ନେସ୍ ସାର୍ଟିଫିକେଟ୍। ସ୍ଥାନୀୟ ମ୍ୟୁନିସିପାଲଟିର ଜଣେ ଅଧିକାରୀଙ୍କ ସୂଚନା ମୁତାବକ, ଏକ ଘରୋଇ କମ୍ପାନୀ ଓରେବା ଦ୍ୱାରା ନିର୍ମିତ ଏହି ପୋଲକୁ ମିଳିନଥିଲା ଫିଟ୍‌ନେସ […]

morbi-hanging-bridge

Madhupriya Mistry
  • Published: Monday, 31 October 2022
  • , Updated: 31 October 2022, 09:35 AM IST

ଅହମ୍ମଦାବାଦ: ଗୁଜରାଟ ଝୁଲା ପୋଲ ଟ୍ରାଜେଡିରେ ଏଯାଏଁ ୧୪୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହେଲାଣି। ଏବେବି ହସ୍ପିଟାଲରେ ଅନେକ ଗୁରୁତରଙ୍କ ଚିକିତ୍ସା ଚାଲିଛି। ମୃତ୍ୟୁ ସଂଖ୍ୟା ଆହୁରି ବଢ଼ିବା ଆଶଙ୍କା କରାଯାଉଛି। ଏହାରି ଭିତରେ ଖୋଲିବାରେ ଲାଗିଛି ଦୁର୍ଘଟଣା ପଛର ଗୋଟିଏ ପରେ ଗୋଟିଏ ରହସ୍ୟ। ଏହି ଝୁଲା ପୋଲର ନଥିଲା ଫିଟ୍‌ନେସ୍ ସାର୍ଟିଫିକେଟ୍।

ସ୍ଥାନୀୟ ମ୍ୟୁନିସିପାଲଟିର ଜଣେ ଅଧିକାରୀଙ୍କ ସୂଚନା ମୁତାବକ, ଏକ ଘରୋଇ କମ୍ପାନୀ ଓରେବା ଦ୍ୱାରା ନିର୍ମିତ ଏହି ପୋଲକୁ ମିଳିନଥିଲା ଫିଟ୍‌ନେସ ସାର୍ଟିଫିକେଟ୍। ଗତ ୭ ମାସ ଧରି ପୋଲର ମରାମତି ଚାଲିଥିଲା। ହେଲେ ଛଠ୍ ପୂଜା ପାଇଁ ଗତ ୪ ଦିନ ତଳେ ତରବରିଆ ଭାବେ ଏହି ପୋଲଟିକୁ ସର୍ବସାଧାରଣଙ୍କ ପାଇଁ ଖୋଲି ଦିଆଯାଇଥିଲା।

ଗତକାଲି ଛଠ୍ ପୂଜାର ତୃତୀୟ ଦିନ ଥିଲା। ଅସ୍ତଗାମୀ ସୂର୍ଯ୍ୟଙ୍କୁ ଅର୍ଘ୍ୟ ଅର୍ପଣ ପାଇଁ ଛୁଟିଥିଲା ଶ୍ରଦ୍ଧାଳୁଙ୍କ ଭିଡ। ଶହ ଶହ ସଂଖ୍ୟାରେ ଝୁଲା ପୋଲ ଉପରେ ଲୋକ ରୁଣ୍ଡ ହୋଇଥିଲେ। ନା ପ୍ରଶାସନର କୌଣସି କଟକଣା ଥିଲା ନା କୌଣସି ପୁଲିସର ସୁରକ୍ଷା ବ୍ୟବସ୍ଥା। ଏକା ସାଙ୍ଗରେ ପୋଲ ଉପରେ ଚଢ଼ି ଯାଇଥିଲେ ୫୦୦ରୁ ଅଧିକ ଲୋକ। ଫଳରେ ଏତେ ବଡ ଦୁର୍ଘଟଣା ଘଟିଥିଲା। ଦୁର୍ଘଟଣା ପରେ ପୋଲ ନିର୍ମାଣ କରିଥିବା ଘରୋଇ କମ୍ପାନୀ ଓ ତା’ର ଅଧିକାରୀଙ୍କ ନାଁରେ ହତ୍ୟା ମମଲା ରୁଜୁ ହୋଇଛି।

ଏହି ଦୁର୍ଘଟଣାର ତଦନ୍ତ ପାଇଁ ଗୁଜରାଟ ସରକାର ୫ ଜଣିଆ ସଦସ୍ୟ ବିଶିଷ୍ଠ ଏସ୍‌ଆଇଟି ଟିମ୍ ଗଠନ କରିଛନ୍ତି। ଏହି ଟିମ୍‌ରେ ଆର୍ ଆଣ୍ଡ ବିର ସଚିବ ସନ୍ଦୀପ ବସାୱା, ଆଇଏଏସ୍ ରାଜକୁମାର ବେନିଗଲ, ଆଇପିଏସ୍ ସୁଭାଷ ତ୍ରିବେଦୀ, ଚିଫ୍ ଇଞ୍ଜିନିୟର କେ.ଏମ୍ ପଟେଲଙ୍କ ସହ ଡକ୍ଟର ଗୋପାଲ ଟାଙ୍କା ସାମିଲ ଅଛନ୍ତି। କେଉଁ କାରଣରୁ ଏହି ଦୁର୍ଘଟଣା ଘଟିଲା ଏଥିପାଇଁ କିଏ ଦାୟୀ ତା’ର କରଣ ଖୋଜିବ ଏହି ଟିମ୍।

Related story