‘ବନ୍ଧ୍ୟାକରଣ’ ବୟାନ ପରେ ଦଳ ଛାଡ଼ିବେ କି ହାର୍ଦ୍ଦିକ? ରଖିଲେ ଜବାବ

ଗାନ୍ଧିଗନର: ପଟିଦାର ଆନ୍ଦୋଳନର ଚେହେରା ହାର୍ଦ୍ଦିକ ପଟେଲଙ୍କ ବୟାନକୁ ନେଇ ଚର୍ଚ୍ଚା। ୨୦୧୭ରେ କଂଗ୍ରେସ ମିଶିଥିବା ହାର୍ଦ୍ଦିକ ଛାଡ଼ିବେ କି ଦଳ? ଗୁଜରାଟ ବିଧାନସଭା ନିର୍ବାଚନ ପୂର୍ବରୁ ଦଳୀୟ ଅସନ୍ତୋଷ କଂଗ୍ରେସ ପାଇଁ ହୋଇପାରେ ଘାତକ। କାରଣ ହାର୍ଦ୍ଦିକ ପଟେଲଙ୍କ ବନ୍ଧ୍ୟାକରଣ ବୟାନକୁ ନେଇ କଂଗ୍ରେସରେ ସୃଷ୍ଟି ହୋଇଛି କମ୍ପନ। ହାର୍ଦ୍ଦିକ ଦଳ ଛାଡ଼ିବେ ବୋଲି ମଧ୍ୟ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ଏହି ଚର୍ଚ୍ଚା ଭିତରେ ନିଜର ସ୍ପଷ୍ଟୀକରଣ ରଖିଛନ୍ତି ହାର୍ଦ୍ଦିକ ପଟେଲ। ସେ ଦଳ ଛାଡ଼ିବେ […]

Hardik

Hardik

Hemant Lenka
  • Published: Friday, 15 April 2022
  • Updated: 15 April 2022, 12:39 PM IST

Sports

Latest News

ଗାନ୍ଧିଗନର: ପଟିଦାର ଆନ୍ଦୋଳନର ଚେହେରା ହାର୍ଦ୍ଦିକ ପଟେଲଙ୍କ ବୟାନକୁ ନେଇ ଚର୍ଚ୍ଚା। ୨୦୧୭ରେ କଂଗ୍ରେସ ମିଶିଥିବା ହାର୍ଦ୍ଦିକ ଛାଡ଼ିବେ କି ଦଳ? ଗୁଜରାଟ ବିଧାନସଭା ନିର୍ବାଚନ ପୂର୍ବରୁ ଦଳୀୟ ଅସନ୍ତୋଷ କଂଗ୍ରେସ ପାଇଁ ହୋଇପାରେ ଘାତକ। କାରଣ ହାର୍ଦ୍ଦିକ ପଟେଲଙ୍କ ବନ୍ଧ୍ୟାକରଣ ବୟାନକୁ ନେଇ କଂଗ୍ରେସରେ ସୃଷ୍ଟି ହୋଇଛି କମ୍ପନ। ହାର୍ଦ୍ଦିକ ଦଳ ଛାଡ଼ିବେ ବୋଲି ମଧ୍ୟ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ଏହି ଚର୍ଚ୍ଚା ଭିତରେ ନିଜର ସ୍ପଷ୍ଟୀକରଣ ରଖିଛନ୍ତି ହାର୍ଦ୍ଦିକ ପଟେଲ। ସେ ଦଳ ଛାଡ଼ିବେ କି ନାହିଁ, ଦେଇଛନ୍ତି ଉତ୍ତର। ଏଥିସହ ନିଜର ଅସନ୍ତୋଷ ପ୍ରକାଶ କରି ରାହୁଲ ଗାନ୍ଧିଙ୍କ ନାଁ ମଧ୍ୟ ନେଇଛନ୍ତି।

ଗୁଜରାଟ କଂଗ୍ରେସର କାର୍ଯ୍ୟକାରୀ ସଭାପତି ଥିବା ହାର୍ଦ୍ଦିକ ପଟେଲ ଦଳରେ ଅଣଦେଖାର ସ୍ୱୀକାର ହେଉଥିବା ଅଭିଯୋଗ କରିଥିଲେ। ଏପରି କି ରାଜ୍ୟର କୌଣସି ଦଳୀୟ କାର୍ଯ୍ୟକ୍ରମକୁ ତାଙ୍କୁ ନିମନ୍ତ୍ରଣ କରାଯାଉ ନାହିଁ। ଦଳୀୟ ନିଷ୍ପତ୍ତି ସମ୍ପର୍କରେ ମଧ୍ୟ ତାଙ୍କ ମତାମତ ଗ୍ରହଣ କରାଯାଉନି। କଂଗ୍ରେସରେ ନୂଆ ବରକୁ ବଳପୂର୍ବ ବନ୍ଧ୍ୟାକରଣ କରିବା ଭଳି ଅବସ୍ଥା ତାଙ୍କର ହୋଇଛି ବୋଲି କହିଥିଲେ ହାର୍ଦ୍ଦିକ।

ଏହି ବୟାନ ପରେ ଗୁଜରାଟ ବିଧାନସଭା ନିର୍ବାଚନ ପୂର୍ବରୁ ହାର୍ଦ୍ଦିକ କଂଗ୍ରେସକୁ ଅଲବିଦା କହିବେ ବୋଲି ଆରମ୍ଭ ହୋଇଛି ଚର୍ଚ୍ଚା। ଏହା ଉପରେ ପ୍ରତିକ୍ରିୟା ଦେଇ କଂଗ୍ରେସ ଛାଡ଼ିବା ଖବର କେବଳ ଗୋଟିଏ ଗୁଜବ ବୋଲି ହାର୍ଦ୍ଦିକ କହିଛନ୍ତି।

