କାର୍‌ ଭିତରେ ଗଣଦୁଷ୍କର୍ମ ମାମଲା: ଧରାପଡ଼ିଲା ଆଉ ଜଣେ ଅଭିଯୁକ୍ତ

ହାଇଦ୍ରାବାଦ: ହାଇଦ୍ରାବାଦରେ କାର୍‌ ଭିତରେ ନାବାଳିକାକୁ ଗଣଦୁଷ୍କର୍ମ ମାମଲାରେ ଆଉ ଜଣେ ଅଭିଯୁକ୍ତଙ୍କୁ ଗିରଫ କଲା ପୁଲିସ। ଏହି ମାମଲାରେ ସମ୍ପୃକ୍ତ ଥିବା ମୋଟ ୫ଜଣ ଅଭିଯୁକ୍ତଙ୍କ ମଧ୍ୟରୁ ପୁଲିସ ୩ଜଣଙ୍କୁ ଗିରଫ କରିସାରିଲାଣି। ଗିରଫ ହୋଇଥିବା ୩ଜଣଙ୍କ ମଧ୍ୟରୁ ୨ଜଣ ହେଉଛନ୍ତି ନାବାଳକ। ଆଜି ସକାଳୁ ଏହି ମାମଲାରେ ଜଡ଼ିତ ଥିବା ଦ୍ୱିତୀୟ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରିଥିଲା। ଗତକାଲି ପ୍ରଥମ ଅଭିଯୁକ୍ତ ୧୮ ବର୍ଷିୟ ସାଦ୍ଦୁଦିନ୍‌ ମଲିକଙ୍କୁ ଗିରଫ କରାଯାଇଥିଲା। ମୁଖ୍ୟ ଅଭିଯୁକ୍ତ ସାଦ୍ଦୁଦିନ୍‌ […]

hydrabad gangrape case

Madhupriya Mistry
  • Published: Saturday, 04 June 2022
  • , Updated: 04 June 2022, 03:48 PM IST

ହାଇଦ୍ରାବାଦ: ହାଇଦ୍ରାବାଦରେ କାର୍‌ ଭିତରେ ନାବାଳିକାକୁ ଗଣଦୁଷ୍କର୍ମ ମାମଲାରେ ଆଉ ଜଣେ ଅଭିଯୁକ୍ତଙ୍କୁ ଗିରଫ କଲା ପୁଲିସ। ଏହି ମାମଲାରେ ସମ୍ପୃକ୍ତ ଥିବା ମୋଟ ୫ଜଣ ଅଭିଯୁକ୍ତଙ୍କ ମଧ୍ୟରୁ ପୁଲିସ ୩ଜଣଙ୍କୁ ଗିରଫ କରିସାରିଲାଣି। ଗିରଫ ହୋଇଥିବା ୩ଜଣଙ୍କ ମଧ୍ୟରୁ ୨ଜଣ ହେଉଛନ୍ତି ନାବାଳକ। ଆଜି ସକାଳୁ ଏହି ମାମଲାରେ ଜଡ଼ିତ ଥିବା ଦ୍ୱିତୀୟ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରିଥିଲା। ଗତକାଲି ପ୍ରଥମ ଅଭିଯୁକ୍ତ ୧୮ ବର୍ଷିୟ ସାଦ୍ଦୁଦିନ୍‌ ମଲିକଙ୍କୁ ଗିରଫ କରାଯାଇଥିଲା।

ମୁଖ୍ୟ ଅଭିଯୁକ୍ତ ସାଦ୍ଦୁଦିନ୍‌ ମଲିକକୁ ଆଜି କୋର୍ଟରେ ହାଜର କରାଯିବ। ତଦନ୍ତ ପାଇଁ ତାକୁ ରିମାଣ୍ଡରେ ନେବାକୁ ଆବେଦନ କରିବ ପୁଲିସ୍। କୁହାଯାଉଛି ଅଭିଯୁକ୍ତ ଜଣକ ଟିଆରଏସ୍ ଦଳର ଜଣେ ନେତାଙ୍କ ପୁଅ। ତା’ସହ ଅନ୍ୟ ୪ ଅଭିଯୁକ୍ତଙ୍କ ମଧ୍ୟରେ ଜଣେ ବିଧାୟକଙ୍କ ପୁଅ ଓ ରାଜ୍ୟର ପୂର୍ବତନ ଗୃହମନ୍ତ୍ରୀଙ୍କ ନାତି ବି ଥିବା କୁହାଯାଉଛି। ହେଲେ ପୂର୍ବତନ ଗୃହମନ୍ତ୍ରୀଙ୍କ ନାତି ଏଥିରେ ସଂପୃକ୍ତ ନଥିବା ପୀଡ଼ିତ କହିଥିବା ପୁଲିସ୍ କହିଛି।

ସୂଚନାଯୋଗ୍ୟ, ମେ ୨୮ ତାରିଖ ଦିନ ସହରର ପୋସ୍‌ ଜୁଭିଲି ହିଲ୍‌ସ୍‌ ଅଞ୍ଚଳରେ ଥିବା ଏକ ପବ୍‌ରେ ଆୟୋଜିତ ପାର୍ଟିରେ ଯୋଗ ଦେଇ ଘରକୁ ଫେରିବା ବେଳେ ନାକାଳିକା ଜଣକ ଗଣଦୁଷ୍କର୍ମର ଶିକାର ହୋଇଥିଲେ। ଏନେଇ ଝିଅର ବାପା ଥାନାରେ ଅଭିଯୋଗ କରିବା ପରେ ଘଟଣା ଲୋକଲୋଚନକୁ ଆସିଥିଲା। ତାଙ୍କ ଅଭିଯୋଗକୁ ଭିତ୍ତି କରି ପୁଲିସ ୫ଜଣ ନାଁରେ ମାମଲା ରୁଜୁ କରିଛି।

ସିସିଟିଭି ଫୁଟେଜ୍‌ ଏବଂ ପୀଡ଼ିତାଙ୍କ ବୟାନ ଜରିଆରେ ୫ଜଣ ଅଭିଯୁକ୍ତଙ୍କୁ ଚିହ୍ନଟ କରାଯାଇଛି ବୋଲି ‌ପଶ୍ଚିମ ଜୋନ୍‌ ତେଲେଙ୍ଗାନା ଡେପୁଟି ପୁଲିସ କମିସନର୍‌ କହିଛନ୍ତି। କୁହାଯାଉଛି ଅଭିଯୁକ୍ତ ନାବାଳିକା ଜଣଙ୍କୁ ଲିଫ୍ଟ ଦେବା ବାହାନାରେ କାର୍‌ରେ ବସାଇଥିଲେ। ହେଲେ ତାଙ୍କୁ ଘରକୁ ନେବା ବାଟରେ ଗୋଟାଏ ନିର୍ଜନ ସ୍ଥାନରେ କାର୍‌ ରଖି ଉକ୍ତ ପୀଡିତା ନାବାଳିକା ସହ ଦୁଷ୍କର୍ମ କରାଯାଇଥିଲା।

Related story