ମା’ର ଶବ ସତ୍କାରକୁ ନେଇ ଟଣାଓଟରା, ଜିଦ୍‌ ଧରିଛନ୍ତି ହିନ୍ଦୁ-ମୁସଲମାନ ପୁଅ

ପାଟନା: ଗୋଟିଏ ମାର ଦୁଇ ସନ୍ତାନ। ଜଣେ ହିନ୍ଦୁ ଆଉ ଜଣେ ମୁସଲମାନ। ଏବେ ସେଇ ମା’ ଜଣକ ଚାଲିଯିବା ପରେ ଶବ ସଂସ୍କାରକୁ ନେଇ ଉପୁଜିଛି ବିବାଦ।  ଅନ୍ତିମ ସଂସ୍କାରରେ ବାଧକ ସାଜିଛି ଧର୍ମ। ଜଣେ ପୁଅ ଇସଲମା ଧର୍ମ ଅନୁଯାୟୀ କବର ଦେବାକୁ ଜିଦ ଧରିଥିବା ବେଳେ ଅନ୍ୟ ଜଣେ ପୁଅ ହିନ୍ଦୁ ଧର୍ମ ଅନୁଯାୟୀ, ମୃତ ଦେହକୁ ଦାହ କରି ଅନ୍ତିମ ସଂସ୍କାର କରିବାକୁ ଜିଦ୍ ଧରିଛନ୍ତି। ଶବ ସଂସ୍କାରକୁ ନେଇ ଟଣାଓଟରା […]

Dead

Dead

Tapas Behera
  • Published: Thursday, 08 December 2022
  • Updated: 08 December 2022, 02:45 PM IST

ପାଟନା: ଗୋଟିଏ ମାର ଦୁଇ ସନ୍ତାନ। ଜଣେ ହିନ୍ଦୁ ଆଉ ଜଣେ ମୁସଲମାନ। ଏବେ ସେଇ ମା’ ଜଣକ ଚାଲିଯିବା ପରେ ଶବ ସଂସ୍କାରକୁ ନେଇ ଉପୁଜିଛି ବିବାଦ।  ଅନ୍ତିମ ସଂସ୍କାରରେ ବାଧକ ସାଜିଛି ଧର୍ମ। ଜଣେ ପୁଅ ଇସଲମା ଧର୍ମ ଅନୁଯାୟୀ କବର ଦେବାକୁ ଜିଦ ଧରିଥିବା ବେଳେ ଅନ୍ୟ ଜଣେ ପୁଅ ହିନ୍ଦୁ ଧର୍ମ ଅନୁଯାୟୀ, ମୃତ ଦେହକୁ ଦାହ କରି ଅନ୍ତିମ ସଂସ୍କାର କରିବାକୁ ଜିଦ୍ ଧରିଛନ୍ତି। ଶବ ସଂସ୍କାରକୁ ନେଇ ଟଣାଓଟରା ଭଳି ଘଟଣା  ପାଟନାରେ ଘଟିଛି।  ମୃତ ମହିଳା ଜଣକ ହେଉଛନ୍ତି ରାୟକା ଖାତୁନ୍‌। ୪୫ ବର୍ଷ ପୂର୍ବେ ରାୟକା ଜଣେ ମୁସଲମାନଙ୍କୁ  ବିବାହ କରିଥିଲେ । କିନ୍ତୁ ତାଙ୍କ ସ୍ୱାମୀଙ୍କ ମୃତ୍ୟୁ ପରେ ରାୟକା ରାଜେନ୍ଦ୍ର ଝା ନାମକ ଜଣେ ହିନ୍ଦୁଙ୍କୁ ଦ୍ୱିତୀୟ ବିବାହ କରିଥିଲେ।

ପ୍ରଥମ ସ୍ୱାମୀଙ୍କ ଠାରୁ ଜଣେ ପୁଅ ଇସଲାମ ଧର୍ମ ହୋଇଥିବା ବେଳେ ଦ୍ୱିତୀୟ ସ୍ୱାମୀଙ୍କର ପୁଅ ହିନ୍ଦୁ ଧର୍ମର।  ବିବାହ ପରେ ରାୟକାଙ୍କ ପ୍ରଥମ ସ୍ୱାମୀଙ୍କ ପୁଅ  ଏମଡି ମୋଫିଲ ମା ସହିତ ରହୁଥିଲେ। ପରେ ରାୟକା ଦ୍ୱିତୀୟ ବିବାହ ପରେ ରାଜେନ୍ଦ୍ର ଝାଙ୍କ ଠାରୁ ଦ୍ୱିତୀୟ ପୁଅ ଜନ୍ମ ହୋଇଥିଲା। କିନ୍ତୁ ଧର୍ମକୁ ନେଇ ପରିବାରରେ କୌଣସି ବିବାଦ ନଥିଲା ।

ସମସ୍ତେ ଗୋଟିଏ ଛାତ ତଳେ ଖୁସିରେ ରହୁଥିଲେ। ଜଣେ ପୁଅ ମସଜିଦକୁ ନମାଜ ପାଠ କରିବାକୁ ଯାଉଥିବା ବେଳେ ଅନ୍ୟ ଜଣେ ପୁଅ ମନ୍ଦିର ଯାଆନ୍ତି। କାରଣ ଦ୍ୱିତୀୟ ପୁଅ ଜଣକର ବାପା ଏକ ହିନ୍ଦୁ ମନ୍ଦିରର ପୂଜକ ଅଟନ୍ତି। ପରେ ମହିଳା ଜଣକ ହିନ୍ଦୁ ଧର୍ମ ଗ୍ରହଣ କରିଥିଲେ। ପଡ଼ୋଶୀଙ୍କ ପରାମର୍ଶରେ ରୀତିନୀତି ଅନୁଯାୟୀ, ରାୟକା ଖାତୁନ୍‌ ଧର୍ମ ପରିବର୍ତ୍ତନ କରି ରେଖା ନାମକଣ କରିଥିଲେ।  କିନ୍ତୁ ମହିଳା ଜଣକ ଦୁଇ ପୁଅଙ୍କ ନିକଟରେ ରହି ଆସୁଥିଲେ।  କିନ୍ତୁ ଏବେ ମହିଳା ଜଣକର ମୃତ୍ୟୁ ହେବା ପରେ ତାଙ୍କ ମୃତ ଦେହକୁ ଅନ୍ତିମ ସଂସ୍କାରକୁ ନେଇ ଦୁଇ ପୁଅଙ୍କ ମଧ୍ୟରେ ଟଣାଓଟରା ଚାଲିବା ଚର୍ଚ୍ଚାର ବିଷୟ ପାଲଟିଛି।  

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos