କାଲି ‘ହାଇଡ୍ରୋଜେନ ବୋମା’ ପକାଇବେ ନବାବ ମଲିକ

ମୁମ୍ବାଇ: ମହାରାଷ୍ଟ୍ରର ମନ୍ତ୍ରୀ ନବାବ ମଲିକ ଓ ବିଜେପି ନେତା ଦେବେନ୍ଦ୍ର ଫଡନାଭିସଙ୍କ ମଧ୍ୟରେ ବାକଯୁଦ୍ଧ ଚରମ ସୀମାରେ ପହଞ୍ଚି ଯାଇଛି। ଫଡନାଭିସ ଆଜି ସାମ୍ବାଦିକ ସମ୍ମିଳନୀ କରି ନବାବ ମଲିକଙ୍କ ସମ୍ପର୍କ ଦାଉଦ ଇବ୍ରାହିମ ଓ ଅଣ୍ଡରୱାର୍ଲ୍ଡ ସହ ରହିଥିବା ଅଭିଯୋଗ କରିଥିଲେ। ଦୀପାବଳି ପରେ ସେ ବୋମା ଫୁଟାଇବେ ବୋଲି ନବାବ ମଲିକଙ୍କୁ ଚେତାବନୀ ଦେଇଥିଲେ। ଏହିକ୍ରମରେ ଆଜି ଫଡନାଭିସ ସର୍ବସମ୍ମୁଖରେ ନବାବ ମଲିକଙ୍କୁ ଟାର୍ଗେଟ କରିଛନ୍ତି। ତେବେ ଫଡନାଭିସଙ୍କୁ ଜବାବ ଦେବାକୁ ଶ୍ରୀ […]

Malik

Hemant Lenka
  • Published: Tuesday, 09 November 2021
  • , Updated: 09 November 2021, 05:14 PM IST

ମୁମ୍ବାଇ: ମହାରାଷ୍ଟ୍ରର ମନ୍ତ୍ରୀ ନବାବ ମଲିକ ଓ ବିଜେପି ନେତା ଦେବେନ୍ଦ୍ର ଫଡନାଭିସଙ୍କ ମଧ୍ୟରେ ବାକଯୁଦ୍ଧ ଚରମ ସୀମାରେ ପହଞ୍ଚି ଯାଇଛି। ଫଡନାଭିସ ଆଜି ସାମ୍ବାଦିକ ସମ୍ମିଳନୀ କରି ନବାବ ମଲିକଙ୍କ ସମ୍ପର୍କ ଦାଉଦ ଇବ୍ରାହିମ ଓ ଅଣ୍ଡରୱାର୍ଲ୍ଡ ସହ ରହିଥିବା ଅଭିଯୋଗ କରିଥିଲେ।

ଦୀପାବଳି ପରେ ସେ ବୋମା ଫୁଟାଇବେ ବୋଲି ନବାବ ମଲିକଙ୍କୁ ଚେତାବନୀ ଦେଇଥିଲେ। ଏହିକ୍ରମରେ ଆଜି ଫଡନାଭିସ ସର୍ବସମ୍ମୁଖରେ ନବାବ ମଲିକଙ୍କୁ ଟାର୍ଗେଟ କରିଛନ୍ତି। ତେବେ ଫଡନାଭିସଙ୍କୁ ଜବାବ ଦେବାକୁ ଶ୍ରୀ ମଲିକ ପଛାଇ ନାହାନ୍ତି। ସେ ମଧ୍ୟ ସାମ୍ବାଦିକ ସମ୍ମିଳନୀ କରି ଫଡନାଭିସଙ୍କୁ ଟାର୍ଗେଟ କରିଛନ୍ତି। ଏଥିସହ ଆସନ୍ତାକାଲି ସେ ହାଇଡ୍ରୋଜେନ ବୋମା ପକାଇ ବୋଲି ଚେତାବନୀ ଦେଇଛନ୍ତି।

