କରୋନାରୁ ବର୍ତ୍ତିବା ପାଇଁ ବିଜେପି ସାଂସଦ ପ୍ରଜ୍ଞା ଠାକୁର ଏହି 'ଟନିକ' ପିଉଛନ୍ତି

ଭୋପାଳ: ବିଭିନ୍ନ ସମୟରେ ବିବାଦୀୟ ମନ୍ତବ୍ୟ ଦେଇ ଚର୍ଚ୍ଚାରେ ରହୁଥିବା ଭୋପାଳର ବିଜେପି ସାଂସଦ ପ୍ରଜ୍ଞା ଠାକୁର ପୁଣିଥରେ ଚର୍ଚ୍ଚାରେ। ସେ କହିଛନ୍ତି ଗୋମୂତ୍ର ଏକ ‘ଜୀବନ ରକ୍ଷକ’। କରୋନା ପାଇଁ ଫୁସଫୁସ ସଂକ୍ରମିତ ହୋଇଥିଲେ ଗୋମୂତ୍ର ପିଇଲେ ଭଲ ହୋଇଯିବେ। ଦେଶରେ ପ୍ରତିଦିନ ହଜାର ହଜାର କରୋନା ଆକ୍ରାନ୍ତଙ୍କ ଫୁସଫୁସ ସଂକ୍ରମିତ ହେବା ପରେ ଆବଶ୍ୟକ ଚିକିତ୍ସା ନପାଇ ଜୀବନ ହାରୁଛନ୍ତି। ଏଭଳି ସ୍ଥିତିରେ ସାଧ୍ୱୀ ପ୍ରଜ୍ଞା ଠାକୁରଙ୍କ ଏହି ବିବାଦୟୀ ମନ୍ତବ୍ୟ ପୁଣିଥରେ ଚର୍ଚ୍ଚାର […]

pragnya-thakur

Subhransu Sekhar
  • Published: Monday, 17 May 2021
  • , Updated: 17 May 2021, 06:16 PM IST

ଭୋପାଳ: ବିଭିନ୍ନ ସମୟରେ ବିବାଦୀୟ ମନ୍ତବ୍ୟ ଦେଇ ଚର୍ଚ୍ଚାରେ ରହୁଥିବା ଭୋପାଳର ବିଜେପି ସାଂସଦ ପ୍ରଜ୍ଞା ଠାକୁର ପୁଣିଥରେ ଚର୍ଚ୍ଚାରେ। ସେ କହିଛନ୍ତି ଗୋମୂତ୍ର ଏକ 'ଜୀବନ ରକ୍ଷକ'। କରୋନା ପାଇଁ ଫୁସଫୁସ ସଂକ୍ରମିତ ହୋଇଥିଲେ ଗୋମୂତ୍ର ପିଇଲେ ଭଲ ହୋଇଯିବେ। ଦେଶରେ ପ୍ରତିଦିନ ହଜାର ହଜାର କରୋନା ଆକ୍ରାନ୍ତଙ୍କ ଫୁସଫୁସ ସଂକ୍ରମିତ ହେବା ପରେ ଆବଶ୍ୟକ ଚିକିତ୍ସା ନପାଇ ଜୀବନ ହାରୁଛନ୍ତି। ଏଭଳି ସ୍ଥିତିରେ ସାଧ୍ୱୀ ପ୍ରଜ୍ଞା ଠାକୁରଙ୍କ ଏହି ବିବାଦୟୀ ମନ୍ତବ୍ୟ ପୁଣିଥରେ ଚର୍ଚ୍ଚାର ବିଷୟ ପାଲଟିଛି।

ତେଣୁ କରୋନାରୁ ବର୍ତ୍ତିବା ପାଇଁ 'ଟନିକ' ଭାବରେ ପ୍ରତିଦିନ ପ୍ରଜ୍ଞା ଠାକୁର ଗାମୂତ୍ର ପିଉଛନ୍ତି। ତେଣୁ ସେ କରୋନାରେ ସଂକ୍ରମିତ ହୋଇ ନାହାନ୍ତି ବୋଲି ପ୍ରଜ୍ଞା ଠାକୁର କହିଛନ୍ତି। ଦଳୀୟ କର୍ମୀଙ୍କୁ ଉଦବୋଧନ ଦେଉଥିବା ବେଳେ ବିଜେପି ସାଂସଦ ଜଣଙ୍କ ଏପରି କହିଛନ୍ତି।

