ହାୱଡ଼ା: ଝାଡଖଣ୍ଡ ଅଭିନେତ୍ରୀ ରିୟା କୁମାରୀଙ୍କୁ ଗୁଳି କରି ହତ୍ୟା ଘଟଣାରେ ତାଙ୍କ ସ୍ୱାମୀଙ୍କୁ ଗିରଫ କରିଛି ପୁଲିସ। ଗିରଫ ଅଭିଯୁକ୍ତ ହେଲେ ପ୍ରକାଶ କୁମାର। ଗତକାଲି ପଶ୍ଚିମବଙ୍ଗର ହାଡ଼ାରେ ରିୟା କୁମାରୀଙ୍କୁ଼ ଗୁଳି କରି ହତ୍ୟା କରାଯାଇଥିଲା। ରିୟା କୁମାରୀ ତାଙ୍କ ସ୍ୱାମୀ ପ୍ରକାଶ କୁମାରଙ୍କ ସହ ଏକ କାରରେ ଯାତ୍ରା କରୁଥିଲେ। ଏହି ସମୟରେ ହାଇୱେରେ କିଛି ଲୁଟେରା ତାଙ୍କ ସ୍ୱାମୀଙ୍କୁ ଲୁଟିବାକୁ ଉଦ୍ୟମ କରିବା ଆରମ୍ଭ କରିଥିଲେ। ମାଡ଼ ମାରି ଲୁଟେରା ପ୍ରକାଶ କୁମାରଙ୍କୁ ଲୁଟିବାକୁ ଚେଷ୍ଟା କରୁଥିବା ଦେଖି ରୋକିବା ପାଇଁ ଆସିଥିଲେ ରିୟା। ଏହା ଦେଖି ରାଗରେ ଲୁଟେରାମାନେ ରିୟାଙ୍କ ଉପରକୁ ଗୁଳି ଚଳାଇଥିଲେ। ଦେହରେ ଗୁଳିବାଜିବା ପରେ ରିୟାଙ୍କର ମୃତ୍ୟୁ ହୋଇଥିଲା।
କିନ୍ତୁ ଏହି କାଣ୍ଡପଛରେ ନିଜ ସ୍ୱାମୀ ପ୍ରକାଶଙ୍କର ଷଡ଼ଯନ୍ତ୍ର ଥିବା ଅଭିଯୋଗ ହୋଇଛି। ଆଗରୁ ରିୟାଙ୍କୁ ତାଙ୍କ ସ୍ୱାମୀ ଏବଂ ତାଙ୍କ ପୂର୍ବତନ ପତ୍ନୀ ହତ୍ୟା ଧମକ ଦେଇଥିବା ରିୟାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି। ଘଟଣାଦିନ ରିୟା,ତାଙ୍କ ଅଢ଼େଇ ବର୍ଷର ଝିଅ ଏବଂ ସ୍ୱାମୀ କାରରେ ଯାତ୍ରା କରୁଥିବା ବେଳେ ତାଙ୍କୁ ଲୁଟ୍ ଉଦ୍ୟମ ହୋଇଥିଲା। କିନ୍ତୁ ଏହି ଘଟଣାପଛର ମାଷ୍ଟରମାଇଣ୍ଡ ରିୟାଙ୍କ ସ୍ୱାମୀ ପ୍ରକାଶ ଥିବା ଅଭିଯୋଗ ହେବା ପରେ ପୁଲିସ ତାଙ୍କୁ ଗିରଫ କରିଛି। ଅନ୍ୟପଟେ ରିୟାଙ୍କୁ ହତ୍ୟାପରେ ସେଇଦିନ ପ୍ରକାଶ କୁମାର ତୁରନ୍ତ ପୁଲିସରେ ଅଭିଯୋଗ କରିଥିଲେ। ରିୟା କୁମାରୀଙ୍କ ସ୍ୱାମୀ ପ୍ରକାଶ କୁମାର ଜଣେ ଚଳଚ୍ଚିତ୍ର ନିର୍ଦ୍ଦେଶକ। ସେ ଅନେକ କ୍ଷୁଦ୍ର ଏବଂ ବିଜ୍ଞାପନ ନିର୍ମାଣ କରିଛନ୍ତି। ସେ ଖଣି ବ୍ୟବସାୟ ମଧ୍ୟ କରନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।