ସେ କହିଛନ୍ତି, “ଆସନ୍ତାକାଲି ଦେବେନ୍ଦ୍ର ଫଡନାଭିସଙ୍କ ସହ ଜଡ଼ିତ ଗୋଟିଏ ମାମଲାରେ ହାଇଡ୍ରୋଜେନ ବୋମା ପକାଇବି। ମୁଁ ଦେବେନ୍ଦ୍ର ଫଡନାଭିସଙ୍କ ଅଣ୍ଡରୱାର୍ଲ୍ଡ ଲିଙ୍କର ପର୍ଦ୍ଦାଫାସ କରିବି। ଫଡନାଭିସ ମୋତେ ଅଣ୍ଡରୱାର୍ଲ୍ଡ ଓ ମୁମ୍ବାଇ ବିସ୍ଫୋରଣ ଘଟଣାର ଦୋଷୀଙ୍କ ସହ ଯୋଡ଼ି ମୋ ଛବିକୁ ଖରାପ କରିବା ପାଇଁ ଚେଷ୍ଟା କରୁଛନ୍ତି। ସେମାନେ ଯେମିତି ପୂର୍ବରୁ ମୋ ଠିକଣାରୁ ଡ୍ରଗ୍ସ ମିଳିଥିବା କଥା କହିଥିଲେ ଆଜି ସମାନ କଥା କହିଛନ୍ତି। ମୁଁ ତାଙ୍କ ପାଖକୁ ଲିଗାଲ ନୋଟିସ ପଠାଇବି। ମୋ ରାଜନୀତିକ କ୍ୟାରିୟର ମଧ୍ୟରେ କେହି ବି କେବେ ଏମୀତି ଅଭିଯୋଗ ଆଣି ନଥିଲେ। ସମସ୍ତେ କାଲିକୁ ଅପେକ୍ଷା କରନ୍ତୁ।”

ଏହାପୂର୍ବରୁ ଫଡନାଭିସ ସାମ୍ବାଦିକ ସମ୍ମଳନୀ କରି କହିଥିଲେ ଯେ ଦୀପାବଳି ପରେ ମୁଁ କିଛି ବିଷୟରେ ପର୍ଦ୍ଦାଫାସ କରିବି ବୋଲି କହିଥିଲି। କିନ୍ତୁ ପେପର ଯୋଗାଡ଼ କରିବାରେ ସମାନ୍ୟ ବିଳମ୍ବ ହେଲା। ମୁଁ ଏଠାରେ ସଲିମ ଜାଭେଦ ସଂଳାପ କହୁନି। ସେହିପରି ଏହା କୌଣସି ଇଣ୍ଟରଭାଲର ଫଟୋ ନୁହେଁ। ସବୁ କିଛି ପ୍ରମାଣ ସହ ଉପସ୍ଥାପନ କରାଯାଉଛି।

କୁର୍ଲାରେ ୨.୮୦ ଏକରର ଗୋଟିଏ ପ୍ଲଟ ରହିଛି। ଏଲବିଏସ୍‌ ରୋଡରେ ଗୋଆୱାଲା କମ୍ପାଉଣ୍ଡ ନାଁରେ ଏହି ପ୍ଲଟ ପରିଚିତ। Solidus Investments Private Limited କମ୍ପାନୀ ନାଁରେ ଏହା ପଞ୍ଜୀକରଣ ହୋଇଛି। ନବାବ ମଲିକଙ୍କ ପରିବାରର କମ୍ପାନୀ ସହ ଜଡ଼ିତ। ସେ ମଧ୍ୟ କମ୍ପାନୀରେ ରହିଥିଲେ। ହେଲେ ମନ୍ତ୍ରୀ ହେବା ପରେ ଇସ୍ତଫା ଦେଇଛନ୍ତି। ଏହି ପ୍ଲଟକୁ ୩୦ ଲକ୍ଷ ଟଙ୍କାରେ ଅଣ୍ତରୱାର୍ଲ୍ଡ ସହ ସମ୍ପର୍କ ରଖିଥିବା ଲୋକଙ୍କ ଠାରୁ କିଣା ଯାଇଥିଲା।

