ଚାଲିଗଲେ ଦେଶର ପ୍ରଥମ ଭୋଟର, ସେ ମତଦାନ ପାଇଁ ଗଲେ ପ୍ରଶାସନ ରେଡ୍ କାର୍ପେଟ ବିଛାଏ

ଶିମଲା: ଚାଲିଗଲେ ଦେଶର ପ୍ରଥମ ଭୋଟର। ଗଣତାନ୍ତ୍ରିକ ପ୍ରକ୍ରିୟାରେ ନେତା ଚୟନ ଲାଗି ଦେଶରେ ଭୋଟଦାନ କରିଥିବା ପ୍ରଥମ ବ୍ୟକ୍ତିଙ୍କ ଶନିବାର ପରଲୋକ ଘଟିଛି। ହିମାଚଳ ପ୍ରଦେଶର କାଲପାର ଏହି ଭୋଟର ଶ୍ୟାମ ସରନ ନେଗି ନିଜ ବାଷଭବନରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ତେବେ ମୃତ୍ୟୁ ପୂର୍ବରୁ ପରିଣତ ବୟସରେ ଶ୍ୟାମ ସରନ ନେଗି ପୋଷ୍ଟାଲ ବାଲାଟ  ବଦଳରେ ମତଦାନ କେନ୍ଦ୍ରରେ ଭୋଟ୍ ଦେବାକୁ ଚାହୁଁଥିଲେ। ଏକଥା ତାଙ୍କ ନାତି ଦୀପକ କୁମାର କହଇଛନ୍ତି। ବୟସରେ […]

iop11

  • Published: Monday, 07 November 2022
  • , Updated: 07 November 2022, 03:05 PM IST

ଶିମଲା: ଚାଲିଗଲେ ଦେଶର ପ୍ରଥମ ଭୋଟର। ଗଣତାନ୍ତ୍ରିକ ପ୍ରକ୍ରିୟାରେ ନେତା ଚୟନ ଲାଗି ଦେଶରେ ଭୋଟଦାନ କରିଥିବା ପ୍ରଥମ ବ୍ୟକ୍ତିଙ୍କ ଶନିବାର ପରଲୋକ ଘଟିଛି। ହିମାଚଳ ପ୍ରଦେଶର କାଲପାର ଏହି ଭୋଟର ଶ୍ୟାମ ସରନ ନେଗି ନିଜ ବାଷଭବନରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ତେବେ ମୃତ୍ୟୁ ପୂର୍ବରୁ ପରିଣତ ବୟସରେ ଶ୍ୟାମ ସରନ ନେଗି ପୋଷ୍ଟାଲ ବାଲାଟ  ବଦଳରେ ମତଦାନ କେନ୍ଦ୍ରରେ ଭୋଟ୍ ଦେବାକୁ ଚାହୁଁଥିଲେ। ଏକଥା ତାଙ୍କ ନାତି ଦୀପକ କୁମାର କହଇଛନ୍ତି। ବୟସରେ ସାୟାହ୍ନରେ ରୋଗାଗ୍ରସ୍ତ ଥାଇ ମଧ୍ୟ ସେ ମତଦାନ କେନ୍ଦ୍ରକୁ ଯାଇ ଭୋଟ୍ ଦେବାକୁ ତାଙ୍କର ଇଚ୍ଛା ଥିଲା।  ଆସନ୍ତା ନଭେମ୍ବର ୧୨ ତାରିଖରେ ହିମାଚଳପ୍ରଦେଶ ବିଧାନସଭା ନିର୍ବାଚନ ରହିଛି। ଏହି ଦିନ ସେ କାଲପାସ୍ଥିତ ଭୋଟ କେନ୍ଦ୍ର ପ୍ରାଥମିକ ବିଦ୍ୟାଳୟକୁ ଯାଇ ବାଲଟ ମାଧ୍ୟମରେ ମତାଧିକାର ସାବ୍ୟସ୍ତ କରିବାକୁ ଚାହୁଁଥିଲେ। ଏହି ଭୋଟ କେନ୍ଦ୍ରରେ ସେ ପ୍ରଥମଥର ଭାବେ ଭୋଟ୍‌ ଦେଇଥିଲେ। କିନ୍ତୁ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ନଥିବାରୁ ସେ ଠିକ୍‌ ଭାବେ ଛିଡ଼ା ହୋଇ ପାରୁ ନଥିଲେ କି ଚାଲି ପାରୁ ନଥିଲେ। ତେଣୁ ତାଙ୍କୁ ଭୋଟ କେନ୍ଦ୍ରକୁ ନଯିବାକରୁ ପରାମର୍ଶ ଦିଆଯାଇଥିଲା।  ଶେଷଥର ପାଇଁ ନିଜ ଜୀବନର ୩୪ତମ ଭୋଟ୍ ଦେବାର ୩ ଦିନ ପରେ ଶ୍ୟାମ ସରନଙ୍କ ମୃତ୍ୟୁ ଘଟିଛି।

