ରାଞ୍ଚି: ରାଜଧାନୀ ଦିଲ୍ଲୀର ଶ୍ରଦ୍ଧା ୱକର ହତ୍ୟାକାଣ୍ଡ ମାମଲା ମନରୁ ନଲିଭୁଣୁ ପୁଣି ଆଉ ଏକ ସମାନ ହତ୍ୟକାଣ୍ଡ ମାମଲା ସାମ୍ନାକୁ ଆସିଛି। ପତ୍ନୀକୁ ୧୨ ଖଣ୍ଡ କରି ଫିଙ୍ଗି ଦେଇଛି ସ୍ୱାମୀ। ଏଭଳି ଏକ ଲୋମଟାଙ୍କୁରା ଘଟଣା ଘଟିଛି ଝାଡଖଣ୍ଡରେ।
ଝାଡଖଣ୍ଡର ସାହେବଗଞ୍ଜ ଜିଲ୍ଲା ବୋରିଆ ଜିଲ୍ଲାର ଦିଲଦାର ଅନସାରୀ ନିଜ ୨୨ ବର୍ଷୀୟ ପତ୍ନୀ ରବିକ ପହାଡନକୁ ହତ୍ୟା କରିବା ପରେ ତାଙ୍କ ମର ଶରୀରକୁ ଇଲେକ୍ଟ୍ରିକ୍ କଟର୍ରେ ୧୨ ଖଣ୍ଡ କରି କାଟି ଦେଇଛି। ଏହାପରେ ମାଂସ ଟୁକୁଡାକୁ ଏଣେ ତେଣେ କରି ଫିଙ୍ଗି ଦେଇଛି। ଏହି ଘଟଣାରେ ପୁଲିସ ଅଭିଯୁକ୍ତ ସ୍ୱାମୀକୁ ଗିରଫ କରିଛି।
କୁହାଯାଉଛି, ରବିକା ପାହାଡନ୍ ଦିଲଦାରଙ୍କ ଦ୍ୱିତୀୟ ପତ୍ନୀ ଥିଲେ। ପ୍ରେମ ବିବାହ କରିବା ପରେ ରବିକା ତାଙ୍କ ସ୍ୱାମୀ ଦିଲଦାରଙ୍କ ସହ ବେଲଟୋଲା ସ୍ଥିତ ଘରେ ରହୁଥିଲେ। ପ୍ରାୟ ଦୁଇ ବର୍ଷ ହେବ ଉଭୟ ଏକାଠି ରହୁଥିଲେ। ଏହାପରେ ଦିଲଦାର ଓ ରବିକାଙ୍କ ମଧ୍ୟରେ କଳି ଝଗଡା ହୋଇଥିଲା। ତେବେ ଝଗଡାର କିଛି ଦିନ ପରେ ରବିକା ନିଖୋଜ ଥିଲେ। ଏନେଇ ତାଙ୍କ ପରିବାର ଲୋକେ ପୁଲିସରେ ଝିଅ ନିଖୋଜ ଥିବା ନେଇ ଅଭିଯୋଗ କରିଥିଲେ।
ବେରିଆ ଥାନା ପୁଲିସର କହିବା ମୁତାବକ, ଶନିବାର ସନ୍ଧ୍ୟାରେ ସନ୍ଥାଲି ମୋମିନ ଟୋଲ ନିକଟସ୍ଥ ଏକ ଘର ଓ ତା’ ଆଖପାଖ ଅଞ୍ଚଳରୁ ମହିଳାଙ୍କ ମର ଶରୀର ୧୨ ଖଣ୍ଡ ଜବତ ହୋଇଛି। ତେବେ ମହିଳାଙ୍କ ବେକର ଉପର ଭାଗ ଅଂଶ ଓ ମୁଣ୍ଡ ମିଳିନି। ପୁଲିସ ତା’ର ସନ୍ଧାନ ଜାରି ରଖିଛି। ଏଥିସହ ଅଭିଯୁକ୍ତଙ୍କ ସ୍ୱାମୀକୁ ପୁଲିସ ଅଟକ ରଖି ପଚରାଉଚରା ମଧ୍ୟ କରୁଛି।