ଏହାପୂର୍ବରୁ ସମାନ କଥା ପଶ୍ଚିମବଙ୍ଗର ବିଜେପି ସଭାପତି ଦିଲ୍ଲୀପ ଘୋଷ ଏବଂ ଉତ୍ତର ପ୍ରଦେଶର ବିଜେପି ବିଧାୟକ ସୁରେନ୍ଦ୍ର ସିଂହ କହିଥିଲେ। ଏବେ ତୃତୀୟ ବିଜେପି ନେତା ଭାବରେ ପ୍ରଜ୍ଞା ଠାକୁର ଗୋମୂତ୍ର କରୋନା ବିରୋଧରେ ସଞ୍ଜିବନୀ ବୋଲି ଯୁକ୍ତି ବାଢ଼ିଛନ୍ତି। ଯାହାର ଏଯାବତ କୌଣସି ବୈଜ୍ଞାନିକ ପ୍ରମାଣ ନାହିଁ।

ତେବେ ବିଗତ ଦୁଇ ବର୍ଷ ତଳେ ସେ କହିଥିଲେ ଗୋମୂତ୍ର ଏବଂ ଅନ୍ୟାନ୍ୟ ଜିନିଷ ମିଶାଇ ଖାଇଲେ କ୍ୟାନସର ଭଲ ହୋଇଯିବ। ଆଉ ସେ ଏହା କରିବା ପରେ କ୍ୟାନସରରୁ ଆରୋଗ୍ୟ ହୋଇଛନ୍ତି ବୋଲି କହିଥିଲେ।

ତେବେ କୋଭିଡ ଚିକିତ୍ସା ପାଇଁ କିମ୍ୱା ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବା ପାଇଁ ବିଜ୍ଞାନ ଦ୍ୱାରା ପ୍ରମାଣିତ ହୋଇନଥିବା ଜିନିଷ ବ୍ୟବହାର କରିବା ଠିକ୍ ନୁହେଁ ବୋଲି ବିଶେଷଜ୍ଞ ଏବଂ ବୈଜ୍ଞାନିକ ମାନେ ଦାବି କରିଛନ୍ତି। ଗୋମୂତ୍ର ଏବଂ ଗୋବର ଦ୍ୱାରା ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ସାହାଯ୍ୟ କରୁଥିବାର କୌଣସି ପ୍ରମାଣ ନାହିଁ ବୋଲି ପୂର୍ବରୁ ଇଣ୍ଡିଆନ୍ ମେଡିକାଲ ସାଇନ୍ସ କହିଛି।

ଏହାପୂର୍ବରୁ, ଉତ୍ତରପ୍ରଦେଶର ଜଣେ ବିଜେପି ବିଧାୟକ ସୁରେନ୍ଦ୍ର ସିଂ କହିଥିଲେ ଯେ ଗୋମୂତ୍ର ପିଇବା ଦ୍ୱାରା ସେ କରୋନାରେ ସଂକ୍ରମିତ ହୋଇ ନାହାନ୍ତି।

ସେହିପରି ୨୦୨୦ ଆରମ୍ଭରେ କରୋନା ମହାମାରୀ ଦେଶରେ ବ୍ୟାପୁଥିବା ବେଳେ ପଶ୍ଚିମବଙ୍ଗର ବିଜେପି ସଭାପତି ତଥା ସାଂସଦ ଦିଲୀପ ଘୋଷ କହିଥିଲେ, ‘ମୋର ଗୋମୂତ୍ର ଖାଇବାରେ କୌଣସି କୁଣ୍ଠାବୋଧ ନାହିଁ। ମୁଁ ଗୋମୂତ୍ର ପିଏ’। ଏମିତିକି ସେ ଏକ କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା ବେଳେ ଲୋକମାନେ ତାଙ୍କୁ ଗୋମୂତ୍ର ପିଇବାକୁ ଅନୁରୋଧ କରିଥିଲେ।

Related story