କରୋନା ସଂକ୍ରମିତ ନବଜାତକୁ ମରଣ ମୁହଁରୁ ଛଡ଼ାଇ ଆଣିଲେ ‘ଦେବଦୂତ’

ହାଇଦ୍ରାବାଦ: ଯଦିଓ କରୋନର ରୂପ ବଦଳିଛି ଏବଂ ଚିକିତ୍ସା ପାଇଁ ଏଯାବତ ନିର୍ଦ୍ଦିଷ୍ଟ ଔଷଧ ବାହାରିନି ତଥାପି ସାରା ବିଶ୍ୱ ପାଇଁ ଦେବଦୂତ ସାଜିଥିବା ଡାକ୍ତରଙ୍କ ପ୍ରଚେଷ୍ଟାରେ ଆରୋଗ୍ୟ ହାର ବଢ଼ିଚାଲିଛି। ଅନେକ ଗର୍ଭବତୀ ମହିଳା ମଧ୍ୟ କରୋନାରେ ସଂକ୍ରମିତ ହୋଇ ପ୍ରସବ କରାଉଛନ୍ତି। ଏହି ସମୟରେ ଉଭୟ ପ୍ରସୂତି ଓ ନବଜାତ ଶିଶୁର ସ୍ୱାସ୍ଥ୍ୟାବସ୍ଥା ଜଟିଳ ରହୁଛି। ହେଲେ ଡାକ୍ତରଙ୍କ ପ୍ରଚେଷ୍ଟାରେ ପ୍ରାୟତଃ ସମସ୍ତେ ଆରୋଗ୍ୟ ହୋଇ ଫେରୁଛନ୍ତି। ହାଇଦ୍ରାବାଦରେ ଏପରି ଜଣେ ଗର୍ଭବତୀ ମହିଳା […]

hyderabad-doctor-save-new-b

Subhransu Sekhar
  • Published: Sunday, 23 May 2021
  • , Updated: 23 May 2021, 09:06 PM IST

ହାଇଦ୍ରାବାଦ: ଯଦିଓ କରୋନର ରୂପ ବଦଳିଛି ଏବଂ ଚିକିତ୍ସା ପାଇଁ ଏଯାବତ ନିର୍ଦ୍ଦିଷ୍ଟ ଔଷଧ ବାହାରିନି ତଥାପି ସାରା ବିଶ୍ୱ ପାଇଁ ଦେବଦୂତ ସାଜିଥିବା ଡାକ୍ତରଙ୍କ ପ୍ରଚେଷ୍ଟାରେ ଆରୋଗ୍ୟ ହାର ବଢ଼ିଚାଲିଛି। ଅନେକ ଗର୍ଭବତୀ ମହିଳା ମଧ୍ୟ କରୋନାରେ ସଂକ୍ରମିତ ହୋଇ ପ୍ରସବ କରାଉଛନ୍ତି। ଏହି ସମୟରେ ଉଭୟ ପ୍ରସୂତି ଓ ନବଜାତ ଶିଶୁର ସ୍ୱାସ୍ଥ୍ୟାବସ୍ଥା ଜଟିଳ ରହୁଛି। ହେଲେ ଡାକ୍ତରଙ୍କ ପ୍ରଚେଷ୍ଟାରେ ପ୍ରାୟତଃ ସମସ୍ତେ ଆରୋଗ୍ୟ ହୋଇ ଫେରୁଛନ୍ତି।

ହାଇଦ୍ରାବାଦରେ ଏପରି ଜଣେ ଗର୍ଭବତୀ ମହିଳା ଗର୍ଭଧାରଣର ସପ୍ତମ ମାସରେ ଏକ ଶିଶୁକୁ ଜନ୍ମ ଦେଇଥିଲେ। ସେତେବେଳେ ନବଜାତର ଅବସ୍ଥା ଅତ୍ୟନ୍ତ ଗୁରୁତର ଥିଲା। ଶିଶୁଟି କରୋନାରେ ସଂକ୍ରମିତ ହୋଇ ଯାଇଥଲା। ଏହାପରେ ଚିକିତ୍ସା ପାଇଁ ଆଇସିୟୁର ଭେଣ୍ଟିଲେଟରରେ ରଖାଯାଇଥିଲା ଛୋଟ ଛୁଆକୁ। ନବଜାତର ଓଜନ ଆବଶ୍ୟକରୁ କମ୍ ଥିବାରୁ ସ୍ୱାସ୍ଥ୍ୟାବସ୍ଥା ଭଲ ନଥିଲା। ହେଲେ ନିରନ୍ତର ଭାବରେ ଡାକ୍ତର ନବଜାତ ଶିଶୁଟିର ଚିକିତ୍ସା କରିବା ପରେ ଶିଶୁଟି ସୁସ୍ଥ ହୋଇ ବାହାରକୁ ଆସିଛି। ଯାହାକୁ ନେଇ ଡାକ୍ତରଖାନାର ସମସ୍ତ ସ୍ୱାସ୍ଥ୍ୟକର୍ମୀ ଏବେ ଆନନ୍ଦିତ।