ତେବେ ମାତ୍ର ୨୦ ଲକ୍ଷ ଟଙ୍କା ଦିଆଯାଇଛି। ଯେତେବେଳେ ଡିଲ ହୋଇଥିଲା ଆପଣ ଜଣେ ମନ୍ତ୍ରୀ ଥିଲେ। ଆପଣ କ’ଣ ଜାଣି ନାହାନ୍ତି ସଲିମ ପଟେଲ କିଏ? କାହିଁକି ଆପଣ ଜଣେ ଦୋଷୀ ସାବ୍ୟସ୍ତ ଲୋକ ଠାରୁ ଜମି କିଣିଲେ? ସେହିପରି ସେ କେମିତି ଏଲବିଏସ୍‌ ରୋଡରେ ଥିବା ୩ ଏକର ପ୍ଲଟକୁ ୩୦ ଲକ୍ଷ ଟଙ୍କାରେ ଦେଲା? ସଲିମ ପଟେଲ ଓ ଦାଉଦ ଇବ୍ରାହିମର ଭଉଣୀ ହସୀନା ପାର୍କର ଜମି ଜବରଦଖଲ ରାକେଟ ଚଳାଇଥିଲେ। ଏହିକ୍ରମରେ ସେମାନେ ଅନେକ ଜମି ଓ ସମ୍ପତ୍ତି କବଜା କରିଥିଲେ।

ନବାବ ମଲିକ କିଣିଥିବା ସମ୍ପତ୍ତିର ପାୱାର ଅଫ ଆଟର୍ଣ୍ଣି ସଲିମ ପଟେଲ ନାଁରେ ଥିଲା। ବର୍ଗ ଫୁଟ ପିଛା ୨୫ ଟଙ୍କାରେ ଡିଲ୍‌ ହୋଇଥିଲା। କିନ୍ତୁ ଏହାକୁ ବର୍ଗଫୁଟ ପିଛା ୧୫ ଟଙ୍କାରେ କିଣା ଯାଇଥିଲା। ଏହି ଡିଲ୍‌ରେ ଫର୍ଜ ମଲିକଙ୍କ ଦସ୍ତଖତ ରହିଛି। ସେ ନବାବ ମଲିକଙ୍କ ପୁଅ।

ପ୍ରାୟ ୩ ଏକର ଜମି ପାଇଁ ୩୦ ଲକ୍ଷ ଟଙ୍କାର ଡିଲ ହୋଇଥିଲା। କିନ୍ତୁ ପ୍ରକୃତରେ ୨୦ ଲକ୍ଷ ଟଙ୍କା ଦିଆଯାଇଥିଲା। ଏହି ଟଙ୍କା ସଲିମ ପଟେଲ ଓ ଶାହାବ ଅଲୀ ଖାନ ଆକାଉଣ୍ଟକୁ ଯାଇଥିଲା। ମୁମ୍ବାଇ ବିସ୍ଫୋରଣ ଦୋଷୀଙ୍କ ସମ୍ପତ୍ତିକୁ ସୁରକ୍ଷା ଦେବା ପାଇଁ ଏପରି ଡିଲ୍‌ ହୋଇଥିଲା। ଏହାର ସମସ୍ତ ପ୍ରମାଣ ମୁଁ ତଦନ୍ତକାରୀ ଅଧିକାରୀଙ୍କୁ ଦେବି। ଗୋଟିଏ କପି ଏନସିପି ସୁପ୍ରିମକୋ ଶରଦ ପାୱାଙ୍କ ପାଖକୁ ମଧ୍ୟ ପଠାଇବି ବୋଲି ସେ କହିଛନ୍ତି।

Related story