ନୂଆଦିଲ୍ଲୀ: ପୂରା ଭାରତରେ ପ୍ରସିଦ୍ଧି ହାସଲ କରିଥିବା ଦୁଇ ଚକିଆ ବାହାନ ହିରୋ ମୋଟୋକପ୍ କମ୍ପାନୀର ମୁଖ୍ୟଙ୍କ ଘରେ ଆୟକର ରେଡ୍। କମ୍ପାନୀର ଚେୟାରମ୍ୟାନ୍ ପୱନ ମୁଞ୍ଜାଲଙ୍କ ଘରେ ଆୟକର ଚଢ଼ାଉ କରିଛି। ମିଡିଆ ରିପୋର୍ଟ ମୁତାବକ, ତାଙ୍କ ଗୁଡଗାଓଁ ସ୍ଥିତ ଅଫିସ ଓ ଘରେ ଆୟକର ବିଭାଗର ଏକ ଟିମ୍ ସର୍ଚ୍ଚ ଚଳାଇଛି। ଦେଶରେ ହିରୋ ମୋଟୋକପ୍ର ଏକକାଳୀନ ୧୨ରୁ ଅଧିକ ସ୍ଥାନରେ ଆଇଟି ରେଡ୍ କରିଛି।
ଆୟକର ଚଢ଼ାଉ ଖବର ସାମ୍ନାକୁ ଆସିବା ପରେ ଶେଆର ମାର୍କେଟ୍ରେ ହିରୋ ମୋଟୋକପ୍ର ଶେଆର୍ ଦ୍ରୁତ ଗତିରେ ଖସିବାରେ ଲାଗିଛି। ହିରୋ ମୋଟୋକପ୍ର ଶେଆର୍ରେ ୨ ପ୍ରତିଶତ ଖସି ୨୩୮୦ ଟଙ୍କାକୁ ଚାଲିଆସିଛି। ସେହିପରି ଅଟୋ ସେକ୍ଟରର ଅନ୍ୟ କମ୍ପାନୀଗୁଡିକର ଶେଆର ଉପରେ ମଧ୍ୟ ପ୍ରଭାବ ପଡିଛି। ମାରୁତୀ, ବଜାଜ ଅଟୋ, ଟିଭିଏସ୍ ମୋଟରର୍ସର ଶେଆର ୧.୫ ପ୍ରତିଶତ ହ୍ରାସ ପାଇଛି।
ହିରୋ ମୋଟୋକପ୍ ବିଶ୍ୱର ସବୁଠୁ ବଡ ଦୁଇ ଚକିଆ ମାନୁଫେକ୍ଚରିଂ କମ୍ପାନୀ। ଏହି କମ୍ପାନୀ ୪୦ରୁ ଅଧିକ ଦେଶରେ ନିଜ କାରବାର କରୁଛି। ହିରୋ ମୋଟୋକପ୍ ଏସିଆ, ଆଫ୍ରିକା, ଆମେରିକା ଭଳି ଦେଶରେ ମଧ୍ୟ ରହିଛି। ଭାରତରେ ଯେତିକି ଦୁଇ ଚକି ବାହାନ ବିକ୍ରି ହେଉଛି ସେଥିରୁ ୫୦ ପ୍ରତିଶତ ହିରୋ ମୋଟୋକପ୍ ରହିଛି।
https://twitter.com/ANI/status/1506498099417518083?s=20&t=CMsTgRyTqP4UPoYcoHL36Q
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।