ସେ କହିଛନ୍ତି, “ମୁଁ କଂଗ୍ରେସ ଛାଡ଼ୁଥିବା ନେଇ ଗୋଟିଏ ଗୁଜବ ପ୍ରଚାର କରାଯାଉଛି। ମୁଁ ଜାଣିନି କିଏ ଓ କାହିଁକ ଏପରି ମିଛ କଥାର ପ୍ରଚାର କରୁଛି। ଏଯାଏ କଂଗ୍ରେସକୁ ମୁଁ ମୋର ୧୦୦% ଦେଇ ଆସିଛି। ଆଗାମୀ ଦିନରେ ମଧ୍ୟ ସମାନ ନୀତିରେ କାମ କରିବି। ଆମେ ଗୁଜରାଟର ବିକାଶ କରିବୁ। ଦଳରେ ଛୋଟିଆ ତିକ୍ତତା ଓ ଆରପୋ ପ୍ରତ୍ୟାରୋପ ସୃଷ୍ଟି ହୋଇପାରେ। କିନ୍ତୁ ଆମେ ସମସ୍ତେ ଏକାଠି ହୋଇ କାମ କରିବୁ। ଗୁଜରାଟକୁ ସବୁଠାରୁ ଭଲ ରାଜ୍ୟରେ ପରିଣତ କରିବା ହିଁ ଆମର ଲକ୍ଷ୍ୟ।”

ପଟିଦାର ଆନ୍ଦୋଳନର ମୁଖ୍ୟ ସୂତ୍ରଧର ହାର୍ଦ୍ଦିକ ପଟେଲ ଆହୁରି କହିଛନ୍ତି, “ଯଦି ସତ କହିବା ଅପରାଧ, ତା’ହେଲେ ମୋତେ ଦୋଷୀ ଭାବେ ବିବେଚନା କରନ୍ତୁ। ଆମ ଠାରୁ ଗୁଜରାଟବାସୀ ଅନେକ କିଛି ଆଶା କରିଛନ୍ତି। ଆମକୁ ଏହି ଆଶାକୁ ଯେମିତି ହେଲେ କାଏମ ରଖିବାକୁ ହେବ।”

ଦଳରେ ତାଙ୍କୁ ହତାଶ କରାଯାଉଥିବା କଥା କଂଗ୍ରେସ ସାଂସଦ ରାହୁଲ ଗାନ୍ଧିଙ୍କୁ ସେ ବାରମ୍ବାର କହିଥିଲେ ମଧ୍ୟ କୌଣସି ପ୍ରକାରର ପଦକ୍ଷେପ ନିଆଯାଉ ନଥିବା ହାର୍ଦ୍ଦିକ ଅଭିଯୋଗ କରିଛନ୍ତି। ସେ କହିଛନ୍ତି, “ମୁଁ ଅନେକ ଥର ହତାଦରର ଶିକାର ହୋଇଛି। ଗୁଜରାଟ କଂଗ୍ରେସ ନେତାମାନେ ଚାହୁଁଛନ୍ତି ମୁଁ ଦଳ ଛାଡ଼ିଦିଏ। ସବୁ କଥା ରାହୁଲ ଗାନ୍ଧିଙ୍କୁ ଅବଗତ କରାଇଥିଲେ ମଧ୍ୟ ସେ କୌଣସି ପ୍ରକାରର ପଦକ୍ଷେପ ନ ନେବା ଦୁଃଖ ଓ ଯନ୍ତ୍ରଣାର ବିଷୟ।”

ଅନ୍ୟତମ ପଟିଦାର ନେତା ନରେଶ ପଟେଲଙ୍କୁ କଂଗ୍ରେସ ଅଧିକ ଗୁରୁତ୍ୱ ଦେଉଥିବାରୁ ହାର୍ଦ୍ଦିକ ପଟେଲଙ୍କୁ ଏହା ବ୍ୟଥିତ କରିଛି। ସେ କହିଛନ୍ତି, “୨୦୧୭ରେ ଆପଣ ହାର୍ଦ୍ଦିକଙ୍କୁ ବ୍ୟବହାର କଲେ। ୨୦୨୨ରେ ଆପଣ ନରେଶ ଭାଇଙ୍କୁ ବ୍ୟବହାର କରୁଛନ୍ତି। ୨୦୨୭ରେ ଆପଣ ଆଉ ଜଣେ ପଟିଦାର ନେତାଙ୍କୁ ବାଛିବେ। କାହିଁକି ଆପଣ ହାର୍ଦ୍ଦିକଙ୍କୁ ସମର୍ଥନ ଓ ସଶକ୍ତ କରୁନାହାନ୍ତି? ସେମାନେ ନରେଶ ଭାଇଙ୍କୁ ନେଇ ପାରନ୍ତି। ହେଲେ ମୋ ସହ ଯାହା ହେଲା ନରେଶ ଭାଇଙ୍କ ସହ ସେମିତି କରିବେ ନାହିଁ ବୋଲି ଗ୍ୟାରେଣ୍ଟି କ’ଣ? କଂଗ୍ରେସ ନେତାମାନେ ମୋତେ କୌଣସି ବୈଠକକୁ ଡାକୁ ନାହାନ୍ତି କିମ୍ବା ମୋର ମତାମତ ନେଉ ନାହାନ୍ତି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story