ଝରକା ଭାଙ୍ଗି ପ୍ରେମିକ ସଙ୍ଗେ ସ୍ତ୍ରୀ ଛୁ ! ଖୋଜି ଆଣିଲେ ୫,୦୦୦ ଟଙ୍କା ଦେବେ ସ୍ୱାମୀ

କୋଲକାତା: ଯିଏ ମୋ ସ୍ତ୍ରୀକୁ ଖୋଜି ଦେବ ମୁଁ ତାଙ୍କୁ ୫୦୦୦ ଟଙ୍କା ଦେବି। ଘରୁ ସ୍ତ୍ରୀ ଛାଡ଼ି ଚାଲିଗଲା ପରେ ହତୋତ୍ସାହିତ ହୋଇ ଜଣେ ସ୍ୱାମୀ ସୋଶାଲ ମିଡିଆରେ ଏମିତି ଅପିଲ କରିଛନ୍ତି। ସମ୍ପୃକ୍ତ ବ୍ୟକ୍ତିଙ୍କ ସ୍ତ୍ରୀ ସାଥିରେ ଝିଅକୁ ନେଇ ଫେରାର ହୋଇ ଯାଇଛନ୍ତି। ଘରର ଝରକା ଭାଙ୍ଗି ସେ ଖସିଯାଇଛନ୍ତି। ବେଙ୍ଗଲର ପିଙ୍ଗଲ ଗ୍ରାମରେ ଏମିତି ଏକ ଅଜବ ଘଟଣା ଘଟିଛି।

ସ୍ୱାମୀ ଜଣକ ବୃତ୍ତିରେ ବଢ଼େଇ। ନିଖୋଜ ସ୍ତ୍ରୀଏବଂ ଝିଅକୁ ଖୋଜି ନୟାନ୍ତ ହେବା ପରେ  ଶେଷରେ ସ୍ୱାମୀ ଜଣକ ସୋଶାଲ ମିଡିଆରେ ସାହାରା ନେଇଛନ୍ତି। ଏନେଇ ସେ ଫେସ୍‌ବୁକ୍‌ରେ ଏକ ପୋଷ୍ଟ କରି ତାଙ୍କ ସ୍ତ୍ରୀଙ୍କୁ ଖୋଜି ଦେବା ପାଇଁ ନିବେଦନ କରିଛନ୍ତି। ସେ ଲେଖିଛନ୍ତି ଯେ, ତାଙ୍କ ତାଙ୍କ ସ୍ତ୍ରୀ ଏବଂ ପିଲା  ଡିସେମ୍ବର ୯ତାରିଖରୁ ନିଖୋଜ ଅଛନ୍ତି। ଯିଏ ସେମାନଙ୍କର ସନ୍ଧାନ ପାଇବ ଜଣାଇବା ପାଇଁ ଅନୁରୋଧ କରିଛନ୍ତି।

ତାଙ୍କ ସ୍ତ୍ରୀକୁ ଖୋଜି ଦେଲେ ସେ ୫,୦୦୦ ଟଙ୍କା ଦେବେ ବୋଲି ଘୋଷଣା କରିଛନ୍ତି। ସମ୍ପୃକ୍ତ ସ୍ୱାମୀ ଜଣକ ହାଇଦ୍ରାବାଦରେ ରହୁନ୍ତି। ଡିସେମ୍ବର ୯ ତାରିଖରେ ଘରୁ ସ୍ତ୍ରୀ ଏବଂ ଛୁଆ ଘର ଛାଡ଼ି ପଳାଇ ଯାଇଥିବା ସେ ସୂଚନା ପାଇଥିଲେ। ଖବର ପାଇ ପରଦିନ ସେ ଘରକୁ ଫେରି ଆସିଥିଲେ। ତେବେ ଘଟଣା ସମ୍ପର୍କରେ ପୁଲିସ ନିକଟରେ ସ୍ୱୀମି ଅଭିଯୋଗ କରିଥିବା କହିଥିଲେ ମଧ୍ୟ ପୁଲିସ ଏହାକୁ ଅସ୍ୱୀକାର କରିଛି।

ସମ୍ପୃକ୍ତ ସ୍ୱାମୀ ଜଣକ କହିଛନ୍ତି ଯେ, ମୋବାଇଲ ଲୋଭରେ ତାଙ୍କ ସ୍ତ୍ରୀ ଅନ୍ୟ ଜଣେ ପୁରୁଷ ସହ ପଳାଇଛନ୍ତି। ତାଙ୍କ ସ୍ତ୍ରୀ ସେଇ ପ୍ରେମିକ ସହ ବାରମ୍ବାର କଥା ହୋଇ ଯୋଗାଯୋଗରେ ଥିଲେ। ଡିସେମ୍ବର ୯ ତାରିଖରେ ଏକ ନାନୋ କାର ତାଙ୍କ ଘର ଆଗରେ ଲାଗିଥିଲା। ସେଥିରେ  ତାଙ୍କ ସ୍ତ୍ରୀ ଫେରାର ହୋଇଯାଇଥିବା କହିଛନ୍ତି।  ସେ କହିଛନ୍ତି ଯେ, ତାଙ୍କ ସ୍ତ୍ରୀ କେବେ କେବେ ଏକୁଟିଆ ଝରକା ଭାଙ୍ଗି ପାରି ନଥିବା। ଏଥିରେ ତାଙ୍କ ପ୍ରେମିକର ହାତ ଥିବା ସେ କହିଛନ୍ତି।

ଗଲା ବେଳେ ତାଙ୍କ ସ୍ତ୍ରୀ ସବୁ ସୁନାଗହଣା, ଭୋଟର ଆଇଡି କାର୍ଡ଼, ଆଧାର କାର୍ଡ଼ ଝିଅର ଜନ୍ମ ପ୍ରମାଣପତ୍ର ଆଦି ନେଇଯାଇଛନ୍ତି। ସ୍ୱାମୀ ଜଣକ ଆହୁରି କହିଛନ୍ତି ଯେ, ତାଙ୍କ ସ୍ତ୍ରୀ ଅଶିକ୍ଷିତ। ତେଣୁ କୌଣସି ଲୋଭରେ ବଶବର୍ତ୍ତୀ ହୋଇ ସେ ପଳାଇଯାଇଥିବା ସେ ସେନ୍ଦହ କରୁଛନ୍ତି। ସେ କହିଛନ୍ତି ଯେ, ତାଙ୍କ ସ୍ତ୍ରୀ ଏବଂ ଝିଅ ଘରର ଅନ୍ୟ ସଦସ୍ୟ ରହୁଥିଲେ। ଘଟଣା ଦିନ ଝରକା ଭାଙ୍ଗି ଖସିଯାଇଛନ୍ତି। ଆଗରୁ ମଧ୍ୟ ତାଙ୍କ ସ୍ତ୍ରୀ ଏମିତି ଚାଲିଯାଇଥିବା ସେ କହିଛନ୍ତି। ହେଲେ ସେ ଅତୀତକୁ ନେଇ ସେ ଚିନ୍ତିତ ନୁହନ୍ତି। ସେ ତାଙ୍କ ସ୍ତ୍ରୀ ଓ ଝିଅ ସହ ବଞ୍ଚିବା ପାଇଁ ଚାହାନ୍ତି। ସ୍ତ୍ରୀର ଫେରିବା ବାଟକୁ ସେ ଚାହିଁବସିଛନ୍ତି। ଏନେଇ ସେ ପୁଲିସରେ ଅଭିଯୋଗ କରିବା ସହ ଫେସ୍‌ବୁକ୍‌ରେ ଅପିଲ କରିଛନ୍ତି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।