ଟ୍ରକ୍ ତଳେ ଚାପି ହୋଇଗଲେ ୨୨ ଶ୍ରମିକ

କାନପୁର: ଦ୍ରୁତ ଗତି ହେଲା କାଳ। ଷ୍ଟିଅରିଂ ଉପରୁ ନିୟନ୍ତ୍ରଣ ହରାଇଲେ ଡ୍ରାଇଭର। ଟ୍ରକ୍ ତଳେ ଚାପି ହୋଇଗଲେ ୨୨ ଶ୍ରମିକ। ଘଟଣାସ୍ଥଳରେ ପ୍ରାଣ ହରାଇଛନ୍ତି ୬ଜଣ ଶ୍ରମିକ। ଉତ୍ତରପ୍ରଦେଶର କାନପୁର ଜିଲ୍ଲାରେ ଏଭଳି ଭୟଙ୍କର ଦୁର୍ଘଟଣା ଘଟିଛି।  ଏହି ଦୁର୍ଘଟଣାରେ ୧୦ରୁ ଅଧିକ ଗୁରୁତର ହୋଇଛନ୍ତି। ସୂଚନା ପାଇ ପୋଲିସ ଘଟଣାସ୍ଥଳରେ ପହଁଚି ମୃତଦେହକୁ ଜବତ କରି ପୋଷ୍ଟମଟର୍ମ ପାଇଁ ପଠାଇଛି । ଏହାସହ ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ମୃତକଙ୍କ ମଧ୍ୟରେ କିଛି […]

Accident

Accident

Madhupriya Mistry
  • Published: Tuesday, 02 March 2021
  • Updated: 02 March 2021, 07:53 AM IST

Sports

Latest News

କାନପୁର: ଦ୍ରୁତ ଗତି ହେଲା କାଳ। ଷ୍ଟିଅରିଂ ଉପରୁ ନିୟନ୍ତ୍ରଣ ହରାଇଲେ ଡ୍ରାଇଭର। ଟ୍ରକ୍ ତଳେ ଚାପି ହୋଇଗଲେ ୨୨ ଶ୍ରମିକ। ଘଟଣାସ୍ଥଳରେ ପ୍ରାଣ ହରାଇଛନ୍ତି ୬ଜଣ ଶ୍ରମିକ। ଉତ୍ତରପ୍ରଦେଶର କାନପୁର ଜିଲ୍ଲାରେ ଏଭଳି ଭୟଙ୍କର ଦୁର୍ଘଟଣା ଘଟିଛି।  ଏହି ଦୁର୍ଘଟଣାରେ ୧୦ରୁ ଅଧିକ ଗୁରୁତର ହୋଇଛନ୍ତି। ସୂଚନା ପାଇ ପୋଲିସ ଘଟଣାସ୍ଥଳରେ ପହଁଚି ମୃତଦେହକୁ ଜବତ କରି ପୋଷ୍ଟମଟର୍ମ ପାଇଁ ପଠାଇଛି । ଏହାସହ ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ମୃତକଙ୍କ ମଧ୍ୟରେ କିଛି ଶିଶୁ ମଧ୍ୟ ରହିଛନ୍ତି ।

ସୂଚନା ମତାବକ, କାନୁପର ଦେହାତ ଭୋଗନିପୁର ଥାନା ଅଞ୍ଚଳର ଏହି ଦୁର୍ଘଟଣା ଘଟିଛି। କୁହାଯାଉଛି ଯେ, ଏନଏଚ୍ ଉପରେ ଟ୍ରକଟି ଦ୍ରୁତ ଗତିରେ ଆସି ଭାରସାମ୍ୟ ହରାଇ ଓଲଟି ପଡିଥିଲା। ଏଥିରେ ୨୨ ଜଣ ଟ୍ରକ୍ ତଳେ ଚାପି ହୋଇ ରହିଯାଇଥିଲେ । ତେବେ ୨୨ଜଣଙ୍କ ମଧ୍ୟରୁ ୬ଜଣ ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଥିଲା। ଅନ୍ୟ ୧୬ଜଣଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସମସ୍ତ ମୃତାହତମାନେ ଶ୍ରମିକ ବୋଲି ଜଣାପଡିଛି । ଏହାସହ ୮ଶ୍ରମିକଙ୍କ ଅବସ୍ଥା ଗୁରୁତର ରହିଛି । ସମସ୍ତ ଆହତଙ୍କୁ ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ପୁଲିସ ଘଟଣାର ତଦନ୍ତ ଜାରି ରଖିଛି।

କୋଇଲା ଖଣିରେ କାମ କରିବା ପାଇଁ ଉକ୍ତ ଟ୍ରକରେ ଶ୍ରମିକମାନେ ହରୀରପୁରରୁ ଇଟାବା ଆଡେ ଯାଉଥିଲେ ।   ଗାଡିର ଡ୍ରାଇଭର ଅଧିକ ଶବ୍ଦ ଦେଇ ଗୀତ ବଜାଉଥିବା ସହ ଜୋରରେ ଚଳାଉଥିଲା । ଫଳରେ ଟ୍ରକଟି ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା ବୋଲି ଉକ୍ତ ଦୁର୍ଘଟଣାରେ ଆହତ ହୋଇଥିବା ଜଣେ ମହିଳା ଶ୍ରମିକ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos