ଛାତ୍ରୀଙ୍କ ଗାଲ କାମୁଡ଼ି ଦେଲେ ପ୍ରଧାନଶିକ୍ଷକ

ପାଟନା: ଜଣେ ପ୍ରଧାନଶିକ୍ଷକ ଜଣେ ୧୨ ବର୍ଷୀୟା ଛାତ୍ରୀଙ୍କୁ ଅସଦାଚରଣ କରିବା ସହିତ ତାଙ୍କ ଗାଲକୁ କାମୁଡ଼ିବା ଅଭିଯୋଗରେ ଗିରଫ ହୋଇଛନ୍ତି। ତେବେ ପୁଲିସ୍ ତାଙ୍କୁ ଥାନାକୁ ନେଉଥିବା ବେଳେ ସ୍ଥାନୀୟ ଲୋକେ ତାଙ୍କୁ ମାଡ଼ ମାରିଥିଲେ। ଏହି ଘଟଣାଟି ଘଟିଛି ବିହାରର କଟିହାର ଜିଲ୍ଲାର ସେମାପୁର ଅଞ୍ଚଳରେ ଥିବା ପିପରି ବହିୟାର ପ୍ରାଥମିକ ବିଦ୍ୟାଳୟରେ। ଅଭିଯୋଗ ଅନୁଯାୟୀ, ଅଭିଯୁକ୍ତ ପ୍ରଧାନଶିକ୍ଷକ ଛାତ୍ରୀ ଜଣଙ୍କୁ ଅସଦାଚରଣ କରିବା ସହିତ ତାଙ୍କ ଗାଲକୁ କାମୁଡ଼ି ଦେଇଥିଲେ। ଛାତ୍ରୀ ଜଣଙ୍କ […]

Rape Graphics

Rape Graphics

Jitendra Garnayak
  • Published: Sunday, 19 September 2021
  • Updated: 19 September 2021, 10:16 AM IST

Sports

Latest News

ପାଟନା: ଜଣେ ପ୍ରଧାନଶିକ୍ଷକ ଜଣେ ୧୨ ବର୍ଷୀୟା ଛାତ୍ରୀଙ୍କୁ ଅସଦାଚରଣ କରିବା ସହିତ ତାଙ୍କ ଗାଲକୁ କାମୁଡ଼ିବା ଅଭିଯୋଗରେ ଗିରଫ ହୋଇଛନ୍ତି। ତେବେ ପୁଲିସ୍ ତାଙ୍କୁ ଥାନାକୁ ନେଉଥିବା ବେଳେ ସ୍ଥାନୀୟ ଲୋକେ ତାଙ୍କୁ ମାଡ଼ ମାରିଥିଲେ। ଏହି ଘଟଣାଟି ଘଟିଛି ବିହାରର କଟିହାର ଜିଲ୍ଲାର ସେମାପୁର ଅଞ୍ଚଳରେ ଥିବା ପିପରି ବହିୟାର ପ୍ରାଥମିକ ବିଦ୍ୟାଳୟରେ।

ଅଭିଯୋଗ ଅନୁଯାୟୀ, ଅଭିଯୁକ୍ତ ପ୍ରଧାନଶିକ୍ଷକ ଛାତ୍ରୀ ଜଣଙ୍କୁ ଅସଦାଚରଣ କରିବା ସହିତ ତାଙ୍କ ଗାଲକୁ କାମୁଡ଼ି ଦେଇଥିଲେ। ଛାତ୍ରୀ ଜଣଙ୍କ ଜୋରରେ ଚିତ୍କାର କରିବାରୁ ପାଖ ରାସ୍ତା ଦେଇ ଯାଉଥିବା ଲୋକେ ସ୍କୁଲ୍‌କୁ ଧାଇଁ ଆସିଥିଲେ। ସେମାନେ ପ୍ରଧାନଶିକ୍ଷକଙ୍କୁ ଏକ ରୁମ୍‌ରେ ବନ୍ଦ କରି ପୁଲିସ୍‌କୁ ଖବର ଦେଇଥିଲେ। ଏହା ଭିତରେ ଝିଅଟିର ପରିବାର ଲୋକେ ଓ ଗାଁର ଅନ୍ୟ ଲୋକମାନେ ମଧ୍ୟ ସେଠାରେ ପହଞ୍ଚି ଯାଇଥିଲେ।

ପୁଲିସ୍ ପ୍ରଧାନଶିକ୍ଷକଙ୍କୁ ସେଠାରୁ ଥାନାକୁ ନେବା ବେଳେ ଉତ୍ତ୍ୟକ୍ତ ଲୋକମାନେ ତାଙ୍କୁ ଠେଲାପେଲା କରିବା ସହିତ ବାଡ଼ିରେ ପିଟି ଥିଲେ। ପୂର୍ବରୁ ମଧ୍ୟ ଏହି ସ୍କୁଲ୍‌ରେ ଛାତ୍ରୀମାନଙ୍କ ସହିତ ଅସଦାଚରଣ କରାଯାଉଥିବା ଲୋକେ ଶୁଣିଥିଲେ। ତେଣୁ ଏହି ସଦ୍ୟ ଘଟଣାରେ ସେମାନେ ଉତ୍ତ୍ୟକ୍ତ ହୋଇ ପ୍ରଧାନଶିକ୍ଷକଙ୍କୁ ପିଟିଥିଲେ।

ପୁଲିସ୍ ପକ୍ଷରୁ କୁହାଯାଇଛି ଯେ ଉକ୍ତ ଛାତ୍ରୀଙ୍କ ବୟାନ ରେକର୍ଡ କରାଯାଇଛି। ଏନେଇ ମାମଲା ରୁଜୁ କରାଯାଇ ଅଭିଯୁକ୍ତକୁ ଗିରଫ କରାଯାଇଛି। ଘଟଣାର ଅଧିକ ତଦନ୍ତ ଜାରି ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos