ଆମ୍ବେଡକରନଗର: ଯେଉଁଠି ରାଜନେତାମାନେ ଲୋକଙ୍କୁ ବିଭାଜନ କରିବାରେ ବ୍ୟସ୍ତ ସେପରିସ୍ଥଳେ ଏକ ପରିବାରରେ ଭିନ୍ନ ଭିନ୍ନ ଦଳ ଏକାଧିକ ରାଜନେତା ଏକାଠି ସାଙ୍ଗ ହୋଇ ରହିବା ନିଶ୍ଚୟ ବିସ୍ମୟକର । ଦେଶର ପ୍ରତିଷ୍ଟିତ ରାଜନେତା ନାମରେ ପରିଚିତ ଏହି ପରିବାର ସଦସ୍ୟଙ୍କ ନାମ ଶୁଣିଲେ ଆପଣ ଚକିତ ହୋଇଯିବେ। କାହା ନାମ ମନମୋହନ ସିଂ ତ’ କାହା ନାମ ମୁଲାୟମ ସିଂ ପୁଣି କଲ୍ୟାଣ ସିଂ, ରାଜନାଥ ସିଂ ଏବଂ ଜୟ ଲଳିଥା । ଉତ୍ତରପ୍ରଦେଶର ଜଲାଲପୁର ବିଧାନସଭା ନିର୍ବାଚନମଣ୍ଡଳୀ ଆମ୍ବେଦକରନଗର ଜିଲ୍ଲାରୁ ଏମିତି ଏକ ରୋଚକ ଚିତ୍ର ଆସିଛି। ସବୁଠୁ କୌତୁଳହର ବିଷୟ ହେଉଛି ଚଳିତ ବିଧାନସଭା ନିର୍ବାଚନରେ ଏମାନେ ସମସ୍ତେ ବିଜେପିକୁ ଭୋଟ୍ ଦେଇଛନ୍ତି। କଥାଟି ଅଡ଼ୁଆ ଲାଗୁଥିଲେ ମଧ୍ୟ ଘଟଣାଟି ସେମିତି ଆଚମ୍ବିତ। ସମ୍ପୃକ୍ତ ପରିବାରର କର୍ତ୍ତା ସେମାନଙ୍କ ପିଲାଙ୍କ ନାମ ସବୁ ବଡ଼ ବଡ଼ ରାଜନେତାଙ୍କ ନାମରେ ନାମିତ କରିଛନ୍ତି। ସିଏ ହେଉଛନ୍ତି ୫୭ ବର୍ଷୀୟ ମିଠାଇ ଲାଲ। ବୃତ୍ତିରେ ଜଣେ ଚାଷୀ ହୋଇଥିବା ମିଠାଇଲାଲଙ୍କର ୭ ଜଣ ସନ୍ତାନ ସନ୍ତତି ଅଛନ୍ତି। ସମସ୍ତଙ୍କ ନାମ ଦେଶର ଜଣାଶୁଣା ରାଜନେତାଙ୍କ ନାମରେ ନାମିତ କରିଛନ୍ତି। ସମାଜରେ ତାଙ୍କ ପିଲାମାନଙ୍କୁ ସେମାନଙ୍କ ଭଳି ଉଚ୍ଚ ସମ୍ମାନ ମିଳିବା ଲକ୍ଷ୍ୟ ନେଇ ସେ ଏଭଳି ଏକ ନିଆରା ବାଟ ଆପଣେଇଥିବା କହିଛନ୍ତି ।
ସେ କହିଛନ୍ତି ଯେ, ମୋ ନା ମିଠାଇଲାଲ ବୋଲି କ୍ଲାସ୍ରେ ମୋର ସାଙ୍ଗସାଥୀମାନେ ଥଟ୍ଟାମଜା କରୁଥିଲେ। ମୁଁ ନିଜକୁ ଲଜ୍ଜିତ ମନେ କରୁଥିଲି। ତେଣୁ ମୋ ପିଲାମାନଙ୍କ ନାମ ଦେଶର ପ୍ରତିଷ୍ଟିତ ରାଜନେତାଙ୍କ ନାମ ଦେବା ପାଇଁ ସ୍ଥିର କରିଥିଲି ବୋଲି କହିଛନ୍ତି। ଫଳରେ ସେହି ରାଜନେତାଙ୍କ ଭଳି ମୋ ପିଲାମାନେ ମଧ୍ୟ ଉଚ୍ଚ ସମ୍ମାନ ପାଇବେ ବୋଲି ଭାବିଲି ।ତେଣୁ କାହା ନାମ ମନମୋହନ ସିଂ, ମୁଲାୟମ ସିଂ, କଲ୍ୟାଣ ସିଂ, ରାଜନାଥ ସିଂ ଏବଂ ଜୟଲଳିତା, ବାଲ ଠାକରେ , ଜୈଲ ସିଂ ଏବଂ ମନମୋହନ ସିଂ ରଖାଯାଇଛି। ଆମ୍ବେଦକର ନଗରରେ ମୁଲାୟମଙ୍କ ଏକ ମେଡିକାଲ କଲେଜ ଚଲାନ୍ତି। ସେହିପରି କଲ୍ୟାଣ ଏବଂ ରାଜନାଥଙ୍କର ଏକ ଫ୍ୟାକ୍ଟ୍ରି ରହିଛି।
ଜୈଲ ସିଂଙ୍କର ଏକ ଫର୍ଣ୍ଣିଚର ସପ୍ ରହିଛି। ଆଉ ମନମୋହନ ସିଂ ଏବଂ ବାଲ ଠାକରେ ଏବେ ବି ସ୍କୁଲ ଯାଉଛନ୍ତି। ତେବେ ସେମାନେ ଚଳିତ ନିର୍ବାଚନରେ ଭୋଟ ଦେଇଛନ୍ତି କା ନାହିଁ ପ୍ରଶ୍ନ ହୋଇଥିଲା। ଉତ୍ତରରେ ଜୈଲ ସିଂ କହିଛନ୍ତି ଯେ, ଆମେ ବର୍ତ୍ତମାନର ରାଜ୍ୟ ସରକାରଙ୍କଠାରୁ ଅକେନ କିଛି ସୁବିଧା ପାଇଛୁ। ପିଏମ ଆବାସ ଯୋଜନାରେ ଘର ପାଇଛୁ। ତେଣୁ ଆମ ପରିବାର ବିଜେପିକୁ ଭୋଟ୍ ଦେଇଛୁ। ମୁଲାୟମ ସିଂ କହିଛନ୍ତି ଯେ, ଦେଶର ବଡ଼ ବଡ଼ ରାଜନାତାଙ୍କଠାରୁ ପ୍ରେରଣା ପାଇ ବାପା ଏଭଳି ନାମକରଣ କରିଛନ୍ତି। ସେହି ରାଜନେତାଙ୍କ ଭଳି ସମାଜରେ ପରିଚୟ ସୃଷ୍ଟି କରିବାକୁ ସେ ଆମକୁ କୁହନ୍ତି ବୋଲି ମୁଲାୟମ ସିଂ କହିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।