ଏନ୍‌ସିବି ଅଧିକାରୀ ସମୀର ୱାଙ୍ଖଡ଼େଙ୍କ ପାଇଁ ଓକିଲାତି କଲେ କେନ୍ଦ୍ରମନ୍ତ୍ରୀ

ମୁମ୍ବାଇ: ଏନ୍‌ସିବି ଅଧିକାରୀ ସମୀର ୱାଙ୍ଖଡ଼େଙ୍କ ପାଇଁ ଓକିଲାତି କଲେ କେନ୍ଦ୍ରମନ୍ତ୍ରୀ। ସମୀରଙ୍କ ବିରୋଧରେ ଆସିଥିବା ଅଭିଯୋଗ ଭିତ୍ତିହୀନ ବୋଲି କେନ୍ଦ୍ର  ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ମନ୍ତ୍ରୀ ରାମଦାସ ଆଠୱାଲେ କହିଛନ୍ତି।ସେ କହିଛନ୍ତି ଯେ,  ସମୀରଙ୍କ ବିରୋଧରେ ଏନସିପି ନେତା ନୱାବ ମଲ୍ଲିକଙ୍କ ଅଭିଯୋଗ ଭିତ୍ତିହୀନ। ନୱାବ ମଲ୍ଲିକ ସମୀରଙ୍କ ବିରୋଧରେ ସବୁ ପ୍ରକାର ଭିତ୍ତିହୀନ ଅଭିଯୋଗ କରିଛନ୍ତି। ସେମାନେ ଆମ ସମ୍ପ୍ରଦାୟକୁ ବଦନାମ କରୁଛନ୍ତି। ସମୀରଙ୍କ ବାପାଙ୍କ ନାମ ଦାଉଦ ନୁହେଁ। ମୁଁ ସେମାନଙ୍କର […]

sameer

sameer

Tapas Behera
  • Published: Sunday, 31 October 2021
  • Updated: 31 October 2021, 04:40 PM IST

ମୁମ୍ବାଇ: ଏନ୍‌ସିବି ଅଧିକାରୀ ସମୀର ୱାଙ୍ଖଡ଼େଙ୍କ ପାଇଁ ଓକିଲାତି କଲେ କେନ୍ଦ୍ରମନ୍ତ୍ରୀ। ସମୀରଙ୍କ ବିରୋଧରେ ଆସିଥିବା ଅଭିଯୋଗ ଭିତ୍ତିହୀନ ବୋଲି କେନ୍ଦ୍ର  ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ମନ୍ତ୍ରୀ ରାମଦାସ ଆଠୱାଲେ କହିଛନ୍ତି।ସେ କହିଛନ୍ତି ଯେ,  ସମୀରଙ୍କ ବିରୋଧରେ ଏନସିପି ନେତା ନୱାବ ମଲ୍ଲିକଙ୍କ ଅଭିଯୋଗ ଭିତ୍ତିହୀନ। ନୱାବ ମଲ୍ଲିକ ସମୀରଙ୍କ ବିରୋଧରେ ସବୁ ପ୍ରକାର ଭିତ୍ତିହୀନ ଅଭିଯୋଗ କରିଛନ୍ତି। ସେମାନେ ଆମ ସମ୍ପ୍ରଦାୟକୁ ବଦନାମ କରୁଛନ୍ତି। ସମୀରଙ୍କ ବାପାଙ୍କ ନାମ ଦାଉଦ ନୁହେଁ। ମୁଁ ସେମାନଙ୍କର ସମସ୍ତ ଦଲିଲ ମଧ୍ୟ ଦେଖିଛି।

ନୱାବ ମଲ୍ଲିକଙ୍କ ପୁତୁରା ଡ୍ରଗସ୍‌ ମାମଲାରେ ଜେଲରେ ଥିବାରୁ ସେ ଏଭଳି  ଅଭିଯୋଗ ଆଣୁଛନ୍ତି ବୋଲି  କେନ୍ଦ୍ରମନ୍ତ୍ରୀ କହିଛନ୍ତି  କେନ୍ଦ୍ର ମନ୍ତ୍ରୀ କହିଛନ୍ତି, ସମୀର ୱାଙ୍ଖଡ଼େ ହେଉଛନ୍ତି ଦଳିତ ପରିବାରର। ସେ କହିଛନ୍ତି ଯେ, ଯଦି ଆର୍ଯ୍ୟନ୍ ଡ୍ରଗସ୍‌ ସେବନ କରିନାହାନ୍ତି କି କାରବାରରେ ସାମିଲ ନାହାନ୍ତି ତେବେ ତାଙ୍କୁ କୋର୍ଟରୁ ଜାମିନ ମିଳିବାରେ ଏତେ ବିଳମ୍ବ ହେଲା କାହିଁକି ? କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ସମରୀଙ୍କ ପତ୍ନୀ  କ୍ରାନ୍ତି ରେଡକର ଏବଂ ତାଙ୍କ ପିତା ଧ୍ୟାନଦେବ କଚୁର୍ଜୀ ତାଙ୍କୁ ଭେଟିବାକୁ ଆସିଥିଲେ। ସେମାନେ କହିଛନ୍ତି ଯେ, ତାଙ୍କ ପ୍ରତି ଅନ୍ୟାୟ କରାଯାଉଛି। ତେଣୁ ମୁଁ ସେମାନଙ୍କୁ ସମର୍ଥନ କରିବା ଆବଶ୍ୟକ ବୋଲି ରାମଦାସ ଆଠୱାଲେ କହିଛନ୍ତି।

ସମୀରଙ୍କ ପତ୍ନୀ କହିଛନ୍ତି କେନ୍ଦ୍ରମନ୍ତ୍ରୀ  ରାମଦାସ ଆଠୱାଲେ ଆମକୁ ସମର୍ଥନ କରୁଛନ୍ତି।  କାରଣ ଆମେ ତାଙ୍କୁ ସମସ୍ତ ଦଲିଲ ଦେଖାଇଛୁ। ନୱାବ ମଲିକଙ୍କ ସମସ୍ତ ଅଭିଯୋଗ  ମିଥ୍ୟା ପ୍ରମାଣିତ ହୋଇଛି ବୋଲି ସେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos