ନିର୍ବାଚନ ଲଢ଼ିବେ କି କଙ୍ଗନା? ରାକ୍ଷୀ ସାୱନ୍ତଙ୍କ କଥା କହିଲେ ହେମା ମାଳିନୀ

ମଥୁରା: ବିବାଦୀୟ ଅଭିନେତ୍ରୀ କଙ୍ଗନା ରାଣାୱତ ଉତ୍ତର ପ୍ରଦେଶର ମଥୁରାରୁ ନିର୍ବାଚନ ଲଢ଼ି ନିଜର ରାଜନୀତିକ ଡେବ୍ୟୁ କରିବେ ବୋଲି ଚର୍ଚ୍ଚା ହେଉଛି। ଏହି ଆସନରୁ ବର୍ତ୍ତମାନ ଅଭିନେତ୍ରୀ ହେମା ମାଳିନୀ ବିଜେପି ଟିକେଟରୁ ସାଂସଦ ରହିଛନ୍ତି। ତାଙ୍କୁ ଏ ବିଷୟରେ ପ୍ରଶ୍ନ ପଚରାଯିବାରୁ ସେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିବା ଭଳି ବୟାନ ଦେଇଛନ୍ତି। କେବଳ ଫିଲ୍ମ ଷ୍ଟାରମାନେ କ’ଣ ମଥୁରାରୁ ନିର୍ବାଚନ ଲଢ଼ିବେ ବୋଲି ସେ ପରୋକ୍ଷରେ ପ୍ରଶ୍ନ କରିଛନ୍ତି। ସାମ୍ବାଦିକମାନେ କଙ୍ଗନା ମଥୁରାରୁ ନିର୍ବାଚନ […]

Hema-malini

  • Published: Saturday, 24 September 2022
  • , Updated: 24 September 2022, 08:02 PM IST

ମଥୁରା: ବିବାଦୀୟ ଅଭିନେତ୍ରୀ କଙ୍ଗନା ରାଣାୱତ ଉତ୍ତର ପ୍ରଦେଶର ମଥୁରାରୁ ନିର୍ବାଚନ ଲଢ଼ି ନିଜର ରାଜନୀତିକ ଡେବ୍ୟୁ କରିବେ ବୋଲି ଚର୍ଚ୍ଚା ହେଉଛି। ଏହି ଆସନରୁ ବର୍ତ୍ତମାନ ଅଭିନେତ୍ରୀ ହେମା ମାଳିନୀ ବିଜେପି ଟିକେଟରୁ ସାଂସଦ ରହିଛନ୍ତି। ତାଙ୍କୁ ଏ ବିଷୟରେ ପ୍ରଶ୍ନ ପଚରାଯିବାରୁ ସେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିବା ଭଳି ବୟାନ ଦେଇଛନ୍ତି। କେବଳ ଫିଲ୍ମ ଷ୍ଟାରମାନେ କ’ଣ ମଥୁରାରୁ ନିର୍ବାଚନ ଲଢ଼ିବେ ବୋଲି ସେ ପରୋକ୍ଷରେ ପ୍ରଶ୍ନ କରିଛନ୍ତି।

ସାମ୍ବାଦିକମାନେ କଙ୍ଗନା ମଥୁରାରୁ ନିର୍ବାଚନ ଲଢ଼ିବେ କି ବୋଲି ପ୍ରଶ୍ନ କରିବାରୁ ହେମା ମାଳିନୀ ଓ ତାଙ୍କ ପଛରେ ଥିବା ଲୋକମାନେ ସ୍ମିତ ହାସ୍ୟ ଦେଇଥିଲେ। ଏହାପରେ ହେମା ମାଳିନୀ କହିଥିଲେ ଯେ “ ବହୁତ ଭଲ କଥା। ମୋ ବିଚାର କ’ଣ? ଏହା ଭଗବାନଙ୍କ ଉପରେ ନିର୍ଭର କରେ। ଭଗବାନ ଶ୍ରୀକୃଷ୍ଣ ଯାହା ଚାହିଁବେ, ସେଇଆ କରିବେ।”

ସେ ଆହୁରି କହିଛନ୍ତି, “ମଥୁରାରୁ ଯଦି କୌଣସି ରାଜନେତା ସାଂସଦ ହେବାକୁ ଚାହିଁବେ, ତା’ହେଲେ ଆପଣମାନେ ତ ତାଙ୍କୁ ହେବାକୁ ଦେବେନି। ଆପଣମାନେ ଲୋକଙ୍କ ମୁଣ୍ଡରେ ଏମିତି ପ୍ରଭାବ ପକାଇ ରଖିଛନ୍ତି ଯେ ମଥୁରାରୁ କେବଳ ଫିଲ୍ମ ଷ୍ଟାର ହିଁ ନିର୍ବାଚିତ ହେବେ। ଆପଣମାନଙ୍କୁ କେବଳ ଫିଲ୍ମ ଷ୍ଟାର ଦରକାର। ଆଶ୍ଚର୍ଯ୍ୟ। କାଲି ରାକ୍ଷୀ ସାୱନ୍ତ ମଧ୍ୟ ଏଠାରେ ନିର୍ବାଚନ ଲଢ଼ିବାକୁ ଆସିପାରନ୍ତି?”


ଏଏନ୍‌ଆଇ ପକ୍ଷରୁ ଜାରି ହେମାଙ୍କ ଏହି ଭିଡିଓ ଉପରେ ଜଣେ ଟ୍ୱିଟ ବ୍ୟବହାରକାରୀ କଡ଼ା ବୟାନ ଦେଇଛନ୍ତି। ସେ କହିଛନ୍ତି, “ଓଃ, ଏହି ଲେଡି ଯିଏ ନିଜେ ଜଣେ ଫିଲ୍ମ ଷ୍ଟାର ଓ ତାଙ୍କ ପୁଅ ଏବଂ ସ୍ୱାମୀ ରାଜନୀତିରେ ଅଛନ୍ତି, ସେ ଅନ୍ୟ ଫିଲ୍ମ ଷ୍ଟାରଙ୍କ ରାଜନୀତି ପ୍ରବେଶକୁ ବିରୋଧ କରୁଛନ୍ତି?”

Related story