ମୃତ୍ୟୁ ବେଳକୁ ତାଙ୍କୁ ୧୦୬ ବର୍ଷ ହୋଇଥିଲା।  ଶ୍ୟମ ସରନ ନେଗି ନିର୍ବାଚନ କମିଶନଙ୍କ ବ୍ରାଣ୍ଡ ଆମ୍ବାସାଡାର ଥିଲେ।  ସେ ଆସନ୍ତା  ହିମାଚଳପ୍ରଦେଶ ନିର୍ବାଚନ ପାଇଁ ପୋଷ୍ଟାଲ ବାଲାଟରେ ମତଦାନ କରିଛନ୍ତି । ତାଙ୍କ ଜୀବନରେ ସେ ପ୍ରଥମଥର ପାଇଁ ପୋଷ୍ଟାଲ ବାଲାଟରେ ଭୋଟ ଦେଇଛନ୍ତି।  ବିଗତ ବର୍ଷ ନେଗି ଯୁବପିଢ଼ିଙ୍କ ପାଇଁ  ରୋଲମଡେଲେ ସାଜିଥିଲେ। କାରଣ ସେ ଦେଶର ଯୁବପିଢ଼ିଙ୍କୁ ଭଲ ନେତା ବାଛିବା ପାଇଁ ମତଦାନ କାରିବାକୁ ଆହ୍ୱାନ ଦେଉଥିଲେ।

ନେଗିଙ୍କ ନାତି ଦୀପକ କହିଛନ୍ତି ଯେ, ମୋ ଜେଜେ ସର୍ବଦା ସମସ୍ତଙ୍କୁ ନିଜର ମତାଧିକାର ସାବ୍ୟସ୍ତ କରିବାକୁ  ସଚେତନ କରୁଥିଲେ।  ୧୯୫୧ରେ ଯୁବକ ଥିବା ନେଗି କାଲପା ମତଦାନ କେନ୍ଦ୍ରରେ ହୋଇଥିବା ମତଦାନରେ ସାମିଲ ହୋଇ ପ୍ରଥମ ଭୋଟର ଭାବେ ଇତିହାସ ସୃଷ୍ଟି କରିଥିଲେ। ତାଙ୍କ ଜୀବନ କାଳରେ ସେ କୌଣସି ରାଜ୍ୟ କିମ୍ବା ସାଧାରଣ ନିର୍ବାଚନ ଭୋଟ ମିସ୍‌ କରିନାହାନ୍ତି। ସେ ଭୋଟ କେନ୍ଦ୍ରକୁ ଗଲେ ତାଙ୍କ ସହ ଭିଆଇ ଚର୍ଚ୍ଚା କରାଯାଇଥାଏ। ରାଜକୀୟ ଠାଣିରେ ମତଦାନ କେନ୍ଦ୍ରକୁ ଯାଉଥିବା ନେଗିଙ୍କ ପାଇଁ ପ୍ରଶାସନ ରେଡ୍‌ କାର୍ପେଟ ବିଛାଇ ସ୍ୱାଗତ କରେ।  ୧୯୫୧ରେ କିହ୍ନୁର ଜିଲ୍ଲାର ପୂର୍ବରୁ ଚୈନି ତଥା ବର୍ତ୍ତମାନର କାଲପାରେ ମତଦାନ କେନ୍ଦ୍ର ହୋଇ ଥିଲା ।

ତିବତ୍ତ ସୀମାରେ ଅବସ୍ଥିତ କାଲପାରେ ସେ ସମୟରେ ପ୍ରବଳ ତୁସାରପାତ ହୋଇଥିଲା। ସେଇ ସମୟରେ ନେଗି ଦେଶର ଭାଗ୍ୟ ନିର୍ଦ୍ଧାରକଙ୍କ ଭାଗ୍ୟ ଲେଖିଥିଲେ। ପାହାଡ଼ିଆ ଅଞ୍ଚଳାଭାବେ ପରିଚିତ କାଲପାରେ ନେଗିଙ୍କ ଘର ୧୦,୦୦୦ ଫୁଟରେ ଅବସ୍ଥିତ।  ତେବେ ଶନିବାର ନେଗିଙ୍କ ମୃତ୍ୟୁରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୋକ ପ୍ରକାଶ କରିଛନ୍ତି। ମୃତ୍ୟୁର କିଛି ଦିନ ପୂର୍ବରୁ ସେ ହିମାଚଳ ପ୍ରଦେଶ ପାଇଁ  ପୋଷ୍ଟାଲ ବାଲାଟରେ ମତଦାନ କରିଛନ୍ତି । ମୃତ୍ୟୁ ଆସନ୍ନ ଜାଣି ମଧ୍ୟ ନେଗି ତାଙ୍କ କର୍ତ୍ତବ୍ୟରୁ ଓହରି ନଥିଲେ ବୋଲି ମୋଦି କହିଛନ୍ତି । ଗଣତନ୍ତ୍ର ପ୍ରତି ନେଗିଙ୍କ ଦୃଷ୍ଟିକୋଣ ଦେଶର ଲୋକଙ୍କୁ ବିଶେଷ ପ୍ରେରଣା ଯୋଗାଇବ ବୋଲି ମୋଦି କହିଛନ୍ତି।  ମୁଖ୍ୟ ନିର୍ବାଚନ କମିଶନର ନେଗିଙ୍କ ବାଷଭବନକୁ ଯାଇ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ।

Related story