କରୋନାକୁ ମାତ ଦେବାରେ ଏହି ନବଜାତ ଜଣଙ୍କ ସବୁଠୁ କମ୍ ବୟସର ବୋଲି ଜଣାପଡ଼ିଛି। ନବଜାତ ଜଣଙ୍କ କେଆଇଏମଏସ କୁଡଲେସ୍ ହସ୍ପିଟାଲରେ ଚିକିତ୍ସିତ ହେଉଥିଲା। ଏପ୍ରିଲ୍ ୧୭ରେ କରୋନାରେ ସଂକ୍ରମିତ ଥାଇ ଜଣେ ମହିଳା ନିର୍ଦ୍ଦାରିତ ସମୟ ପୂର୍ବରୁ ଡାକ୍ତରଖାନାର ପ୍ରସବ କରାଇଥିଲେ। ଶିଶୁଟି ଜନ୍ମ ସମୟରେ ଗୁରୁତର ଅବସ୍ଥାରେ ଥିଲା ଏବଂ ସଠିକ୍ ଭାବରେ ନିଶ୍ୱାସ ନେଇପାରିନଥିଲା, ତେଣୁ ତାକୁ ଭେଣ୍ଟିଲେଟର ସହାୟତାରେ ରଖାଯାଇଥିଲା। ଜନ୍ମ ସମୟରେ ଶିଶୁଟିର ଓଜନ ମାତ୍ର ୧୦୦୦ ଗ୍ରାମ ଥିଲା।

ପ୍ରଥମେ ଶିଶୁଟିର କୋଭିଡ଼ ରିପୋର୍ଟ ନେଗେଟିଭ୍ ଥିଲା। ହେଲେ ଜନ୍ମ ହେବାର ଆଠ ଦିନରେ ଛୋଟ ଛୁଆର କରୋନା ରିପୋର୍ଟ ପଜିଟିଭ୍ ଆସିଥିଲା। ଏହି ସମୟରେ ଛୋଟ ଛୁଆଟି ନିଃଶ୍ୱାସ ପ୍ରଶ୍ୱାସ ନେବାରେ ଅସୁବିଧା ଅନୁଭବ କରୁଥିଲା। ଏପରିକି ଶିଶୁର ଅମ୍ଳଜାନ ସ୍ତର ହ୍ରାସ ପାଇଥିଲା। ଏହିସମୟରେ ଶିଶୁର ଓଜନ ୯୨୦ ଗ୍ରାମ ଥିଲା। ପରେ ଭେଣ୍ଟିଲେଟରରେ ରଖାଯାଇଥିଲା ଛୋଟ ଛୁଆଟିକୁ।

ଡାକ୍ତରଖାନାର ନିଓନାଟୋଲୋଜି ବିଭାଗର କ୍ଲିନିକାଲ୍ ନିର୍ଦ୍ଦେଶକ ତଥା ପରାମର୍ଶଦାତା ନିଓନାଟୋଲୋଜି ବିଭାଗର ଡାକ୍ତର ସି ଅର୍ପନା କହିଛନ୍ତି ଯେ ଶିଶୁଟିର ସୁରକ୍ଷା ପାଇଁ ଆଣ୍ଟିବାୟୋଟିକ୍ ଏବଂ ଷ୍ଟିରଏଡ ମଧ୍ୟ ବ୍ୟବହାର କରିବାକୁ ପଡିଥିଲା। ଏହାପରେ ଔଷଧ ସହିତ ଆବଶ୍ୟକ ଚିକିତ୍ସା ପରେ ସ୍ୱାସ୍ଥ୍ୟାବସ୍ଥାରେ ଧୀରେ ଧୀରେ ଉନ୍ନତୀ ହୋଇଥିଲା। ନବଜାତ ଶିଶୁର ବାପା ମା ମଧ୍ୟ ଜଣେ ଜଣେ ଡାକ୍ତର। ଏହି ସମୟରେ ଶିଶୁର ମା ବାଲା ମୋନିକାଙ୍କୁ ଭିଡିଓ କନଫରେନ୍ସିଂ ଜରିଆରେ ଶିଶୁର ସ୍ୱାସ୍ଥ୍ୟାବସ୍ଥା ବିଷୟରେ ଅବଗତ କରାଯାଇଥିଲା।

ମା’ କ୍ଷୀର ମଧ୍ୟ ଶିଶୁକୁ ଦିଆଯାଇଥିଲା, ଯାହାର ଲାଭ ମଧ୍ୟ ଅନେକ ରହିଛି। ମେ ୧୭ରେ ଶିଶୁଟି ହସ୍ପିଟାଲରୁ ଡିସଚାର୍ଜ ହୋଇଥିଲା, ସେତେବେଳେ ତାର ଓଜନ ୧୫୦୦ ଗ୍ରାମ ଥିଲା।

Related story